PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଯନ୍ତ୍ରଣା ସହିନପାରି ଦେହରେ କିରାସିନି ଢାଳି ନିଜକୁ ଜାଳିଦେଲେ ଏଚ୍‌ଆଇଭି ରୋଗୀ

ରାଇରଙ୍ଗପୁର ୧୪/୧୨: ଯନ୍ତ୍ରଣା ସହିନପାରି ଜଣେ ଏଚ୍‌ଆଇଭି ଆକ୍ରାନ୍ତ ନିଜ ଘରେ ଦେହରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ତିରିଂ ଥାନା ସୁନାପୋଷି ଗ୍ରାମରେ। ପରିବାର ଲୋକେ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବା ବେଳେ ସେ ଘରେ ଏକୁଟିଆ ଥିଲେ ।

ଶୁକ୍ରବାର ଦ୍ୱିପହରେ ଦେହରେ ନିଆଁ ଲଗାଇ ଦେଇଥିଲେ । ଫଳରେ ଶରୀରର ପ୍ରାୟ ୮୦ ପ୍ରତିଶତ ଜଳିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତରଖାନାରେ ମୃତ୍ୟୁ ହୋଇଛି । ଡାକ୍ତରଖାନା କର୍ତ୍ତୃପକ୍ଷ ପୁଲିସକୁ ସୂଚନା ଦେଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ପୁଲିସ ପହଞ୍ଚିପାରି ନାହିଁ । ଆଜି ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି ।

ସେ ଦୀର୍ଘ ଦିନ ହେବ ମାରାତ୍ମକ ଏଡ୍‌ସ ରୋଗରେ ଆକ୍ରାନ୍ତ ହୋଇ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନା ଅଧୀନରେ ଦୀର୍ଘ ଦିନରୁ ଚିକିତ୍ସିତ ହେଉଥିଲେ । ବେଳେବେଳେ ଦେହ ଅସୁସ୍ଥ ହେଲେ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥାନ୍ତି । ଏନେଇ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଧୀକାରୀ ଡ. ଛତିଶ ଚନ୍ଦ୍ର ମହାନ୍ତଙ୍କୁ ସୂଚନା ଦେଇଛନ୍ତି । ମୃତ ଯୁବକଙ୍କର କୌଣସି ସମ୍ପର୍କୀୟ ଲୋକ ଆସିନଥିବା ବେଳେ ଦୂର ସମ୍ପର୍କୀୟ ଭାଇ ଜଣେ ପହଞ୍ଚିଛନ୍ତି ।