PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍‌, ୮ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର ୧୯/୦୯: ହୀରାକୁଦରେ ବନ୍ଦ ହେଲା ଆଉ ୪ଟି ଗେଟ୍। ଉପରମୁଣ୍ଡରୁ ଜଳପ୍ରବାହ ହ୍ରାସ ପାଉଥିବାରୁ ପର୍ଯ୍ୟାୟ କ୍ରମେ ଜଳଭଣ୍ଡାର ଗେଟ୍ ବନ୍ଦ କରାଯାଇଛି। ବର୍ତ୍ତମାନ ୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ହୀରାକୁଦରେ ବର୍ତ୍ତମାନ ସୁଦ୍ଧା ଜଳସ୍ତର ୬୨୮.୩୩ ଫୁଟ୍ ରହିଥିବା ଜଣାପଡିଛି। ଏନେଇ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେହିପରି ଉପରମୁଣ୍ଡରେ ବର୍ଷା ବି ବନ୍ଦ ହୋଇଯାଇଛି । ସେପଟେ, ହୀରାକୁଦର ଗେଟ୍‌ ସଂଖ୍ୟା କମିବା ପରେ ସମ୍ବଲପୁର ସହରକୁ ପ୍ରବେଶ କରିଥିବା ପଛୁଆ ପାଣି ବି ଛାଡିବାରେ ଲାଗିଛି । ପ୍ରତି ସେକେଣ୍ଡରେ ୨ଲକ୍ଷ ୩୭ ହଜାର ୫୮୩ କ୍ଯୁସେକ ଜଳ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ବେଳେ ୮ଟି ଗେଟ୍‌ ସମେତ ବିଭିନ୍ନ କେନାଲ, ପାୱାର୍‌ ଚ୍ୟାନେଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ପ୍ରାୟ ୨ ଲକ୍ଷ ୨୪ ହଜାର କ୍ୟୁସେକ୍‌ ମଧ୍ୟରେ ପାଣି ନିଷ୍କାସିତ ହେଉଛି।