PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଗୁଡ୍‌ବାୟ କରିବାର ସମୟ ଆସିଛି: ମୋଦି

ନୂଆଦିଲ୍ଲୀ ୧୦/୯ : ଭାରତରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକ (ଥରେ ବ୍ୟବହୃତ ପ୍ଲାଷ୍ଟିକ) ର କୌଣସି ସ୍ଥାନ ନାହିଁ । ଆଗାମୀ କିଛି ବର୍ଷ ଭିତରେ ଦେଶ ଏଥିରୁ ମୁକ୍ତ ହେବ । ଏଥିପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ବିଶ୍ୱ ସମୁଦାୟ ମଧ୍ୟ ଏ ଦିଗରେ କାର୍ଯ୍ୟ କରିବା ଉଚିତ । ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ଗୁଡ୍‌ବାୟ କରିବାର ସମୟ ଏବେ ଆସିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଉତ୍ତରପ୍ରଦେଶର ଗ୍ରେଟର ନୋଏଡା ଠାରେ ଚାଲିଥିବା ଚତୁର୍ଦ୍ଦଶ ‘ୟୁନାଇଟେଡ ନେସନ୍ସ କନ୍‌ଭେନ୍‌ସନ ଟୁ କମ୍ବାଟ ଡେଜର୍ଟିଫିକେସନ (ୟୁଏନ୍‌ସିସିଡି) ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତବାସୀ ମାଟିକୁ ପବିତ୍ର ମନେକରନ୍ତି । ତାକୁ ନିଜର ମା’ ବୋଲି ଭାବନ୍ତି । ଏପରିକି ସକାଳୁ ଉଠି ମାଟିରେ ପାଦ ରଖିବା ପୂର୍ବରୁ ଜଣେ ଭାରତୀୟ ଧରିତ୍ରୀ ମାତାଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥାଏ । ସେଥିପାଇଁ ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ମାଟି ହିଁ ସବୁଠାରୁ ଅଧିକ ମହତ୍ତ୍ୱ ରଖିଥାଏ । ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଓ ମୃତ୍ତିକା କ୍ଷୟକୁ ରୋକିବା ଦିଗରେ ଭାରତ ସହଯୋଗ ଦେବା କ୍ଷେତ୍ରରେ ସର୍ବଦା ଆଗରେ ରହିବ । ଆସନ୍ତା ବର୍ଷରୁ ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର ବନ୍ଦ କରିବାକୁ ଯାଉଛନ୍ତି ।

ତେଣୁ ବିଶ୍ୱ ସମୁଦାୟ ମଧ୍ୟ ଏଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ କହିଲେ ଯେ ପରିବେଶ ସୁରକ୍ଷା ଲାଗି ଜଳ ସଂରକ୍ଷଣର ଆବଶ୍ୟକତା ରହିଛି । ସେଥିପାଇଁ କେନ୍ଦ୍ର ସରକାର ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରିଛନ୍ତି । ସରକାର କୃଷକଙ୍କ ଆୟ ଦୁଇଗୁଣ କରିବା ଲାଗି ପଦକ୍ଷେପ ନେଇଛନ୍ତି । ସେଥିରେ ଜମି ପୁନରୁଦ୍ଧାର ଓ କ୍ଷୁଦ୍ର ଜଳସେଚନ ବ୍ୟବସ୍ଥାକୁ ସାମିଲ କରାଯାଇଛି । ପ୍ରତି ବୁନ୍ଦା ପାଣିରେ ଅଧିକ ଫସଲ (ପର୍‌ ଡ୍ରପ-ମୋର କ୍ରପ) ଲକ୍ଷ୍ୟ ନେଇ ସରକାର କାମ କରୁଛନ୍ତି । ବିନା ବଜେଟରେ ପ୍ରାକୃତିକ ଚାଷକୁ ଅଗ୍ରାଧିକାର ଦିଆଯାଉଥିଲା ବେଳେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ପ୍ରଚଳନ କରାଯାଉଛି । ଯେଉଁଥିରେ ମାଟିକୁ ପରୀକ୍ଷା କରାଯାଇ ଚାଷୀଙ୍କୁ କାର୍ଡ ଦିଆଯାଉଛି ।

ସରକାର ଏପର୍ଯ୍ୟନ୍ତ ୨୭ କୋଟି ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି । ଜଳବାୟୁ ଓ ପରିବେଶର ପ୍ରଭାବ ଜୈବ ବିବିଧତା ଓ ଜମି ଉପରେ ମଧ୍ୟ ପଡୁଛି । ଏକଥା ପୁରା ଦୁନିଆ ଜାଣିସାରିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରର ଜଳସ୍ତର ବଢ଼ୁଛି । ଅସମୟରେ ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି । ପୃଥିବୀର ତାପମାତ୍ରା ଅହେତୁକ ଭାବେ ବଢ଼ିଯାଉଛି ।

ଏହି ଅବସରରେ ମୋଦି ‘ଅନୁପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା କର୍ତ୍ତୃପକ୍ଷ’ ପାଣ୍ଠି ବିଷୟରେ ଉଲ୍ଲେଖ କରିଥିଲେ । କହିଥିଲେ ଭାରତରେ ବିକାଶ ପ୍ରକଳ୍ପ ପାଇଁ ଯେତିକି ଜମିରୁ ଗଛ କାଟିବାକୁ ପଡୁଛି ସେତିକି ଜମିରେ ନୂଆ ଗଛ ଲଗାଇବାକୁ ପଡୁଛି । କଟାଯାଉଥିବା ଗଛର ମୂଲ୍ୟ ମଧ୍ୟ ଉକ୍ତ ପାଣ୍ଠିରେ ଜମା କରାଯାଉଛି । ଏ କ୍ଷେତ୍ରରେ ଗତ ଏକ ସପ୍ତାହ ଭିତରେ ପ୍ରାୟ ୪୦ରୁ ୫୦ ହଜାର କୋଟି ଟଙ୍କା ଆସିଛି । ଭାରତରେ ଜଙ୍ଗଲ ଜମିର ପରିମାଣ ୨୦୧୫ରୁ ୨୦୧୭ ମଧ୍ୟରେ ବୃଦ୍ଧି ଘଟିଥିବା ମୋଦି ମଧ୍ୟ କହିଥିଲେ । ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ୧୯୬ଟି ଦେଶ ଓ ୟୁରୋପୀୟ ୟୁନିଅନର ୮ ହଜାର ପ୍ରତିନିଧି ଯୋଗଦେଉଛନ୍ତି ।