ହୋଲି ୨୦୧୯: ଆରମ୍ଭ ହୋଇଯାଇଛି ହୋଲାଷ୍ଟକ, ୮ଦିନ ପର୍ଯ୍ୟନ୍ତ ଭୁଲରେ ବି କରନ୍ତୁ ନାହିଁ ଏହି ଶୁଭ କାମ

ଚଳିତ ବର୍ଷ ହୋଲି ଉତ୍ସବ ମାର୍ଚ୍ଚ 10ରେ ପଡ଼ୁଛି। ଫାଲଗୁନ ଶୁକ୍ଲ ପକ୍ଷ ଅଷ୍ଟମୀରୁ ଫାଲଗୁନ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ହୋଲାଷ୍ଟକ ପାଳନ କରାଯାଏ।

ହିନ୍ଦୁ ଧର୍ମ ଶାସ୍ତ୍ରରେ ହୋଲାଷ୍ଟକ ଯୋଗୁଁ କୈାଣସି ବି ଶୁଭ କାମ କରିବା ଭଲ ନୁହେଁ। ଏହି ସମୟକୁ ଅଶୁଭ ମୂହୁର୍ତ୍ତ ବୋଲି କୁହାଯାଏ। ହିନ୍ଦୁ ପଂଚାଗ ଅନୁସାରେ ଫାଲଗୁନ ଶୁକ୍ଳ ପକ୍ଷ ନବମୀ ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସୂର୍ଯ୍ୟଦେବ ମୀନ ରାଶିରେ ପ୍ରବେଶ କରିବେ। ଯଦି ଜ୍ୟୋତିଷଶାସ୍ତ୍ର ଆଧାରରେ ତାର ଗଣନା କରାଯାଏ ତେବେ ସଂକ୍ରାନ୍ତି ୧୪ ମାର୍ଚ୍ଚ ରେ ପଡ଼ିବ।

ହିନ୍ଦୁ ଧର୍ମର ପୈାରାଣିକ ମାନ୍ୟତା ଅନୁସାରେ ହୋଲାଷ୍ଟକ ଯୋଗୁଁ ପ୍ରକୃତିରେ ସକରାତ୍ମକ ଶକ୍ତିର ପ୍ରବାହ ଧୀର ହୋଇଯାଏ ଏବଂ ନକରାତ୍ମକ ଶକ୍ତି ଅତିଶୟ ହୋଇଯାଏ। ଏହି କାରଣ ଯୋଗୁଁ ଶୁଭ କାମ କରିବାକୁ ମନା କରାଯାଇଥାଏ।