PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଫ୍ରିଜ୍, ଏସି, ଟିଭି ସମେତ ଏହି ସବୁ ସାମଗ୍ରୀ ବିକୁଛନ୍ତି ସରକାର, ୩୧ ଅଗଷ୍ଟ ଭିତରେ କିଣିପାରିବେ…

https://aajtak.intoday.in/

ନୂଆଦିଲ୍ଲୀ ୧୧/୮: ଯଦି ଆପଣ ଶସ୍ତାରେ ଘର ପାଇଁ ସାମଗ୍ରୀ କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଏକ ଖାସ୍ ସୁଯୋଗ ରହିଛି । ଆପଣଙ୍କ ପାଇଁ ସରକାର ଆଣିଛନ୍ତି ଏହି ସୁଯୋଗ । ଆସନ୍ତୁ ଜାଣିବା…

ଅର୍ଥ ମନ୍ତ୍ରାଳୟ ଅଧିନରେ ଥିବା ଡିପାର୍ଟମେଣ୍ଟ ଅଫ୍ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ୍ ଆସେଟ ମ୍ୟାନେଜମେଣ୍ଟ ନିଜର କିଛି ପୂରୁଣା ସାମଗ୍ରୀ ବିକୁଛି । ଏଥିରେ ଫର୍ଣ୍ଣଚର, ଏୟାର କଣ୍ଡିସନର, ଟିବି, କି-ବୋର୍ଡ, ପାୱର ପ୍ଲଗ୍ ଓ ଫ୍ରିଜ୍ ସମେତ ସମୁଦାୟ ୫୪ ଆଇଟମ୍ ସାମିଲ ।  ଏଥିପାଇଁ ଟେଣ୍ଟର ବାହାରିଛି ଯାହାକି ୧୪ ଅଗଷ୍ଟରେ ଖୋଲିବ । ତେବେ ଏହାର ଅନ୍ତିମ ତାରିଖ ୩୧ ଅଗଷ୍ଟ । ଅର୍ଥାତ୍ ଆପଣ ଯଦି ଏହି ସାମଗ୍ରୀ କ୍ରୟ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ଟେଣ୍ଡର ଆପ୍ଲାଇ କରିବାକୁ ହେବ ।

image courtesy:https://aajtak.intoday.in/

ଜାରି ନୋଟିଫିକେସନ୍ ଅନୁସାରେ ଟେଣ୍ଡର ଡକ୍ୟୁମେଣ୍ଟ୍ସ http://eprocure.gov.in/eprocure/app  ଓ ଡିପାର୍ଟମେଣ୍ଟ ୱେବସାଇଟ୍ dipam.gov.in ରୁ ଡାଉନଲୋଡ୍ କରିହେବ । ଏହି ଟେଣ୍ଡରକୁ ୩୧ ଅଗଷ୍ଟରେ ହିଁ ଖୋଲାଯିବ । ଟେଣ୍ଡରରେ ଏହି ସାମଗ୍ରୀ ସେହିମାନଙ୍କୁ ଆବଣ୍ଟିତ ହେବ ଯିଏ ସବୁଠାରୁ ଅଧିକ ବୋଲି ଡାକିବ । ତେବେ ବୋଲି ଲଗାଇବା ପୂର୍ବରୁ ଆପଣ ସାମଗ୍ରୀର ଯାଞ୍ଚ ମଧ୍ୟ କରିପାରିବେ । ଏଥିରେ ସାମଗ୍ରୀକୁ ଫେରସ୍ତ କରିବା ଭଳି ସୁବିଧା ନାହିଁ । କ୍ରେତା ଏହି ରାଶିକୁ ଡିମାଣ୍ଡ ଡ୍ରାଫ୍ଟ/ ପେ ଅର୍ଡର କିମ୍ବା ବ୍ୟାଙ୍କ ଚେକ୍ସ ଜରିଆରେ ଜମା କରିପାରିବେ ।