PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପର୍ଯ୍ୟଟକଙ୍କ ପାଇଁ କଟକଣା କଡ଼ା; RT-PCR ନେଗେଟିଭ୍ ରିପୋର୍ଟ ସହ ଟିକାର ଦୁଇଟି ଡୋଜ୍‌ ନେଇଥିଲେ ରାଜ୍ୟରେ ପ୍ରବେଶ ଅନୁମତି ମିିଳିବ

pic-indiatoday

ଚଣ୍ଡିଗଡ଼: ରାଜ୍ୟରେ ପର୍ଯ୍ୟଟକଙ୍କ ପାଇଁ କରୋନା କଟକଣା କଡ଼ା କଲା ହିମାଚଳ ପ୍ରଦେଶ। ଏଣିକି ରାଜ୍ୟକୁ ବୁଲିବାକୁ ଗଲେ ପର୍ଯ୍ୟଟକଙ୍କୁ କରୋନା RT-PCR ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବନା। ଏହି ରିପୋର୍ଟ ୭୨ ଘଣ୍ଟାରୁ ଅଧିକ ପୁରୁଣା ହୋଇନଥିବ। ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି ହିମାଚଳ ପ୍ରଦେଶ ସରକାର। ତା ସହିତ ଯେଉଁମାନେ କରୋନା ଟିକାର ଦୁଇଟିଯାକ ଡୋଜ୍‌ ନେଇସାରିଥିବେ ସେମାନଙ୍କୁ ହିଁ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ମିଳିବ। ଟିକା ନେବାର ପ୍ରମାଣ ପତ୍ର ଦେଖାଇଲା ପରେ ରାଜ୍ୟରେ ପ୍ରବେଶ ଅନୁମତି ମିଳିବ। ତେବେ ସ୍ଥାନୀୟ ଲୋକମାନଙ୍କ ପାଇଁ ଏହି ନିୟମ ଲାଗୁନୁହେଁ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

କିଛିଦିନ ତଳେ ହିମାଚଳ ପ୍ରଦେଶ ସରକାର କରୋନା କଟକଣାରେ କୋହଳ କରିଥିଲେ। ଫଳରେ ରାଜ୍ୟରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଯାତ୍ରୀମାନେ କରୋନା କଟକଣା ଖୋଲାଖଲି ଉଲ୍ଲଂଘନ କରିବା ସହିତ ମାସ୍କ ପିନ୍ଧି ନଥିବାରୁ ଦେଖାଯାଇଥିଲା। ମୋନାନୀରେ ପର୍ଯ୍ୟଟକଙ୍କ ଭିଡ଼ ଥିବା ଏକ ଫଟୋ ଖୁବ୍ ଭାଇରାଲ୍ ହୋଇଥିଲା। ଯାହାକୁ ଚାରିଆଡ଼ୁ ସମାଲୋନା କରାଯାଇଥିଲା। ଏହାପରେ ରାଜ୍ୟ ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ।  ଅନ୍ୟପଟେ ଆଜି ରାଜ୍ୟରେ ୨୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ସମ୍ବନ୍ଧିତ ଖବର