PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଚିକିତ୍ସା ପାଇଁ ହସ୍ପିଟାଲ ଆଗରେ ୪୦ ଘଣ୍ଟା ପଡି ରହିଥିଲେ ଏଚଆଇଭି ଆକ୍ରାନ୍ତ ଗର୍ଭବତୀ ମହିଳା, ପ୍ରସବ ପରେ ଶିଶୁର ମୃତ୍ୟୁ

ବାରିପଦା,୧୪।୧୨: ମେଡିକାଲରେ ୪୦ ଘଣ୍ଟା ପଡ଼ି ରହିବା ପରେ ଶେଷରେ ଏଚ୍ଆଇଭି ଆକ୍ରାନ୍ତ ଗର୍ଭବତୀଙ୍କ ମହିଳାଙ୍କ ଚିକିତ୍ସା ହେଲା। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ଗର୍ଭବତୀ ମହିଳା ଜଣକ ଦୀର୍ଘ ସମୟ ପଡି ରହିବା ପରେ ତାଙ୍କର ଚିକିତ୍ସା ହୋଇଛି। ମହିଳା ଜଣକ ଜାମଦା ବ୍ଲକର ବୋଲି ଜଣାପଡିଛି। ଗତକାଲିଠୁ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ ମଧ୍ୟ ଏଚ୍ଆଇଭି ଆକ୍ରାନ୍ତ ହୋଇଥିବାରୁ ଡାକ୍ତର ତାଙ୍କର ଚିକିତ୍ସା କରିନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।

ଗତ ୧୨ ତାରିଖରୁ ମହିଳା ଜଣ ଚିକିତ୍ସା କରିବାକୁ ଆସିଥିଲେ। ମହିଳା ଜଣକ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଠିକ୍ ସମୟରେ ଚିକିତ୍ସା ମିଳିନଥିଲା। ଡାକ୍ତରମାନେ ତାଙ୍କୁ ଚିକିତ୍ସା କରିବାକୁ ରାଜି ହୋଇନଥିଲେ। ଯେତେବେଳେ  ଚିକିତ୍ସା କରାଯାଇଥିଲା ସେ ସମୟରେ ଅଧିକ ଡେରି ହୋଇ ଯାଇଥିଲା। ​‌ମହିଳା ଜଣକ ଏକ ଶିଶୁକୁ ଜନ୍ମ ଦେଇଥିଲେ ମଧ୍ୟ  ଶିଶୁଟିର ମୃତ୍ୟୁ ହୋଇଛି। ଏବେ ମହିଳା ଜଣକ ସୁସ୍ଥ ଅଛନ୍ତି।