PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ହିନ୍ଦୁ ମହାସଭା ନେତାଙ୍କ ଧମକ୍; କହିଲେ, ହିନ୍ଦୁଙ୍କ ରକ୍ଷା ପାଇଁ ଆମେ ଗାନ୍ଧୀଙ୍କୁ ବି ଛାଡ଼ିଲୁ ନାହିଁ, ତୁମେ କ’ଣ ଭାବୁଛ କି ?

pic-livehindustan.com

ମାଙ୍ଗାଲୁରୁ: ହିନ୍ଦୁ ମହାସଭା ନେତାଙ୍କ ଖୋଲାଖୋଲି ଧମକ୍। ବିଜେପି ନେତାଙ୍କୁ ଖୋଲାଖୋଲି ଧମକ ଦେଲେ ହିନ୍ଦୁ ମହାସଭା ନେତା ଧର୍ମେନ୍ଦ୍ର। କହିଲେ, ହିନ୍ଦୁଙ୍କ ରକ୍ଷା ପାଇଁ ଆମେ ଗାନ୍ଧୀଙ୍କୁ ବି ଛାଡ଼ିଲୁ ନାହିଁ। କର୍ଣ୍ଣାଟକର ମାଙ୍ଗାଲୁରୁ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ବିଜେପି ନେତାଙ୍କୁ ଏଭଳି ଧମକ ଦେଇଛନ୍ତି ଧର୍ମେନ୍ଦ୍ର। ବେଆଇନ ଧାର୍ମିକ ଆସ୍ଥାନ ଭଙ୍ଗାଯିବା ଘଟଣାକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଧମକ ଦିଆଯାଇଛି।

ସିଧା ସିଧା ଧମକ ଦେଇ ଧର୍ମେନ୍ଦ୍ର କହିଛନ୍ତି ଯେ ଆମେ ହିନ୍ଦୁମାନଙ୍କ ରକ୍ଷା ପାଇଁ ମହାତ୍ମା ଗାନ୍ଧୀଙ୍କୁ ବି ଛାଡ଼ିଲୁ ନାହିଁ। ତେଣୁ ତୁମକୁ(ବିଜେପି ନେତା) କଣ ଲାଗୁଛି ? ଆମେ ତୁମକୁ ଛାଡ଼ିଦେବୁ ? ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ଚିତ୍ରଦୁର୍ଗା, ଦକ୍ଷିଣ କନ୍ନଡ଼ ଓ ସୌସୁରରେ ଏକ ମନ୍ଦିରକୁ ଭାଙ୍ଗି ଦେଲେ। ସରକାର କିଏ ଚଳାଉଛନ୍ତି ? ଯଦି ଏସବୁ କଂଗ୍ରେସ କାର୍ଯ୍ୟକାଳ ସମୟରେ ହୋଇଥାନ୍ତା ତେବେ କଣ ପରିସ୍ଥିତି ଏମିତି ହୋଇଥାନ୍ତା ? ଯେପର୍ଯ୍ୟନ୍ତ ହିନ୍ଦୁ ମହାସଭା ରହିଛି ସେପର୍ଯ୍ୟନ୍ତ କୌଣସି ହିନ୍ଦୁ ମନ୍ଦିରକୁ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି।

hindu mahashabha neta

ସରକାରୀ ଜାଗା ଉପରେ ତିଆରି ହୋଇଥିବା ବେଆଇନ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ କର୍ଣ୍ଣାଟକ ହୋଇକୋର୍ଟ। ଫଳରେ ମହୀସରୁ ପ୍ରଶାସନ ପକ୍ଷରୁ ବେଆଇନ୍‌ ତିଆରି ହୋଇଥିବା ମନ୍ଦିର ଭଙ୍ଗାଯାଇଥିଲ। ଏହାର ଭିଡିଓ ବି ଭାଇରାଲ୍ ହୋଇଥିଲା। ଏହି ଘଟଣାକୁ ନେଇ ହିନ୍ଦୁ ମହାସଭାର ନେତା ଏଭଳି ବୟାନ ଦେଇଛନ୍ତି।   ମନ୍ଦିର ଭଙ୍ଗାଯିବା ଘଟଣାରେ ହିନ୍ଦୁ ମହାସଭା କ୍ରୋଧ ପ୍ରକାଶ କରିବା ପରେ ପଞ୍ଚଘୁଞ୍ଚା ଦେଇଛନ୍ତି ରାଜ୍ୟ ସରକାର।

ରାଜ୍ୟ ସରକାର କହିଛନ୍ତି ଯେ ମହୀସରୁ ଜିଲ୍ଲା ପ୍ରଶାସନ ମନ୍ଦିର ଭାଙ୍ଗିବା ନେଇ ସୂଚନା ନଥିଲା। ଏହି ନିଷ୍ପତ୍ତିକୁ ଭୁଲ୍ ବୋଲି ଦର୍ଶାଇ ବେଆଇନ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ କରିଦେଇଛନ୍ତି। କର୍ଣ୍ଣାଟକର ଗ୍ରାମୀଣ ବିକାଶ ଓ ପଞ୍ଚାୟତ ରାଜ ମନ୍ତ୍ରୀ କେଏସ୍‌ ଇଶ୍ୱରପ୍ପା କହିଛନ୍ତି ଯେ ସମସ୍ତ ଡେପୁଟି କମିଶନର ଉନ୍ମାଦରେ ଆସି କୌଣସି ନିଷ୍ପତ୍ତି ନେବାକୁ ନନେବାକୁ କୁହାଯାଇଛି। ସରକାର ଏହା ଉପରେ ବିଚାର ବିମର୍ଶ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।   

ସମ୍ବନ୍ଧିତ ଖବର