ବ୍ରିଜ ନିର୍ମାଣ ବେଳେ ଅଘଟଣ : ବାଲି ବସ୍ତା ତଳେ ଚାପି ହୋଇ ମହିଳା ଶ୍ରମିକ ମୃତ

ସାନଖେମୁଣ୍ଡି, ୧୮।୧ ଗଞ୍ଜାମ ଜିଲ୍ଲା ଆସିକା ଥାନା ସିଦ୍ଧନଇ ପଞ୍ଚାୟତ ଜଗଦଳପୁର ମହାରାଜପୁର ବ୍ରିଜ ନିର୍ମାଣ ବେଳେ ଘଟିଛି ଦୁର୍ଘଟଣା l ନିର୍ମାଣଧୀନ ପୋଲର ଵିମ ସହିତ ପାଖରେ ଥିବା ବାଲିବସ୍ତା ତଳେ ତାପି ହୋଇ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଛି l ମୃତ ମହିଳା ଜଣକ ସାପୁଆପଲ୍ଲୀ ଗ୍ରାମର କାମିନୀ ନାହାକ (୩୨) ।
ଦୁଇ ବର୍ଷ ତଳେ କୋଲକାତାର ଏକ ଠିକା ସଂସ୍ଥା ଏହି ବ୍ରିଜ ନିର୍ମାଣ କରୁଛି। ମଙ୍ଗଳବାର କାର୍ଯ୍ୟ ଚାଲିଥିବା ସମୟରେ ନିର୍ମାଣଧୀନ ପୋଲର ଵିମ ସହିତ ପାଖରେ ଥିବା ବାଲିବସ୍ତା ଦବି ଯାଇଥିଲା। ବାଲି ବସ୍ତା ତଳେ ଚାପି ହୋଇ ସାପୁଆପଲ୍ଲୀ ଗ୍ରାମର କାମିନୀଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାରକରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି l ଅନ୍ୟପକ୍ଷରେ ମୃତ ମହିଳା ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟକରି ନିଜ ପରିବାର ଚଳାଉ ଥିଲେ l ତାଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ସନ୍ତାନ ବେସାହାରା ହୋଇଯାଇଥିବା ବେଳେ ସରକାର ସହାୟତା ପାଇଁ ମୃତକଙ୍କ ଭାଇ ଦାବି କରିଛନ୍ତି l