PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ବିଭ୍ରାନ୍ତିକର ଅଡିଓ ଭାଇରାଲ ଘଟଣା : ତଦନ୍ତରେ ସହଯୋଗ କରିବାକୁ ଓଟିଭିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୧୮।୮ : କୋଭିଡ୍‌ ଯୋଦ୍ଧାଙ୍କ ସମ୍ପର୍କରେ ଭାଇରାଲ୍‌ ଭିଡ଼ିଓ ମାମଲା। ଓଟିଭିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ତଦନ୍ତକାରୀ ଅଧିକାରୀଙ୍କ ପାଖରେ ହାଜର ହେବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତରେ ସହଯୋଗ କଲେ ଗିରଫ ହେବ ନାହିଁ । ଏନେଇ ଆଗୁଆ ଜାମିନ୍‌ ଆବେଦନ କରିଥିଲେ ଓଟିଭି କର୍ତ୍ତୃପକ୍ଷ।  ୩ ସପ୍ତାହ ପରେ ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ ଯେ, ସାମାଜିକ ଗଣମାଧ୍ୟମରେ ବ୍ରିଭାନ୍ତିକର ଅଡିଓ ଭାଇରାଲ୍‌ ମାମଲାରେ ସମ୍‌ ହସ୍‌ପିଟାଲ ପକ୍ଷରୁ ଓଟିଭି  ବିରୋଧରେ ମାନହାନୀ ମାମଲା ରୁଜୁ କରାଯାଇଛି । ସମ୍ପୃକ୍ତ ଚ୍ୟାନେଲ୍‌ ସହ ଅଡିଓ ଭାଇରାଲ୍‌ କରିଥିବା ୨ ଅଭିଯୁକ୍ତ ଏବଂ ଚ୍ୟାନେଲ୍ ସହ ଜଡିତ ୬ ଜଣଙ୍କ ନାମରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି । ସାମାଜିକ ଗଣମାଧ୍ୟମରେ ଆସିଥିବା ଫେକ୍‌ ତଥା ବ୍ରିଭାନ୍ତିକର ଅଡିଓକୁ  ଅନ୍ୟମାନଙ୍କୁ ମିଛରେ ବଦନାମ କରିବା ପାଇଁ ସମ୍ପୃକ୍ତ ଚ୍ୟାନେଲ୍‌ ପକ୍ଷରୁ ବ୍ୟବହାର କରାଯାଇଥିଲା । ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। ସେମାନେ ଏହାକୁ ନିଜ ଭିତରେ ହ୍ୱାଟସ୍‌ଆପ୍‌ ଗ୍ରୁପରେ ସେୟାର କରିଥିବା କହିଥିଲେ । ସମ୍ପୃକ୍ତ ଚ୍ୟାନେଲ୍‌ ସେମାନଙ୍କୁ ବିନାଅନୁମତିରେ ସରକାରଙ୍କୁ ବଦ୍‌ନାମ କରିବା ପାଇଁ ଏପରି କରିଥିବା ଜୈନେକ ଅଭିଯୁକ୍ତ ସୂଚନା ଦେଇଛନ୍ତି । ସମ୍ପୃକ୍ତ ଚ୍ୟାନେଲ୍‌ ସହ ଅଡିଓ ଭାଇରାଲ୍‌ କରିଥିବା ୨ ଅଭିଯୁକ୍ତ ଏବଂ ଚ୍ୟାନେଲ୍ ସହ ଜଡିତ ୬ ଜଣଙ୍କ ନାମରେ ଖୋର୍ଦ୍ଧା ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ମାମଲା ରୁଜୁ କରାଯାଇଛି । 

ସୂଚନାଯୋଗ୍ୟ କୋଭିଡ୍-୧୯ ସଂପର୍କରେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଘଟଣାରେ ଓଟିଭି ସମ୍ପୃକ୍ତିକୁ ନେଇ ବଢିବାରେ ଲାଗିଛି। ଚ୍ୟାନେଲର ସଂପାଦକକୁ ହାଜର ହେବାକୁ ଭୁବନେଶ୍ଵର ପୁଲିସ କମିଶନର ନୋଟିସ୍‌ ଦେଇଥିବା ବେଳେ ଅନ୍ୟପଟେ ଭୁବନେଶ୍ୱରର ହାଇ-ଟେକ୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲର କର୍ତ୍ତୃପକ୍ଷ ଓଡିଶା ଟେଲିଭିଜନ ଲିମିଟେଡ୍ (ଓଟିଭି) ବିରୋଧରେ ମିଥ୍ୟା, ଅସତ୍ୟ ଏବଂ ବିଦ୍ଵେଷମୂଳକ ଭାବେ ଭୁଲ ତଥ୍ୟ ପ୍ରଚାର କରିବା ଅଭିଯୋଗରେ ମାନହାନୀ ମକଦ୍ଦମା ଦାୟର କରିଛନ୍ତି।

ହାଇଟେକ୍ ମେଡିକାଲ କଲେଜ ଖୋର୍ଦ୍ଧା ଏସଡିଜଏମ କୋର୍ଟରେ ଓଟିଭିର ସାତ ଜଣ ଏବଂ ସେହି ଦୁଇ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି ଯେଉଁ ଦୁଇ ଜଣ ଟେଲିଫୋନରେ ବାର୍ତ୍ତାଳପ ବେଳେ କରୋନା ସମ୍ବନ୍ଧରେ ଭୁଲ ତଥ୍ୟ ଦେଇ ଏକ ଅଡିଓ କ୍ଲିପ୍ ଭାଇରାଲ କରିଥିଲେ। ଅଗଷ୍ଟ ୭ରେ ଭୁବନେଶ୍ଵର ମହାନଗର ନିଗମ(ବିଏମସି) କୋଭିଡ-୧୯ ସଂପର୍କିତ ମିଥ୍ୟା ଅଡିଓ କ୍ଲିପ୍‌ର ପ୍ରଚାର ପ୍ରସାର କରିବା ଅଭିଯୋଗରେ ଓଟିଭି ବିରୋଧରେ ଏଫଆଇଆର ରୁଜୁ କରିଛି।

ଅଡିଓ କ୍ଲିପ୍‌ରେ କୋଭିଡ-୧୯ରେ ସଫଳତାର ସହ ଚିକିତ୍ସିତ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ଜଣେ ବ୍ୟକ୍ତି ଦାବି କରିଛନ୍ତି ଯେ କେନ୍ଦ୍ର ସରକାର କରୋନା ଚିକିତ୍ସା ପାଇଁ ଦେଇଥିବା ଅର୍ଥ ବିଏମସି ଏବଂ କୋଭିଡ ହସ୍ପିଟାଲ ଦ୍ୱାରା ଅପବ୍ୟବହାର କରାଯାଉଛି। ଏହା ବ୍ୟତୀତ ଵ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ଯେ, ଟାର୍ଗେଟ୍ ପୂରଣ ପାଇଁ କୋଭିଡ ଡାକ୍ତରଖାନାକୁ କରୋନାଭାଇରସ୍ ପଜିଟିଭ୍ ପରୀକ୍ଷା କରି ନ ଥିବା ଲୋକଙ୍କୁ ପଠାଯାଉଛି।

ସମ୍ବନ୍ଧିତ ଖବର