ହ୍ବାଇଟ୍ ହାଉସରେ ହିନ୍ଦୁ ରୀତି-ନୀତି ଅନୁସାରେ ଶାନ୍ତି ପାଠ, ବିଶ୍ବରୁ କରୋନା ମୁକ୍ତ ପାଇଁ ପ୍ରାର୍ଥନା କଲେ ଟ୍ରମ୍ପ

ଓ୍ବାଶିଂଟନ,୮।୫:  ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକାର ହ୍ବାଇଟହାଉସରେ ହିନ୍ଦୁ ରୀତିନୀତି ଅନୁସାରେ ହୋଇଛି ଶାନ୍ତିପାଠ। ଆମେରିକାରେ ରାଷ୍ଟ୍ରୀୟ ପ୍ରାର୍ଥନା ଦିବସ ଅବସରରେ ହ୍ବାଇଟ ହାଉସର ରୋଜ ଗାର୍ଡେନରେ ଜଣେ ହିନ୍ଦୁ ପୂଜାରୀ ପବିତ୍ର ବୈଦିକ ଶାନ୍ତି ପାଠ କରାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏହି ଶାନ୍ତିପାଠର ପରାମର୍ଶ ଖୋଦ୍ ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଦେଇଥିଲେ ଓ ଏହା ସହିତ କରୋନା ଭାଇରସ୍ ମହାମାରୀରେ ସାରା ବିଶ୍ବର ପ୍ରଭାବିତ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟ, ସୁରକ୍ଷା ଓ କୁଶଳତା କାମନା କରିଛନ୍ତି। ଏହି ଶାନ୍ତି ପାଠ ହିନ୍ଦୁ ରୀତି-ନୀତି ଅନୁସାରେ ସମ୍ପନ୍ନ କରାଯାଇଥିଲା ଓ ଏହି ସମୟରେ ଟ୍ରମ୍ପ ମଧ୍ୟ ଉପସ୍ଥିତ ଥିଲେ।

ଏହି ଶାନ୍ତି ପାଠ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜେ ନ୍ୟୁ-ଜର୍ସିର ବିଏପିଏସ୍ ସ୍ବାମୀନାରାୟଣ ମନ୍ଦିରର ପୂଜାରୀ ହିରିଶ ବ୍ରହ୍ମଭଟ୍ଟଙ୍କୁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ପ୍ରାର୍ଥନା କରିବା ପାଇଁ ହରିଶ ବ୍ରହ୍ମଭଟ୍ଟଙ୍କ ସହିତ ଅନ୍ୟ ଧର୍ମର ନେତା ମଧ୍ୟ ଉପସ୍ଥିତ ଥିଲେ। ବ୍ରହ୍ମଭଟ୍ଟ ରୋଜ ଗାର୍ଡେନ ମଞ୍ଚରେ ନିଜର ସଂକ୍ଷିପ୍ତ ଟିପ୍ପଣୀରେ କହିଥିଲେ, କୋଭିଡ୍-୧୯, ସାମାଜିକ ଦୂରତ୍ବ ଓ ଲକଡାଉନ୍ ଏହି କଷ୍ଟକର ସମୟରେ ରହିଛି। ଲୋକଙ୍କ ଭିତରେ ଅଶାନ୍ତି ବଢିବା କୌଣସି ଅସାଧରଣ କଥା ନୁହେଁ। ଏହି ଖରାପ ସମୟରେ ଶାନ୍ତିପାଠ, ପାର୍ଥନା ଦ୍ବାରା ସାରା ବିଶ୍ବର ସୁଖ ସମ୍ପଦ ସହିତ ସ୍ବର୍ଗ ପ୍ରାପ୍ତିର ଇଛା କରାଯାଇଥାଏ। ଏହା ଶାନ୍ତି ପାଇଁ ହିନ୍ଦୁମାନଙ୍କର ଅତି ସୁନ୍ଦର ପ୍ରାର୍ଥନା। ଏହା ଯଦୁର୍ବେଦରୁ ନିଆଯାଇଛି ଓ ଏହା ଏକ ବୈଦିକ ପ୍ରାର୍ଥନା।

ବ୍ରହ୍ମଭଟ୍ଟ  ପ୍ରାର୍ଥନା କରିଥିବାରୁ ଟ୍ରମ୍ପ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ରାଷ୍ଟ୍ରୀୟ ପ୍ରାର୍ଥନା ଦିବସରେ ଆମେରିକା ଖୁବ୍ ଭୟଙ୍କର ରୋଗ ଦେଇ ଗତି କରୁଛି। ଇତିହାସରେ ସବୁ ପ୍ରକାର ଖରାପ ସ୍ଥିତିରେ ଆମେରିକା ର୍ଧମ, ଆସ୍ଥା , ପ୍ରାର୍ଥନା ଓ ଇଶ୍ବରୀୟ ଶକ୍ତି ଉପରେ ଭରସା ରଖିଛି। ଆମେରିକାର ପ୍ରଥମ ମହିଳା ମେଲାନିୟା ଟ୍ରମ୍ପ କୋଭିଡ୍-୧୯ କାରଣରୁ ନିଜର ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କୁ ପରିବାର ପ୍ରତି ସହାନୁଭୂତି ବ୍ୟକ୍ତ କରିଥିଲେ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’