ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ନଦୀରେ ବୁଡି ଏବଂ ଦୁର୍ଘଟଣା - ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ମୃତ

ଭୁବନେଶ୍ୱର ୧୦।୦୩- କରରୋନା ଭାଇରସ୍ ଆତଙ୍କରେ ରଙ୍ଗର ପର୍ବ ହୋଲି ଅଧିକାଂଶ ସ୍ଥାନାରେ ଫିକା ପଡିଥିଲା ସତ । କିନ୍ତୁ ହୋଲି ଖେଳରେ ଅସବାଧାନତା ଯୋଗୁଁ ନଦୀରେ ବୁଡି ଏବଂ  ଦୁର୍ଘଟଣା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ମୃତ ହୋଇଥିବା ବେଳେ ୮ରୁ ଅଧିକ  ଗୁରୁତର ଆହତ ହୋଇଛନ୍ତି  ।

ହୋଲିରେ  ଅଘଟଣ । ରାଜ୍ୟର ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟି ୧୦ରୁ ଅଧିକ ମୃତ ୮ରୁ ଅଧିକ ଗୁରୁତର । ଢେଙ୍କାନାଳରେ ହୋଲିରେ ଅଘଟଣ । ହେ।ଲି ଖେଳି ଘରକୁ ଫେରିବା ବେଳେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେ।ଇଛି । ଢେଙ୍କାନାଳ-କପିଳାସ ରାସ୍ତା ଛଣବୋଲୁଅରେ ଗଛରେ ପିଟି ହୋଇଯିବାରୁ  ବାଇକ୍ରେ ଥିବା ୩ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି ।  ମୃତକମାନେ ହେଲେ ଛଣବୋଲୁଅ ଗାଁର କୈଳାସ ସାହୁ, ରାମେଶ୍ବରପୁର ଗାଁର ସୁବ୍ରତ ଦେହୁରୀ ଏବଂ କାଇମାଟି ଗାଁର ବ୍ରହ୍ମାନନ୍ଦ ରାଉତ ।

କୋରାପଟ ଜିଲ୍ଲା ଗୁଣପୁର ପଦ୍ମପୁର ଥାନା ବଡ ନାଳ ଡ୍ୟାମରେ ବୁଡି ୩ଜଣଙ୍କର ମୃତ୍ୟୁ । ଜଣଙ୍କୁ ସଙ୍କଟାପନ୍ନ  ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ହୋଲି ଖେଳସାରି ଏମାନେ  ଡ୍ୟାମକୁ  ଗାଧୋଇବାକୁ ଯାଇଥିଲେ। ଦୁର୍ଭାଗ୍ୟବସତଃ ସମସ୍ତେ ବୁଡିଯାଇଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଅଗ୍ନିଶମ କର୍ମଚାରୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।

 କାଠଯୋଡି ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ୨ ଜଣ ନାବାଳକ ମୃତ୍ୟୁ । ମ଼ତକ ହେଲେ ନିଶାନ୍ତା ପାଢୀ, ଏବଂ ଶୁଭମ୍ ବେହେରା । ଉଭୟ ନାବାଳକ ଅନ୍ୟ ୨ ସାଙ୍ଗଙ୍କ ସହିତ ହୋଲି ଖେଲି ସାରି କାଠଯୋଡି ନଦୀକୁ ଗାଧୋଇ ଯାଇଥିଲେ । ତେବେ କୌଣସି କାରଣରୁ ୨ ଜଣ ନଦୀରେ ଭାସିଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତା ଏବଂ ଦମକଳବାହିନୀର ଉଦ୍ୟମ ଯୋଗୁଁ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା । ସେମାନଙ୍କୁ ତୁରନ୍ତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା।  ସେଠାରେ ଉଭୟ ନାବାଳକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । 

ପଟାମୁଣ୍ଡାଇରେ ହୋଲି ଖେଳି ପୋଖରୀରେ ଗାଧୋଇବା ସମୟରେ ବୁଡ଼ିଗଲେ ଦୁଇ ଭାଇ । ଏଥିରେ ବଡ଼ ଭାଇର ମୃତ୍ୟୁ ହୋଇଥିବା ବେଳେ ସାନ ଭାଇକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ମୃତକ ହେଲା ନିଆଳି ଗାଁର ଆୟୁସ୍ମାନ ପରିଡା ।

ରଙ୍ଗ ଖେଳିବାକୁ ଯାଉଥିବା ବେଳେ ଦୁର୍ଘଟଣାରେ ଯୁବକ ମୃତ । ସୋର ମଙ୍ଗଳପୁର ରାସ୍ତା ବାଗୁଡିରେ ଦୁର୍ଘଟଣା ଯୋଗୁଁ ଯୁବକ ମୃତ । ଯୁବକ ହେଲେ ମହୁମୁହାଣ ଗାଁର ନରେନ୍ଦ୍ର କୁମାର ଜେନା । ଷଣ୍ଢ ଆକ୍ରମଣ କରିବାରୁ ରାସ୍ତା ଉପରେ ବାଇକରୁ ଯୁବକ ଜଣଙ୍କ ପଡି ଯାଇଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା । ଗୁରୁତର ଅବସ୍ଥାରେ ନରେନ୍ଦ୍ରଙ୍କୁ ସୋର ମେଡିକାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏବେ ଏହି ଘଟଣାର ଲାଇଭ ଭିଜୁଆଲ ସାମନା ଆସିଛି । ଏହି ଅଘଟଣର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି

ନୀଳଗିରି ଶିଆଡିମାଳ ଅଞ୍ଚଳରେ ଜଣେ ଯୁବକ ନିଖୋଜ । ବୁଗାଲି ବନ୍ଧରେ ଗାଧୋଇବା ବେଳେ ନିଶିକାନ୍ତ ସାଏବାବୁ ନିଖୋଜ ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳେ ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟ ଜାରି ରଖିଛି

ବାରଙ୍ଗ ନରାଜ ନିକଟ ମହାନଦୀରେ ଗାଧେ।ଇବା ବେଳେ ଭାସିଗଲେ ଛାତ୍ର । ୩ଜଣ ଛାତ୍ର ଓ ୨ଜଣ ଛାତ୍ରୀ ଗାଧେ।ଇବାକୁ ଯାଇଥିଲେ । ତେବେ ଅସାବଧାନତା ବଶତ ଜଣେ ଛାତ୍ର ଭାସି ଯାଇଛନ୍ତି । ନିଖେ।ଜ ଛାତ୍ର ହେଲେ ଶାସ୍ବତ ସାହୁ । ସେ ଭୁବନେଶ୍ବରର ଏକ ଘରେ।ଇ କଲେଜରେ ପାଠ ପଢୁଥିଲେ । ଉଦ୍ଧାର କାର୍ଯ୍ୟ ଜାରି ।

  ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ । ଆଠଗଡ଼ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଓ ପଣସପାଟଣା ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ।  ଭିରୁଡା ଗାଁର ୬ଜଣ ଆହତ ଧିରପାଟଣା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତିଗିରିଆ ଭୀରୁଡ଼ାଗାଁ ଓ ପଣସ ପାଟଣା ଶୁଣ୍ଢିସାହି ମଧ୍ୟରେ ହୋଲି ଖେଳକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଶୁଣ୍ଢି ସାହିର ଯୁବକ ମାନେ ଖଣ୍ଡା ଓ ଠେଙ୍ଗା ରେ ପ୍ରଥମେ ଆକ୍ରମଣ କରିଥିଲେ, ଫଳରେ ଭୀରୁଡ଼ା ଗ୍ରାମର ୬ ରୁ ଅଧିକ ଗୁରୁତର ହୋଇଛନ୍ତି । ସେମାନଙ୍କୁ  ଧିରପାଟଣା ମେଡିକାଲରେ ଭର୍ତ୍ତି  କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.