ପ୍ରମୁଖ ଖବର
  • ରାଏବରେଲିରୁ ପ୍ରାର୍ଥୀପତ୍ର ଦାଖଲ କଲେ ରାହୁଲ ଗାନ୍ଧୀ, ୨୦ ବର୍ଷ ହେବ ସାଂସଦ ଥିଲେ ମା’ ସୋନିଆ
  • ||
  • ଭିଜିଲାନ୍ସ ପଞ୍ଝାରେ କନିଷ୍ଠ କିରାଣୀ ଜିତେନ୍ଦ୍ର ସେନାପତି, ୧୦ ହଜାର ଲାଞ୍ଚ ନେ​‌ବା ବେଳେ ମାଡ଼ି ବସିଲା ଟିମ୍
  • ||
  • ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର
  • ||
  • ମେ'୧୦ରେ ପବିତ୍ର ଅକ୍ଷୟ ତୃତୀୟା: କପଡ଼ା କାର୍ଯ୍ୟ ଶୁଭାରମ୍ଭ କଲେ ଦର୍ଜି ସେବକ, ଛତି, ଓଲାର, ଖଣ୍ଡା, ଛୁରି, ତରାସ ପ୍ରସ୍ତୁତ ହେବ
  • ||
  • ଶୁକ୍ରବାର ଏକାମ୍ର ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନ ଭରିବେ ବିଜେପିର ବାବୁ ସିଂ ଓ ବିଜେଡିର ଆଶୋକ ପଣ୍ଡା
  • ||
  • ମେ' ୧୨ରେ ସିବିଏସ୍‌ଇ ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା
  • ||
  • ରାହୁଲ ଗାନ୍ଧିଙ୍କ ରାୟଗଡ଼ା ଗସ୍ତ ବାତିଲ୍, ସୂଚନା ଦେଲେ କଂଗ୍ରେସ ଇସ୍ତାହାର କମିଟି ମୁଖ୍ୟ ପ୍ରସାଦ ହରିଶ୍ଚନ୍ଦନ
  • ||
  • ଆମେଥି, ରାଏବରେଲି ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ରାଏବରେଲିରୁ ଲଢ଼ିବେ ରାହୁଲ ଗାନ୍ଧି
  • ||
  • IPL 2024: ୱାଙ୍ଖଡ଼େରେ ମୁମ୍ବାଇକୁ ଭେଟିବ କୋଲକାତା, ୧୨ ବର୍ଷର ପରାଜୟଧାରା ଭାଙ୍ଗିବ ନାଇଟ ରାଇଡର୍ସ
  • ||
  • ହାଇଭୋଲଟେଜ୍‌ ପ୍ରଚାରରେ କମ୍ପିବ ରାଜ୍ୟ: ଆଜି ରାୟଗଡ଼ା ଆସୁଛନ୍ତି ରାହୁଲ, କାଲି ନବୀନ, ୬ରେ ମୋଦିଙ୍କ ପ୍ରଚାର
  • ||
  • ତାତିରେ ଲାଗିବ ବ୍ରେକ୍: ୪ରୁ ଉପକୂଳରେ ଖସିବ ପାଦର, ୬ରେ ସବୁ ସ୍ଥାନରେ ଗ୍ରୀଷ୍ମପ୍ରବାହରୁ ମିଳିବ ଆଶ୍ୱସ୍ତି
  • ||

ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ସକାଳୁ ଉଦ୍ଧାର ହେଲା ୩ ମୃତଦେହ, ୪ ନିଖୋଜ

ଝାରସୁଗୁଡ଼ା/ଜାମଗାଁ/ଲଖନପୁର,୨୦/୦୪: ମହାନଦୀ ହୀରାକୁଦ ଜଳଭଣ୍ଡାରରେ ପୁଣି ବୁଡ଼ିଗଲା ଡଙ୍ଗା ଘଟଣା। ଶନିବାର ସକାଳୁ ୫ଟାରୁ ଆରମ୍ଭ ହୋଇଛି ପୁଣି ସର୍ଚ୍ଚ ଅପରେସନ । ୭ ଜଣ ଏବେ ମଧ୍ୟ ନିଖୋଜ ଥିବାବେଳେ ସକାଳୁ ୩ ମୃତଦେହ ଠାବ ହୋଇଛି।  ଜଣେ ମହିଳାଙ୍କ ସମେତ୨ ଶିଶୁଙ୍କ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଟିମ୍।ଏବେ ବି ୪ ଜଣ ନିଖୋଜ ଅଛନ୍ତି।୨ଟି ଓଡ୍ରାଫ ଟିମ ଓ ସ୍କୁବା ଡ୍ରାଇଭିଂ ଟିମ୍ ମିଳିତ ସର୍ଚ୍ଚ  ଅପରେସନ ଜାରି ରଖିଛନ୍ତି। ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରେ ଛତିଶଗଡ଼ ଖରସିଆଁର ରାଧିକା ନିଶାଦ, ନବୀନ ରାଠିଆ, ପିକେଶ୍ବର ରାଠିଆ ବୋଲି ଜଣାପଡିଛି।

ସୂଚନାନୁସାରେ, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲା ଖରସିଆଁ ପାଖ ଅଞ୍ଜୋଲିପାଲିରୁ ୪୫ ଜଣ ବ୍ୟକ୍ତି ଏକ ବୋଲେରୋ ଏବଂ ଏକ ପିକଅପ ଭ୍ୟାନ ଯୋଗେ ସରଧା ଫେରିଘାଟକୁ ପହଞ୍ଚିଥିଲେ । ସେଠାରୁ ସେମାନେ ମହାନଦୀ ଅପରପାଶ୍ୱର୍ରେ ଥିବା ବରଗଡ଼ ଜିଲ୍ଲାର ପଥରସେନୀ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ଏକ ଡଙ୍ଗାରେ ଯାଇଥିଲେ । ଯାତ୍ରୀବାହୀ ଡଙ୍ଗାରେ ଆରପାଶ୍ୱର୍କୁ ଯାଇ ପୂଜା ସାରି ଫେରିବା ବେଳେ ଅପରାହ୍ନ ପ୍ରାୟ ୩ଟା ସମୟରେ ଛତିଶଗଡ଼ ସୀମା ଲଖନପୁର ବ୍ଲକର ରେମତା ପଞ୍ଚାୟତ ସରଧା ଠାରେ ହୀରାକୁଦ ଜଳଭଣ୍ଡାର ମଧ୍ୟରେ ଡଙ୍ଗାଟି ବୁଡ଼ି ଯାଇଥିଲା । ଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ପରିବହନ କାରଣରୁ ବୁଡ଼ି ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସେହି ସମୟରେ ମାଛ ମାରିବା ଲାଗି ସେଠାରେ ରହିଥିବା ଦୁଇ ଜଣ ମତ୍ସ୍ୟଜୀବୀ ମାଛଧରା ଡଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ମାତ୍ର ୮-୯ ଜଣ ପାଣି ଭିତରେ ରହି ଯାଇଥିଲେ । ଅନ୍ୟ ସମସ୍ତେ ଉଦ୍ଧାର ହୋଇ କୂଳକୁ ଆସିଥିଲେ । ପରେ ଜଣଙ୍କ ମୃତଦେହ ପାଣି ଭିତରୁ ବାହାର କରାଯାଇଥିଲା । ମୃତକ ହେଲେ ଅଞ୍ଜୋଲିପାଲିର ରାଧିକା ନିଶାଦ (୪୦) । ତାଙ୍କ ସାଙ୍ଗରେ ଥିବା ଛୋଟ ପୁଅ ଉଦ୍ଧାର ହୋଇ କୂଳକୁ ଆସିବାରେ ସମର୍ଥ ହୋଇଥିଲା । ସ୍ଥାନୀୟ ଲୋକେ ଏବଂ ମତ୍ସ୍ୟଜୀବୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ପରେ ଦମକଳ ବାହିନୀ ପହଞ୍ଚି ସହାୟତା କରିଥିଲେ । 

ଡଙ୍ଗାରେ ପ୍ରାୟ ୫୪ ଜଣ ଯାତ୍ରୀ ଏବଂ ତିନି ଗୋଟି ବାଇକ ରହିଥିଲା । ଯେଉଁଥିରୁ ବରଗଡ଼ ପଟର ୪-୫ ଜଣ ଯାତ୍ରୀ ଡଙ୍ଗା ବୁଡ଼ିଯିବା ପରେ ପହଁରି ପହଁରି ଆରପାଶ୍ୱର୍ରେ କୂଳକୁ ଯାଇଥିଲେ । ଓଡ଼ିଶାର ଏହି ସୀମା ଅଞ୍ଚଳର ୪ ଜଣ ଯାତ୍ରୀ ମଧ୍ୟ ପହଁରି ଏ କୂଳରେ ପହଞ୍ଚିଥିଲେ । ପରେ ଓଡ୍ରାଫ ଟିମ ଏବଂ ସ୍କୁବା ଡାଇଭର୍‌ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଘଟଣାସ୍ଥଳରେ ପୁଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଝାରସୁଗୁଡ଼ା ଏସ୍‌ପି ସ୍ମିଥ ପରମାର, ରାୟଗଡ଼ ଜିଲ୍ଲାପାଳ କାର୍ତ୍ତିକେୟ ଗୋୟଲ ଏବଂ ଏସ୍‌ପି ଦିବ୍ୟଙ୍ଗ ପଟେଲ ଏବଂ ଝାରସୁଗୁଡ଼ା ଜିଲ୍ଲାର ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଉଦ୍ଧାର ହୋଇଥିବା ଯାତ୍ରୀମାନେ ହେଲେ ରାଧିକା ରାଠିଆ (୩୦), ତେରାସ ବାଈ ରାଠିଆ (୪୫), ଘସମିନ ରାଠିଆ (୩୫), କୁନାଲ ରାଠିଆ (୭), ଜଣେ ୫ ବର୍ଷର ପିଲା, ଲଛମିନ ରାଠିଆ (୩୫) ଏବଂ ପିକୁ ରାଠିଆ (୮) । ଦୁଇ ଜଣଙ୍କୁ ଆହତାବସ୍ଥାରେ ଚାଣ୍ଟିପାଲି ଏବଂ ପରେ କନକତୋରା ଡାକ୍ତରଖାନା ନିଆ ଯାଇଥିଲା । ଯେଉଁମାନେ ସୁସ୍ଥ ହୋଇଛନ୍ତି । 

ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଉଦ୍ଧାର କରାଯାଇଥିବା ସମସ୍ତ ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.