ଆସିଗଲା ରାନୁ ମଣ୍ଡଲଙ୍କ ପ୍ରଥମ ଗୀତ, ମାତ୍ର ଘଣ୍ଟାକରେ ଦେଖିଲେଣି ଏତେ…

ମୁମ୍ବାଇ ୧୧/୯: ଇଣ୍ଟରନେଟ୍ ସେନ୍ସେସନ୍ ରାମୁ ମଣ୍ଡଲ ପୁଣି ସୋସିଆଲ ମିଡିଆରେ ଧମାଲ୍ ମଚାଉଛନ୍ତି । ତାଙ୍କ ପ୍ରଥମ ଗୀତ ‘ତେରୀ ମେରି କାହାନୀ’ କିଛି ସମୟ ପୂର୍ବରୁ ୟୁଟ୍ୟୁବରେ ରିଲିଜ କରିଦିଆଯାଇଛି । ବହୁ ପ୍ରତିକ୍ଷୀତ ଏହି ରୋମାଣ୍ଟିକ୍ ଗୀତ ସାମ୍ନାକୁ ଆସିବା ପରେ ଲୋକ ଏହାର ଦିୱାନା ହୋଇଯାଇଛନ୍ତି ।

ଏହା କହିବା ଭୁଲ୍ ହେବନି ଯେ ନିଜ ରେକଡିଂ ଭିଡିଓ ପରେ ପୁଣି ଥରେ ସେ ଇଣ୍ଟରନେଟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କିଛି ଘଣ୍ଟା ପୂର୍ବରୁ ରିଲିଜ ହୋଇଥିବା ବଲିଉଡ ଫେମସ ମ୍ୟୁଜିକ୍ ଡାଇରେକ୍ଟର ହିମେଶ ରେଶମିୟାଙ୍କ ସହିତ ରାନୁ ମଣ୍ଡଳଙ୍କ ପ୍ରଥମ ଗୀତକୁ ସମସ୍ତେ ପସନ୍ଦ କରୁଛନ୍ତି । ଏପର୍ଯ୍ଯନ୍ତ ୧୦ ଲକ୍ଷରୁ ଅଧିକ ୟୁଜର୍ସ ଏହି ଭିଡିଓକୁ ଦେଖିସାରିଲେଣି ।

ଏହି ଭିଡିଓ କଥା କହିବା ତ ଏହା ହିମେଶଙ୍କ ଆଗାମୀ ଫିଲ୍ମ ‘ହେପି ହାର୍ଡି ଆଣ୍ଡ ହିର’ର ଗୀତ । ଗୀତର ଭିଡିଓ ବହୁତ୍ ଦମଦାର ହୋଇଛି । ଏହି ଭିଡିଓରେ ମଝିରେ ମଝିରେ ବଲିଉଡର ଡେବ୍ୟୁ ସିଙ୍ଗର ରାନୁ ମଣ୍ଡଲଙ୍କ ଝଲକ ଦେଖିବାକୁ ମିଳୁଛି ।

କହିରଖୁଛୁ କିଛି ଦିନ ପୂର୍ବରୁ ହିମେଶ ରାନୁଙ୍କ ସହିତ ଏହି ଗୀତ ‘ତେରୀ ମେରି କାହାନୀ’ ମୁମ୍ବାଇରେ ରେକର୍ଡ କରିଥିଲେ । ଏହା ପରେ ରାନୁଙ୍କ ଜୀବନ ବଦଳି ଯାଇଥିଲା । ଏହି ଗୀତ ଏବେ ପୁଣି ସାମ୍ନାକୁ ଆସିବା ପରେ ରାନୁ ପୁଣି ସୋସିଆଲ ମିଡିଆରେ ଧମାଲ୍ ମଚାଉଛନ୍ତି ।

   ସମ୍ବନ୍ଧିତ ଖବର


ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now

ସୁଶାନ୍ତ ସିଂହ ରାଜପୁତଙ୍କୁ ନେଇ ହ୍ରିତିକ୍‌ ରୋଶନଙ୍କ ମାଆ କଲେ ପୋଷ୍ଟ – କହିଲେ , ସମସ୍ତେ ସତ ଜାଣିବାକୁ ଚାହୁଁଛନ୍ତି …କିନ୍ତୁ