ମୋଦିଙ୍କ ବିପକ୍ଷରେ ନିର୍ବାଚନ ଲଢୁଥିବା ଏହି ସୁନ୍ଦରୀ ଯୁବତୀ କିଏ ? ଜାଣନ୍ତୁ…

ନୁଆଦିଲ୍ଲୀ ୧/୫: କାଶୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକସଭା ନିର୍ବାଚନରେ ଟକ୍କର ଦେବା ପାଇଁ ମହାନ୍ ହକି ଖେଳାଳୀ ମୋହମ୍ମଦ ଶାହିଦଙ୍କ କନ୍ୟା ହିନାଙ୍କ ନାଁ ମଧ୍ଯ ସାମିଲ ହୋଇଯାଇଛି । ମହିଳାଙ୍କ ସ୍ୱାଧୀନତା ଓ ସ୍ୱାଭିମାନ ପାଇଁ ଲଢେଇ କରିବାକୁ ଶେଷ ଦିନରେ ନାମାଙ୍କନ ଦାଖଲ କରିଥିଲେ ହିନା । ହିନା ଲଢିବାକୁ ଚାହୁଁଛନ୍ତି କିନ୍ତୁ ସେ ପରାଜୟକୁ ଭୟ କରୁନାହାନ୍ତି । ସେ କହିଛନ୍ତି ଯେ ‘ମୋଦିଙ୍କୁ ହରାଇବା ସହଜ ନୁହେଁ ବୋଲି ଭାବି ଘରେ ବସିବା ଠିକ୍ ନୁହେଁ । ମୁଁ ହାରିବାକୁ ଭୟ କରୁନି । ମୁଁ ଏହା ମଧ୍ଯ ଜାଣିଛି ମୋତେ ଅଧା ଲୋକ ମଧ୍ଯ ଜାଣିନଥିବେ ତଥାପି ମୁଁ ସେମାନଙ୍କୁ ଏକ ସୁଯୋଗ ମାଗୁଛି ।‘

ବାରଣାସୀ ଲୋକସଭା ଆସନରୁ ହିନା ଜନହିତ ପାର୍ଟିରୁ ଟିକେଟ ପାଇଁ ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ମୋଦିଙ୍କ ବିରୋଧରେ କଂଗ୍ରେସର ଅଜୟ ରାୟ ଲଢୁଛନ୍ତି । ଏସପି ଓ ବିଏସପି ମେଣ୍ଟ  ପ୍ରାର୍ଥୀ ତେଜବାହାଦୁରଙ୍କ ନାମାଙ୍କନ ରଦ୍ଦ କରିଦିଆଯାଇଛି ।

ଫ୍ଯାସନ ଡିଜାଇନର
ପେସାରେ ହିନା ଜଣେ ଫ୍ୟାସନ୍ ଡିଜାଇନର । ଅଲମ୍ପିୟନ ମୋହମ୍ମଦ ସାହିଦଙ୍କ ଝିଅ ରୂପେ ସେ ପରିଚିତ । ମସ୍କୋ ଅଲମ୍ପିକ୍(୧୯୮୦)ରେ ହୋଲ୍ଡ ଓ ଏସିୟାଇ ଖେଳରେ(୧୯୮୨ରେ ସିଲଭର୍ ଓ ୧୯୮୬ରେ ବ୍ରୋଞ୍ଜ) ପଦକ ଜିତିସାରିଥିବା ସାହିଦ ସେ ସମୟରେ ହକିର ମହାନାୟକ ଥିଲେ ।

ନିର୍ବାଚନ ଲଢିବାର କାରଣ
ହିନା କୁହନ୍ତି ଯେ ସେ ବ୍ୟକ୍ତିଗତ କାରଣରୁ ରାଜନୀତିକୁ ଆସିନାହାନ୍ତି । ପିତାଙ୍କ ଦେହାନ୍ତ ପରେ କିଛି ରାଜନୈତିକ ଦଳ ତାଙ୍କୁ ରାଜନୀତିକୁ ଆସିବା ପାଇଁ କହିଲେ । କିନ୍ତୁ ସେ ଏଥିପାଇଁ ପ୍ରସ୍ତୁତ ନଥିଲେ । ମହିଳାଙ୍କ ସ୍ୱରକୁ ବଢାଇବା ପାଇଁ ଏବଂ ମହିଳାଙ୍କ ବିଭିନ୍ନ ଅସୁବିଧା ନେଇ ସ୍ୱର ଉଠାଇବା ପାଇଁ ସେ ନିର୍ବାଚନ ଲଢୁଛନ୍ତି ବୋଲି କହିଛନ୍ତି ।

ମୋଦିଙ୍କୁ ପ୍ରଶଂସା
ହିନା ମୋଦିଙ୍କୁ ପ୍ରଶଂସା କରନ୍ତି । ସେ କୁହନ୍ତି ଯେ ଗତ ୫ ବର୍ଷରେ ବାରାଣାସୀରେ ବହୁତ କାମ କରିଛନ୍ତି ମୋଦି । କିନ୍ତୁ ସେ କୁହନ୍ତି ଯେ ପ୍ରାୟ ସବୁ ପାର୍ଟି ଜାତି ନାଁରେ ଯୁବଗୋଷ୍ଠୀକୁ ଭୋଟ୍ ଦେଉଛନ୍ତି । ଏହା ତାଙ୍କୁ ବିଚଳିତ କରୁଛି । ଏଥିପାଇଁ ସେ ଆଗକୁ ଆସିବାକୁ ଚାହୁଁଛନ୍ତି ।

ମେ ୧୯ ରେ ମତଦାନ
ବାରାଣାସୀରେ ୧୯୮ ମେରେ ମତଦାନ ହେବ । ଗତ ନିର୍ବଚନରେ ମୋଦି ଏଠାରେ ୫,୮୧,୦୨୩ ଭୋଟ୍ ହାସଲ କରି ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନ ଜିତିଥିଲେ । ଆମ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲଙ୍କୁ ୨,୦୯,୨୩୮ ଏବଂ ଅଜୟ ରାୟଙ୍କୁ ୭୫,୬୧୪ ଭୋଟ୍ ମିଳିଥିଲା ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା

ଲଭ୍ ଜିହାଦ ଉପରେ ଯୋଗୀ ସରକାରଙ୍କ ବଡ ଫୈସଲା, ଧୋକାଦେଇ ଧର୍ମ ବଦଳାଇଲେ ୧୦ବର୍ଷ ପର୍ଯ୍ୟନ୍ତ ମିଳିବ ଜେଲଦଣ୍ଡ…

କରୋନା ସହ ସତର୍କ ରହିବାକୁ ମୋଦି ଦେଲେ ପରାମର୍ଶ, ଏମିତି ଢଙ୍ଗରେ କହିଲେ ଅଜୟ ଦେବଗନ୍‌ଙ୍କ ଦିଲଓ୍ବାଲେ ଫିଲ୍ମର ଡାଇଲଗ୍‌…

ହେ ଭଗବାନ ! ଭାରତକୁ ଆସି ନାକେଦମ ହେଲେଣି ଏହି ବିଦେଶୀ; ପ୍ରଥମେ ମ୍ୟାଲେରିଆ, ପରେ ଡେଙ୍ଗୁ, ତା’ପରେ କରୋନା, ଆଉ ଶେଷରେ ଏବେ କାମୁଡିଲା ନାଗ…

ସାଧାରଣ ଲୋକଙ୍କୁ ୨ ହଜାର ଜରିମାନା, ଆଉ ନିଜେ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ବୁଲୁଛନ୍ତି ବିନା ମାସ୍କରେ !