PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋକସରା: ପଛୁଆ ବର୍ଗ ପକ୍ଷରୁ କୋକସରାରେ ସଂରକ୍ଷଣ ଦାବିରେ ରାସ୍ତା ଅବରୋଧ, ଯାତାୟତ ଠପ୍
  • ||
  • କଳାହାଣ୍ଡି: ଅଙ୍ଗନୱାଡି କର୍ମୀ ଚୟନ ପାଇଁ ରାମପୁର ଆଇସିଡିଏସ୍ ସିଡିପିଓ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
  • ||
  • କଟକ: ଦୀପାବଳିରେ ବାଣ ଫୁଟାଇବାକୁ ନେଇ ମାମଲା, ପିଟିସନ୍ ଖାରଜ; ସାନି ପିଟିସନ୍ ଦାଖଲ ଲାଗି ହାଇକୋର୍ଟଙ୍କ ନିର୍ଦେଶ
  • ||
  • ଭୁବନେଶ୍ୱର: କାର୍‌ଗିଲ୍‌ ବସ୍ତିରୁ ୨୫୪ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ
  • ||
  • ନୀଳଗିରି: ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଯୁବକଙ୍କୁ ପଡିଲା ମହଙ୍ଗା, ଧରାପଡି ନିର୍ଧୁମ ମାଡ଼ ଖାଇଲେ
  • ||
  • ସୀମାନ୍ତରେ ମାଓବାଦୀ ଯବାନ ଗୁଳିବିନିମୟ ୩ ମାଓବାଦୀ ନିହତ, ବନ୍ଧୁକ ଗୋଳାବାରୁଦ ଜବତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୧୨କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ଆଠଗଡ଼: ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର, ଖାଁ ଖାଁ ଧବଳେଶ୍ଵରଙ୍କ ପୀଠ
  • ||
  • ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ, ୧୬ ଦଫା ଦାବିରେ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||
  • ଭୁବନେଶ୍ୱର: ରାଜ୍ୟରେ ୫ ଦିନ ଯାଏ ବଢ଼ିବନି ଶୀତ, ୨୮ରୁ ୩୦ ଯାଏ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ ଅଷ୍ଟମ ଶ୍ରେଣୀ କ୍ଲାସ୍ ରୁମ୍ ପାଠପଢ଼ା, ପ୍ରଥମ ଦୁଇଦିନ ହସଖୁସି ପିଲାଙ୍କ ଶିକ୍ଷଣସ୍ତର ମପାଯିବ
  • ||
  • ରାୟଗଡ଼ା: ବସ୍ତି ଉଚ୍ଛେଦ ପ୍ରତିବାଦରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ରାସ୍ତାରୋକ। ରାସ୍ତା ଅବରୋଧ ଆରମ୍ଭ ହେବାର ମାତ୍ର ୧ ଘଣ୍ଟା ପରେ ସମସ୍ତଙ୍କୁ ଉଠେଇ ନେଲା ପୁଲିସ।
  • ||
  • ଜଗତସିଂହପୁର: ୩୦୦ ଗ୍ରାମ ବ୍ରାଉନସୁଗର ସହ ନଗଦ ଟଙ୍କା ଜବତ କଲା ଜଗତସିଂହପୁର ପୋଲିସ, ଜଣେ ମହିଳା ଅଟକ
  • ||

ଆଜି ଚନ୍ଦ୍ରଭାଗାରେ ମାଘବୁଡ଼, ଭକ୍ତଙ୍କ ଗହଳିରେ କମ୍ପୁଛି ମେଳା ପଡ଼ିଆ

କୋଣାର୍କ,୧୧ା୨(ଆପ୍ର): ମଙ୍ଗଳବାର ପବିତ୍ର ମାଘ ସପ୍ତମୀ ତିଥି । ଭୋର୍‌ ୩ଟା ୫୦ରେ ଶ୍ରୀଜିଉମାନଙ୍କ ମହାସ୍ନାନ । ପରେ ଲକ୍ଷାଧିକ ଶ୍ରଦ୍ଧାଳୁ, ଭକ୍ତଙ୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ । ଏଥିପାଇଁ ଗତକାଲିଠାରୁ ଭକ୍ତମାନେ କୋଣାର୍କ ଆସି ପହଞ୍ଚିବାରେ ଲାଗିଛନ୍ତି । ମେଳା ପଡ଼ିଆ ଭକ୍ତଙ୍କ ଗହଳିରେ କମ୍ପୁଛି । ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ସାଧୁ, ସନ୍ଥ, ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ଏହି ପବିତ୍ର କ୍ଷେତ୍ରରେ । ଏହି ତିଥିରେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଶ୍ରୀତ୍ରିବେଣୀଶ୍ୱର, ଶ୍ରୀଦକ୍ଷିଣେଶ୍ୱର, ଶ୍ରୀଈଶାନେଶ୍ୱର ଦେବ ଆଜି ଭୋର ୩ଟା ୫୦ରେ ମହାସ୍ନାନ କରିବେ । ପରେ ଭୋର ୪ଟାରୁ ଅପେକ୍ଷାରତ ସାଧୁସନ୍ଥ, ଶ୍ରଦ୍ଧାଳୁ ଏହି ତୀର୍ଥରେ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ଦର୍ଶନ କରି ମହାପୁଣ୍ୟ ଅର୍ଜନ କରିବେ ।

ଅସ୍ଥାୟୀ କୁଡ଼ିଆରେ ଶ୍ରଦ୍ଧାଳୁ: ବୁଡ଼ ପକାଇବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଶ୍ରଦ୍ଧାଳୁମାନେ ଆସି କୋଣାର୍କରେ ପହଞ୍ଚିବାରେ ଲାଗିଛନ୍ତି । ବହୁ ଭକ୍ତ ମେଳା ପଡ଼ିଆରେ ଅସ୍ଥାୟୀ କୁଡ଼ିଆ ନିର୍ମାଣ କରି ପବିତ୍ର ବୁଡ଼ ସମୟକୁ ଅପେକ୍ଷା କରିଛନ୍ତି । ମେଳା ପଡ଼ିଆ ଭକ୍ତଙ୍କ ଗହଳିରେ ଫାଟି ପଡ଼ୁଛି । ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ମଧ୍ୟ ସଜେଇ ହୋଇ ଶ୍ରୀଜିଉ ଓ ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିଛି । ସନ୍ଧ୍ୟାରୁ ଭକ୍ତମାନେ ମାଟି ହାଣ୍ଡିରେ ରାତ୍ରି ଭୋଜନ ପ୍ରସ୍ତୁତ କରୁଛନ୍ତି । ଶୁଖୁଆ ଡାଲ୍‌ମାରେ ମହକୁଛି ମେଳା ପଡ଼ିଆ । ଶ୍ରଦ୍ଧାଳୁମାନେ ମେଳା ପଡ଼ିଆ ନିକଟରେ ପଡ଼ିଥିବା ବିଭିନ୍ନ ଦୋକାନରୁ ରୋଷେଇ ସାମଗ୍ରୀ କିଣାକିଣି କରି ଅସ୍ଥାୟୀ ଚୁଲିରେ ଭାତ ଓ ଡାଲମା ରୋଷେଇ କରୁଛନ୍ତି । ପରେ ଏହି ହାଣ୍ଡିକୁ ହାଣ୍ଡିଭଙ୍ଗା ପୁଷ୍କରିଣୀରେ ଭାଙ୍ଗୁଛନ୍ତି । ବାଉଁଶ କଣି ଓ ନଡ଼ିଆ ବରଡ଼ାର ଛୋଟଛୋଟ କୁଡ଼ିଆରେ ଶ୍ରଦ୍ଧାଳୁମାନେ ରାତିସାରା ବିଶ୍ରାମ କରୁଥିବା ଦେଖିବାକୁ ମିଳିଛି । ପୁରୀ ରାଧାବଲ୍ଲଭ ମଠ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖେଚୁଡି ଅନ୍ନର ବ୍ୟବସ୍ଥା ହୋଇଛି ।
ଦୂଷିତ ଖାଦ୍ୟ ବିକ୍ରି: ମେଳା ପଡ଼ିଆରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ କେତେକ ବିଭାଗର ଅଧିକାରୀ ଅନୁପସ୍ଥିତ ରହିଥିବା ଅଭିଯୋଗ ହୋଇଛି । ବିଭିନ୍ନ ଅସ୍ଥାୟୀ ଦୋକାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପଦାର୍ଥ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି । ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ କରୁନଥିବାରୁ ଦୂଷିତ ଖାଦ୍ୟ ବିକ୍ରି ହେଉଥିବା ଶ୍ରଦ୍ଧାଳୁମାନେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ମେଳାପଡ଼ିଆ ସଫେଇ ପ୍ରତି ଗୁରୁତ୍ୱ ଦିଆଯାଇ ନଥିବାରୁ ଠାଏ ଠାଏ ଅଳିଆ ଆବର୍ଜନା ଜମା ହୋଇ ରହିଛି ।
ଯାନବାହନ ପାର୍କିଂ: ବୁଡ଼ ପକାଇବା ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କୋଣାର୍କ ଆସୁଥିବା ବେଳେ ସେମାନଙ୍କ ଯାନବାହନ ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରୁ କୋଣାର୍କ ଆସୁଥିବା ଯାତ୍ରୀବାହୀ ବସ୍‌ ଜୁଣେଇ ଛକ, କାକଟପୁରରୁ ଆସୁଥିବା ଯାନବାହନ କୋଣାର୍କ ବସଷ୍ଟାଣ୍ଡ, ପୁରୀରୁ କୋଣାର୍କ ଆସୁଥିବା ବସ ରାମଚଣ୍ଡୀ ପୀଠରେ ଯାତ୍ରୀଙ୍କୁ ଓହ୍ଲାଇ ରାମଚଣ୍ଡୀ ନିକଟରେ ପାର୍କିଂ କରିବ । ବାଇକ୍‌ଗୁଡ଼ିକ ବତୀ ଘର ନିକଟ ପାର୍କିଂସ୍ଥଳରେ ପାର୍କିଂ କରିବ । ସମସ୍ତ ୪ଚକିଆ ହାଲକା ଯାନ ଓ ଅଟୋ ହେଲିପ୍ୟାଡ୍‌ ନିକଟରେ ପାର୍କିଂ କରିବ ।
ସୁରକ୍ଷା କଡ଼ାକଡ଼ି: ଭକ୍ତଙ୍କ ସମାବେଶକୁ ଦଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମେଳା ପଡ଼ିଆରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ, ଏସ୍‌ପି ସାର୍ଥକ ଷଡ଼ଙ୍ଗୀ, ଡିଆଇବି ଡିଏସ୍‌ପି ଉମାକାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରୁଛନ୍ତି । ବେଳାଭୂମିରେ ଓଡ୍ରାଫ ଟିମ୍‌, ଲାଇଫ୍‌ ଗାର୍ଡ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ ସଜାଗ ରହିଛି । ସଂସ୍କୃତି ବିଭାଗ ପକ୍ଷରୁ ସାରାରାତି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ପାଇଁ ହଜିଲା-ଖୋଜିଲା ମଞ୍ଚର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଷ୍ଟଲ୍‌ ଖୋଲା ଯାଇଛି । ଆଇନ୍‌ଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।