PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଯୁଦ୍ଧ ପ୍ରସ୍ତୁତିକୁ ମଜଭୁତ କରିବାକୁ ଚୀନ ରାଷ୍ଟ୍ରପତିଙ୍କ ଆହ୍ୱାନ; ଭାରତ ବିରୋଧୀ ଷଡ଼ଯନ୍ତ୍ର କରୁଛି ଚାଇନା ?

pic- livehindustan.com

ଲଦାଖ: ଯୁଦ୍ଧ ପ୍ରସ୍ତୁତିକୁ ମଜଭୁତ କରିବାକୁ ଚୀନ ରାଷ୍ଟ୍ରପତିଙ୍କ ଆହ୍ୱାନ। ଭାରତ ସୀମାନ୍ତ ସେନା କ୍ୟାମ୍ପ ବୁଲି ଦେଖିବା ବେଳେ ଯବାନମାନଙ୍କୁ ଯୁଦ୍ଧ ପାଇଁ କଡ଼ା ପ୍ରସ୍ତୁତି କରିବାକୁ ଜିନ୍‌ପିଙ୍ଗ ଆହ୍ୱାନ ଦେଇଛନ୍ତି। ଚୀନ ରାଷ୍ଟ୍ରପତିଙ୍କ ଏଭଳି ବୟାନ ଭାରତ ବିରୋଧୀ ଷଡ଼ଯନ୍ତ୍ର ହେଇପାରେ ବୋଲି ବିଶେଷଜ୍ଞ କହିଛନ୍ତି।

ନିକଟରେ ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍ ତିବ୍ବତ ଗସ୍ତ କରିଥିଲେ। ପୂର୍ବ ଲଦାଖରେ ଭାରତ-ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ତିବ୍ବତର ନିଂଗଚି ସହର ଭ୍ରମଣ କରିଥିଲେ ଜିନପିଙ୍ଗ। ଯାହା ଭାରତର ଅନୁରଣାଚଳ ପ୍ରଦେଶ ସୀମାକୁ ଲାଗିଛି।

ତିବ୍ବତ ଭ୍ରମଣ ବେଳେ ଜିନ୍‌ପିଙ୍ଗ ରାଜଧାନୀ ହ୍ଲାସାରେ ଟପ୍‌ ସନ୍ୟା ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ବୈଠକରେ ତିବ୍ବତର ଦୀର୍ଘକାଳିନ ସ୍ଥିରତା ଓ ସମୃଦ୍ଧିର ମହତ୍ୱ ବିଷୟରେ ଆଲୋଚନା କରିଥିଲେ। ଗ୍ଲୋବାଲ୍‌ ଟାଇମ୍ସର ରିପୋର୍ଟ ଅନୁସାରେ ଜିନପିଙ୍ଗ ତିବ୍ବତ ସେନାର ଶୀର୍ଷ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ଯୁଦ୍ଧ ପ୍ରସ୍ତୁତିକୁ ମଜଭୁତ କରିବାକୁ ପରାମର୍ଶ ଦେଇଥିଲେ।  

ଏବେ ଏହାକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ତିବ୍ବତକୁ ନେଇ ଚୀନ ଆଉ କେଉଁ ସୈତାନୀ ଯୋଜନା କରୁଛି ନା ଅରୁଣାଚଳପ୍ରଦେଶର ସେହି ଅଂଶକୁ ସେ ହାତେଇବାକୁ ଯୋଜନା କରୁଛି ଯାହା ସେ ଚୀନର ବୋଲି ଦାବି କରୁଛି।

ସମ୍ବନ୍ଧିତ ଖବର