ସାରଥିର ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

source;odishatv.in
କଟକ ୧୬/୪: ସାରଥିର ଜାମିନ ଖାରଜ । ବାରିମୂଳ ଆଶ୍ରମ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ସାରଥି ବାବା ଓରଫ ସନ୍ତୋଷ ରାଉଳଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ । ପୂର୍ବରୁ ଅନେକ ଥର ଜାମିନ ଖାରଜ ହେବା ପରେ ମଧ୍ଯ ପୁଣି ହାଇକୋର୍ଟରେ ଆବେଦନ କରିଥିଲେ ସାରଥି ।
ସାରଥିଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପରେ କେନ୍ଦ୍ରାପଡାର ଜଣେ ଯୁବତୀ ଓ ତାଙ୍କ ମା’ ସାରଥିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ବାରିମୂଳ ଆଶ୍ରମରେ ଜଣେ ବିଧବା ମହିଳା ଓ ତାଙ୍କ ଝିଅ ତାଙ୍କୁ ସେବା ଯୋଗାଇ ଆସୁଥିଲେ । ଝିଅକୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ମାଙ୍କଠାରୁ ଖଣ୍ଡିଏ ଜମି, ସୁନାଗହଣା ଓ ପ୍ରାୟ ଦେଢ ଲକ୍ଷ ଟଙ୍କା ନେଇଯାଇଥିଲେ । ଏପରିକି ଯୁବତୀଙ୍କୁ ଅସଦାଚରଣ କରିଥିଲା ଏହି ଭଣ୍ଡ ବାବା । ତେବେ କହିରଖୁଛୁ ଏହା ପୂର୍ବରୁ ମଧ୍ଯ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିସାରିଛନ୍ତି ।