PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ନାବାଳିକାଙ୍କ ହାତ ଧରିବା ଓ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡନ ନୁହେଁ: POCSO କୋର୍ଟ ଅଭିଯୁକ୍ତକୁ କଲେ ମୁକ୍ତ

https://ommcomnews.com

ମୁମ୍ବାଇ,୧।୮: କୌଣସି ନାବାଳିକାଙ୍କ ହାତ ଧରିବା କିମ୍ବା ତାଙ୍କୁ ପ୍ରେମ ନିବେଦନ କରିବା ଯୌନ ଉତ୍ପୀଡନ ନୁହେଁ। ଏନେଇ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଥିବା ଏକ ପୋକ୍ସୋ କୋର୍ଟ ରାୟ ଦେଇଛନ୍ତି।  କୋର୍ଟ ଏହି ମାମଲାରେ ୨୮ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଛାଡ କରିଛନ୍ତି। ୨୦୧୭ ରେ ଏହି ବ୍ୟକ୍ତି ଜଣେ ନାବାକିଳାଙ୍କୁ ପ୍ରେମ ନିବେଦନ କରିଥିଲେ। ଉଲ୍ଲେଖନୀୟ ଯେ, ପ୍ରୋଟେକ୍ସନ ଅଫ୍ ଚିଲଡ୍ରେନ୍ ଫ୍ରମ ସେକ୍ସୁଆଲ ଅଫେନ୍ସ ଆକ୍ଟକୁ ପୋକ୍ସୋ କୁହାଯାଏ। ପୋକ୍ସୋ କୋର୍ଟରେ ୧୮ ବର୍ଷୀୟରୁ କମ୍ ବୟସ୍କ ଝିଅଙ୍କ ପ୍ରତି ହେଉଥିବା ଯୌନ ଶୋଷଣ ଅପରାଧର ଶୁଣାଣି କରାଯାଇଥାଏ। ୨୦୧୨ରେ ଏହି ଆଇନ ଅନୁସାରେ ଅଲଗା ଅଲଗା ଅପରାଧ ପାଇଁ ଭିନ୍ନ ନିୟମ ରହିଛି। ୨୦୧୮ ରେ ସରକାର ଏହି ଆଇନରେ ପରିବର୍ତ୍ତନ କରିଥିଲେ।

କୋର୍ଟ କହିଛନ୍ତି, ଏଭଳି କୌଣସି ପ୍ରମାଣ ନାହିଁ ଯେଉଁଥିରେ ଏହା କହିହେବ ଯେ, ଅଭିଯୁକ୍ତର କୌଣସି ଯୌନ ଉତ୍ପୀଡନ କରିବାର ଉଦେଶ୍ୟ ଥିଲା। ରାୟ ଶୁଣାଇ  କୋର୍ଟ କହିଛନ୍ତି, ଏ ବିଷୟରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମଧ୍ୟ ମିଳିନି ଯେ ଅଭିଯୁକ୍ତ ଲଗାତାର ଭାବରେ ନାବାଳିକାଙ୍କର ପିଛା କରୁଥିଲା କିମ୍ବା କୌଣସି ନିଛାଟିଆ ସ୍ଥାନକୁ ନେଇକି ଯାଇଥିଲା। ଅଭିଯୋଗକାରୀ ପକ୍ଷ ପ୍ରମାଣ ଦେବାକୁ ସକ୍ଷମ ନୁହନ୍ତି ଯେ, ତାଙ୍କ ଝିଅ ସହିତ ଯୌନ ଉତ୍ପୀଡନ କରାଯାଇଛି। ଅଭିଯୁକ୍ତଙ୍କୁ ସନ୍ଦେହର ଲାଭ ଦେଇ ମୁକ୍ତ କରାଯାଉଛି।

ସମ୍ବନ୍ଧିତ ଖବର