ବହୁତ କମ୍ ଦାମରେ ପାଆନ୍ତୁ ୧୫୦ Mbpsର ସ୍ପିଡ୍ ଇଣ୍ଟରନେଟ୍ ଓ ଆହୁରି ବହୁତ କିଛି

ନୂଆଦିଲ୍ଲୀ ୨୩/୧୧: ଦେଶରେ ଲଗାତର ଇଣ୍ଟରନେଟ୍ ୟୁଜର୍ସଙ୍କ ସଂଖ୍ୟା ବଢୁଛି । ସମସ୍ତ ଟେଲିକମ୍ କମ୍ପାନୀ ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଅନେକ ପ୍ରକାର ଲୋଭନୀୟ ଅଫର୍ ପ୍ରଦାନ କରୁଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଗୋଟିଏ କମ୍ପାନୀ ନିଜ ଗ୍ରାହକଙ୍କୁ ବହୁତ କମ୍ ମାସିକ ଦାମରେ ୧୫୦ ଏମବିପିଏସ୍ ସ୍ପିଡ୍ ଦେବା ପାଇଁ ଘୋଷଣା କରିଛି ।

ଟେକ୍ ସାଇଟ୍ TelecomTalk ଅନୁସାରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ପ୍ରୋଭାଇଡର Excell ମାତ୍ର ୧୧୯୯ ଟଙ୍କାରେ ୧୫୦ Mbps ସ୍ପିଡ୍ ବିଶିଷ୍ଟ ପ୍ଲାନ୍ ଅଫର୍ କରୁଛି । ଏକ୍ସେଲ୍ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ପାଇଁ ନିଜ ବ୍ରଡବ୍ୟାଣ୍ଡ ପ୍ଲାନ୍ସ ରିଭାଇଜ୍ଡ କରିଛି । ଏହା ପୂର୍ବରୁ ଏକ୍ସେଲର ୧୯୯୯ ଟଙ୍କିଆ ପ୍ଲାନରେ ୧୦୦ ଏମବିପିଏସର ସ୍ପିଡ୍ ସହିତ ୟୁଜର୍ସଙ୍କୁ ୧.୨ ଟିବି ଡାଟା ମିଳୁଥିଲା ।

ଏକ୍ସେଲ ନିଜ ବ୍ରଡବ୍ୟାଣ୍ଡ ପ୍ଲାନ୍ସକୁ ରିଭାଇଜ୍ଡ କରି ଇଣ୍ଟରନେଟ୍ ସେବା ଅତି ସହଜ କରିଦେଇଛି ଯେଉଁଠି ଗ୍ରାହକ ୪୦ ପ୍ରତିଶତରୁ କମ୍ ପଇସା ଦେଇ ହାଇ ସ୍ପିଡ୍ ଇଣ୍ଟରନେଟର ମଜା ନେଇପାରିବେ । ଏକ୍ସେଲ ନିଜ ବେସିକ୍ ପ୍ଲାନ ସହିତ ଅନେକ ମାସିକ ପ୍ଲାନ୍ ବା ଅନ୍ୟ ବ୍ରଡବ୍ୟାଣ୍ଡ ପ୍ଲାନ୍ ରିଭାଇଜ୍ଡ କରିଛି । ଏବେ ଏକ୍ସେଲର ମାତ୍ର ୪୯୯ ଟଙ୍କିଆ ବେସିକ ବ୍ରଡବ୍ୟାଣ୍ଡ ପ୍ଲାନ୍ ୟୁଜରକୁ ପ୍ରତି ମାସିକ ୬୦ ଏମବିପିଏସ ସ୍ପିଡ ସହିତ ୪୦୦ ଜିବି ଡାଟା ମିଳିବ ।

କମ୍ ଦାମରେ ଏକ୍ସେଲର ଦମଦାର୍ ଅଫର୍ସ
ଏକ୍ସେଲର ୫୯୯ ଟଙ୍କିଆ ବ୍ରଡବ୍ୟାଣ୍ଡ ପ୍ଲାନରେ ୟୁଜର୍ସଙ୍କୁ ୬୦ ଏମବିପିଏସ ସ୍ପିଡ୍ ସହିତ ୮୦୦ ଜିବି ଡାଟା ମିଳିବ । ପୂର୍ବରୁ ୟୁଜର୍ସଙ୍କୁ ୬୯୯ ଟଙ୍କାରେ ମାସିକ ବ୍ରଡବ୍ୟାଣ୍ଡ ପ୍ଲାନରେ ୫୦ ଏମବିପିଏସ୍ ସହିତ ୪୦୦ ଜିବି ଡାଟା ମିଳୁଥିଲା ।