ନିମ୍ନ ଅଦାଲତ ପାଇଁ ହାଇକୋର୍ଟଙ୍କ ଗାଇଡ୍‌ଲାଇନ୍‌: ରୋଷ୍ଟର ଭିତ୍ତିରେ କାମ କରିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ

କଟକ,୨୧/୪: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ନିମ୍ନ ଅଦାଲତ ପାଇଁ ଏକ ଗାଇଡଲାଇନ୍‌ ପ୍ରସ୍ତୁତ କରାଯାଇଛି । ଏଣିକି ନିମ୍ନ ଅଦାଲତଗୁଡିକ ପାଳି କରି(ରୋଷ୍ଟର) ୫୦% ବା ଅଧା କର୍ମଚାରୀଙ୍କୁ ନେଇ କାମ କରିବେ ବୋଲି ଗାଇଡ୍‌ଲାଇନରେ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା ସାମାଜିକ ଦୂରତ୍ୱ ବଜାୟ ରହିପାରିବ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତଗୁଡିକ ଏହିଭଳି ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହ ଗତ ୧୫ ତାରିଖରେ ହାଇକୋର୍ଟ ଦେଇଥିବା ଆଦେଶ ବଳବତ୍ତର ରହିବ ବୋଲି ରେଜିଷ୍ଟ୍ରାର ଜେନେରାଲଙ୍କ ପକ୍ଷରୁ କୁହାଯାଇଛି । ୧୫ ତାରିଖ ନିର୍ଦ୍ଦେଶ ଅନୁଯାୟୀ, ସକାଳୁଆ ଚାଲୁଥିବା କୋର୍ଟ ଗୁଡିକ ସକାଳ ୯ଟାରୁ ୧୦ଟା ଗୋଟିଏ ଘଣ୍ଟା ପାଇଁ କାର୍ଯ୍ୟ କରିବ । ସକାଳୁଆ ବସୁନଥିବା କୋର୍ଟଗୁଡିକ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହି ସମୟରେ କେବଳ ଜରୁରିକାଳୀନ ମାମଲା ଯଥା ରିମାଣ୍ଡ, ଜଣେ ଅପରାଧୀକୁ ହାଜର କରାଇବା ଏବଂ ବେଲ୍‌ ଆଦି ମାମଲାର ଶୁଣାଣି କରାଯିବ ।

   ସମ୍ବନ୍ଧିତ ଖବର


ଖାଲି ପାଦରେ ନିତି ୧୦ କି.ମି. ସାଇକେଲ ଚଲାଇ ଯାଉଛନ୍ତି ଡାକ୍ତର, ୮୭ ବର୍ଷରେ ବି କମିନି ସେବାର ନିଶା

କରୋନା ଭାଇରସ୍ : ଏହି ସବୁ ଜିନିଷରେ କରୋନା ସଂକ୍ରମଣ ମାତ୍ରା ଅଧିକ – ଅଧ୍ୟୟନରୁ ସ୍ପଷ୍ଟ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ଖୁବ୍‌ଶୀଘ୍ର ଓଡ଼ିଶାକୁ ମିଳିବ କରୋନା ଟିକା, ୨୯ ତାରିଖ ସୁଦ୍ଧା ନାମ ପଞ୍ଜିକରଣ ପାଇଁ ନିର୍ଦ୍ଦେଶ