ହିନା ଖାନ୍‌ଙ୍କ କ୍ରେଡିଟ୍-ଡେବିଟ୍ କାର୍ଡ ବ୍ଲକ୍ କଲେ ତାଙ୍କ ବାପା, ଏହି ଭିଡ଼ିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ମୁମ୍ବାଇ ୩୧।୧୦ : ପ୍ରସିଦ୍ଧ ଅଭିନେତ୍ରୀ ହିନା ଖାନ, ଯିଏ ଟିଭି ସିରିଏଲ୍‌ରେ ଅତି ସାଧାସିଧା ବୋହୂ ଭୂମିକାରୁ ଏକ ବୋଲ୍ଡ ଅବତାରରେ ଏବେ ନଜର ଆସୁଛନ୍ତି। ସେହି ହିନା ଖାନଙ୍କୁ‌ ଏବେ ସୋସିଆଲ ମିଡ଼ିଆରେ ଆକ୍ଟିଭ୍‌ ଥିବାର ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ବିଗ୍‌ ବସ୍‌ ସିଜନ୍‌-୧୪ କୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି ହିନା ଖାନ୍‌। ଟିଭି ଜଗତରୁ ଦୂରେଇ ଯାଇଥିବା ହିନା ଏବେ ସୋସିଆଲ ମିଡ଼ିଆରେ ନିଜ ଫଟୋ ଏବଂ ଭିଡ଼ିଓ ସେୟାର କରୁଛନ୍ତି। ତେବେ ସୋସିଆଲ ମିଡ଼ିଆରେ ହିନା ଖାନ୍‌ ଏବଂ ତାଙ୍କ ବାପାଙ୍କ ଭିଡ଼ିଓ ଏବେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ଶୁଣିବାକୁ ମିଳୁଛି କି, ହିନାଙ୍କ ବାପା ତାଙ୍କ କ୍ରେଡିଟ୍‌ ଏବହ ଡେବିଟ୍‌ କାର୍ଡ ବ୍ଲକ୍‌ କରି ଦେଇଛନ୍ତି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ହିନା ଖାନଙ୍କ ଅଯଥା ଖର୍ଚ୍ଚକୁ ନେଇ ତାଙ୍କ ପିତା ଏହି ପଦକ୍ଷେପ ନେଇଛନ୍ତି। ଭିଡିଓରେ ସେ ତାଙ୍କ ପିତାଙ୍କୁ ପ୍ରଶ୍ନ ପଚାରୁଥିବାର ଶୁଣିବାକୁ ମିଳୁଛି।

ଭିଡିଓରେ, ହିନା ତାଙ୍କ ପିତାଙ୍କୁ ପଚାରୁଛନ୍ତି, ମୋ ପାଖରେ କୌଣସି ଡେବିଟ୍, କ୍ରେଡିଟ୍ କାର୍ଡ ନାହିଁ । ସେ କହୁଛନ୍ତି ଯେ ତୁମେ ମୋର ସମସ୍ତ କାର୍ଡକୁ ବ୍ଲକ୍‌ କରି ଦେଇଛ। ତାଙ୍କ ବାପା କହୁଛନ୍ତି ବନ୍ଦ କରି ଦିଆଯାଇଛି। କାରଣ ତୁମେ ଟଙ୍କା ଖର୍ଚ୍ଚ କରିଦେବ। ପୁଣି ତାଙ୍କ ବାପା କହୁଛନ୍ତି ଯେ ଲକଡାଉନ୍ ସମୟ ଚାଲିଛି, ଯେତିକି ଟଙ୍କା ସଞ୍ଚୟ କରିପାରିବ କର।

ହିନା ପୁଣି କହୁଛନ୍ତି, ‘ତୁମେ ମୋର ସମସ୍ତ କାର୍ଡ ବ୍ଲକ୍ କରିପାରିବ ନାହିଁ। ମୁଁ କେମିତି ସପିଂ କରିବି,  ମୁଁ କଫି ମଧ୍ୟ ପିଇ ପାରିବି ନାହିଁ।’ ଏଥିରେ ତାଙ୍କ ବାପା କହୁଛନ୍ତି ଟଙ୍କା ନିଅ, ମୁଁ ତୁମକୁ ଦେଉଛି। କେତେ ଟଙ୍କା ଦରକାର। ମୁଁ ତୁମକୁ କଫି ପାଇଁ ୨୦୦ ଟଙ୍କା ଦେଇଦେବି।’

ହିନା ଖାନଙ୍କ ଏହି ଭିଡ଼ିଓ ଖୁବ୍ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓ ଏକ ପ୍ୟାନ୍ ପେଜ୍ ଦ୍ୱାରା ସେୟାର କରାଯାଇଛି। ହିନା ଖାନ ଟିଭି ଦୁନିଆରେ ‘ୟେ ରିସ୍ତା କିୟା କେହଲତା ହେ’ ରେ ଦମଦାର ଅଭିନୟ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ଏହା ପରେ ତାଙ୍କର ସଂଘର୍ଷ ଯାତ୍ରା ଜାରି ରହିଛି।