କାରରେ ୬୦୦, ବାଇକରେ ୨୪୦ ଟଙ୍କାରେ ଲାଗିବ ହାଇ-ସିକ୍ୟୁରିଟି ନମ୍ବର ପ୍ଲେଟ୍, ଏହିସବୁ ଯାନବାହନ ପାଇଁ ଲାଗୁ ହେବ ଏହି ନିୟମ

ପରିବହନ ବିଭାଗ ୨୦୧୯ ଏପ୍ରିଲ ୧ ରୁ ନୂଆ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଇବା ବାଧ୍ୟତାମୂଳକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଡିସେମ୍ବର ପ୍ରଥମ ସପ୍ତାହରୁ ପୁରୁଣା ଚାରି ଚକିଆ ଏବଂ ଦୁଇ ଚକିଆ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲଗାଯିବ। କାର୍ ନମ୍ବର ପ୍ଲେଟ୍ ପାଇଁ ୬୦୦ ଟଙ୍କା ଏବଂ ବାଇକ୍ ପାଇଁ ୨୪୦ ଟଙ୍କା ଦେବାକୁ ପଡ଼ିବ। ଏବେ ପରିବହନ ବିଭାଗ ମୂଲ୍ୟ ଉପରେ ମଞ୍ଜୁରୀ ଦେଇନାହିଁ।

ମିଳିଥିବା ସୂଚନାନୁସାରେ, ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ର ରେଟ୍ ଡିଲର ଲକ୍ଷ୍ନୌ ସଂଭାଗ ପରିବହନ ଅଫିସରଙ୍କୁ ଦେଇଛି। କିନ୍ତୁ ଏହା ଉପରେ ଅନ୍ତିମ ଚର୍ଚ୍ଚା ପାଇଁ ପ୍ରମୁଖ ଅଟୋ କମ୍ପାନିର ଡିଲରଙ୍କ ବୈଠକ ଡକାଯାଇଛି। ପୂର୍ବତନ ପରିବହନ କମିସନର ନଭେମ୍ବର ୨୫କୁ ଆରଟିଓ ସମେତ ଅନ୍ୟ ଅଫିସରଙ୍କ ସହିତ ବୈଠକ କରିସାରିଛନ୍ତି। ଏହା ପରେ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ଆଦେଶର ସରକୁଲର ପ୍ରସ୍ତୁତି ହେଉଛି। ବର୍ତ୍ତମାନ ନୂଆ ଗାଡ଼ିରେ ଯେଉଁମାନେ ନମ୍ବର ପ୍ଲେଟ ଲଗେଇକି ଆସୁଛନ୍ତି ତାର ଅନୁମାନିକ ମୂଲ୍ୟ ସେତିକି ରହିଛି।

ତେବେ ଡିସେମ୍ବରରୁ ପୁରୁଣା ଗାଡ଼ିର ନମ୍ବର ପ୍ଳେଟକୁ ବାହାର କରି ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଯିବ। ଏହି ନମ୍ବର ପ୍ଲେଟ୍ ଡିଲର ପଏଣ୍ଟରେ ବଦଳାଯିବ। ଇତି ମଧ୍ୟ ପରିବହନ ବିଭାଗ ପକ୍ଷରୁ ଖୁବ୍ ଶୀଘ୍ର ଆଦେଶ ଜାରି କରାଯିବ।

   ସମ୍ବନ୍ଧିତ ଖବର


ସ୍ପଷ୍ଟ କଲା ଗୁଗଲ, ‘Google Pay’ରେ ଲାଗିବନି କୌଣସି ଚାର୍ଜ

ମାସ୍କ ପିନ୍ଧୁନଥିଲେ ସାବଧାନ ! ୨୪ ଘଣ୍ଟା ଆପଣଙ୍କ ଉପରେ ନଜର ରଖୁଛି ଡ୍ରୋନ କ୍ୟାମେରା…

କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ସମ୍ମାନିତ

କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

Truecaller ଭଳି ଆପ୍ ଲଞ୍ଚ୍ କରିବ ଗୁଗଲ, ରହିବ ଏହି ସବୁ ଫିଚର୍ସ

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…