PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ସ୍ୱାଧୀନତା ଦିବସର ତ୍ରୀରଙ୍ଗା ନଉଡ଼ାଇବାକୁ ଧମକ୍; ସମସ୍ତେ ଘରେ ରହିବାକୁ ଚେତାବନୀ ଦେଲା ଖାଲିସ୍ତାନୀ ଆତଙ୍କବାଦୀ ସଂଗଠନ

pic-indiatoday

ଶିମଲା: ସ୍ୱାଧୀନତା ଦିବସରେ ଦେଶର ସ୍ୱାଭିମାନର ପ୍ରତୀକ ତ୍ରୀରଙ୍ଗା ପତାକା ନଉଡ଼ାଇବାକୁ ଧମକ୍‌ ଦେଲା ଖାଲିସ୍ତାନୀ ସଂଗଠନ। ହିମାଚଳ ପ୍ରଦେଶ ନାଦୌନର କଂଗ୍ରେସ ବିଧାୟକ ସୁଖୱିନ୍ଦର ସିଂହ ସୁଖୁଙ୍କୁ ଫୋନ୍ କରି ଏଭଳି ଧମକ୍ ଦେଇଛି ଖାଲିସ୍ତାନୀ ସଂଗଠନ ସିଖ୍ ଫର୍ ଜଷ୍ଟିସ୍‌(ଏସ୍‌ଏଫ୍‌ଜେ)ର ସଦସ୍ୟ ଗୁପତୱନ୍ତ ସିଂହ ପନ୍ନୁ।

କଂଗ୍ରେସ ବିଧାୟକଙ୍କୁ ସୂଚନା ଅନୁସାରେ, ରାଜ୍ୟରେ କୌଣସି ବ୍ୟକ୍ତିଙ୍କୁ ପାତାକା ଉଡ଼ାଇବାକୁ ଦିଆଯିବ ନାହିଁ। ଅଗଷ୍ଟ ୧୫ ଦିନ ସମସ୍ତଙ୍କୁ ଘର ଭିତରେ ରହିବାକୁ ଚେତାବନୀ ଦିଆଯାଇଛି ବୋଲି ବିଧାୟକ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଜୁଲାଇ ୩୦ ତାରିଖରେ ମଧ୍ୟ ଅନେକ ସାମ୍ବାଦିକଙ୍କୁ କଲ୍‌ ରେକର୍ଡ ମେସେଜ୍‌ ଦେଇ ଚେତାବନୀ ଦିଆଯାଇିଥିଲା। କଲ୍‌ କରିଥିବା ବ୍ୟକ୍ତି ନିଜକୁ ପନ୍ନୁ ବୋଲି ପରିଚୟ ଦେଇଥିଲା କହିଥିଲା ଯେ ମୁଖ୍ୟମନ୍ତ୍ରୀଙ୍କୁ ତ୍ରୀରଙ୍ଗା ଉଡ଼ାଇବାକୁ ଦିଆଯିବ ନାହି। ପନ୍ନୁ ହେଉଛି ଏସ୍‌ଏଫ୍‌ଜେର ଜେନେରାଲ କାଉନସିଲ୍। ଏହାପରେ ଶନିବାର ପୁଲିସ ପନ୍ନୁ ବିରୋଧରେ ଦେଶଦ୍ରୋହ ମାମଲା ରୁଜ୍ଜୁ କରିଛି।

ସମ୍ବନ୍ଧିତ ଖବର