ଶିକ୍ଷକଙ୍କୁ କଚାଡି ମାରିଲା ହାତୀ


ଢେଙ୍କାନାଳ ୨୬/୧୦: ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗ ବସୋଇ ନିକଟରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଶୁଣ୍ଡରେ କଚାଡି ମାରିଲା ହାତୀ। ଶିକ୍ଷକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାରକରି ପ୍ରଥମେ ତାଙ୍କୁ କାମାକ୍ଷାନଗର ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ମୁତାବିକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି। ଏପରିକି ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଥିବା ଖବର ମିଳିଛି। ଗୁରୁତର ଜଣଙ୍କ ହେଲେ ବାରିହାପୁର ଗ୍ରାମର ଅବରପ୍ରାପ୍ତ ଶିକ୍ଷକ କାଳନ୍ଦୀ ସାହୁ । କାଳନ୍ଦି ନିଜ ଗ୍ରାମ ବାରିହାପୁରରୁ ବସୋଇକୁ କୌଣସି କାମରେ ସାଇକେଲରେ ଯାଉଥିବା ବେଳେ ବାଟରେ ହାତୀ ସହ ମୁହାଁମୁହିଁ ହୋଇଯାଇଥିଲେ। ଫଳରେ ହାତୀଟି ତାଙ୍କୁ ଶୁଣ୍ଡରେ କଚାଡି ଦେଇଥିଲା । ପ୍ରଥମେ ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲ ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି ।