ସିବିଆଇ ମୁଖ୍ୟାଳୟରେ ବିଳମ୍ବିତ ରାତ୍ରୀରେ ଜେରା ପରେ କିଭଳି ଖାଦ୍ୟ ଖାଇଥିଲେ ଚିଦମ୍ବରମ, ଜାଣନ୍ତୁ…

ନୂଆଦିଲ୍ଲୀ ୨୩।୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଗିରଫ ହେବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ୍‌ଙ୍କୁ ମଧ୍ୟରାତ୍ରୀ ଯାଏଁ କେନ୍ଦ୍ରୀୟ ତଦନ୍ତ ଏଜେନ୍‌ସିର ମୁଖ୍ୟାଳୟରେ ଜେରା କରାଯାଇଥିଲା।

ଅଦାଲତଙ୍କ ଆଦେଶ ଅନୁସାରେ ଚିଦମ୍ବରମ୍‌ଙ୍କୁ ସିବିଆଇ ମୁଖ୍ୟାଳୟକୁ ଅଣାଯାଇ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଚା ଦିଆଯାଇଥିଲା। ତା’ ପରେ ସିବିଆଇ ଅଧିକାରୀମାନେ ତାଙ୍କୁ ଆଏନ୍‌ଏକ୍ସ୍‍ ମିଡିଆ ମାମଲାରେ ତାଙ୍କ ପୁଅଙ୍କ ମାଲିକାନାରେ ଥିବା ସେଲ୍‌ କମ୍ପାନିଗୁଡ଼ିକୁ ଏଫ୍‌ଆଇପିବି ମଞ୍ଜୁର କରାଯିବା ବିଷୟରେ ଜେରା କରିଥିଲେ।

କିନ୍ତୁ ଚିଦମ୍ବରମ୍‌ କହିଲେ ଯେ, ଏ ସଂକ୍ରାନ୍ତରେ ଘଟିଥିବା କଥା ସବୁ ସେ ମନେପକାଇ ପାରୁ ନାହାନ୍ତି। ସେ ସମୟରେ କ’ଣ ନୀତି ଥିଲା ତାହା ଜାଣିବାକୁ ରୁଲ୍‌ବୁକ୍‌ ଆଣିବାକୁ କହିଥିଲେ। ତା’ପରେ ଚିଦମ୍ବରମ୍‌ଙ୍କୁ ରୁଲ୍‌ବୁକ୍‌ ଦିଆଯାଇଥିଲା। ତାହାକୁ ସେ ୪୫ ମିନିଟ ପଢ଼ିବା ପରେ ଏ ମାମଲାରେ ସିବିଆଇ ଅଧିକାରୀମାନେ ପଚାରିଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇଥିଲେ। ସିବିଆଇ ମୁଖ୍ୟାଳୟରେ ପ୍ରଥମ ରାତ୍ରୀ ଯାପନ ନିମନ୍ତେ ଚିଦମ୍ବରମ୍‌ଙ୍କୁ ଘର ରନ୍ଧା ଭୋଜନ ଏବଂ ସଫା ଲୁଗା ଦିଆଯାଇଥିଲା। ବୁଧବାର ବିଳମ୍ବିତ ରାତ୍ରୀରେ ଗିରଫ କରାଯାଇ ସିବିଆଇ ମୁଖ୍ୟାଳୟକୁ ନିଆଯିବା ପରେ ସିବିଆଇ ଗ୍ରିନ୍‌ହାଉସ୍‌ର ଖାଦ୍ୟ ଖାଇବାକୁ ସେ ମନା କରି ଘର ରନ୍ଧା ଖାଦ୍ୟ ପାଇଁ କହିଥିଲେ। ଅଦାଲତ ଆଦେଶ ପରେ ହିଁ ଘର ରନ୍ଧା ଭୋଜନ ଦିଆଯାଇ ପାରିବ ବୋଲି ତାଙ୍କୁ କୁହାଯାଇଥିଲା।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ