ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ: ସନ୍ଧ୍ୟା ୫ଟା ସୁଦ୍ଧା ସାରା ଦେଶରେ ୬୧% ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ ୭୯% ଓ ଜମ୍ମୁ-କଶ୍ମୀରରେ ସର୍ବନିମ୍ନ ୧୩% ଭୋଟିଂ

ନୂଆଦିଲ୍ଲୀ,୨୩।୪: ଲୋକସଭା ନିର୍ବାଚନ ୨୦୧୯ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ସାରା ଦେଶରେ ହୋଇଛି। ୧୧୭ଟି ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୬୧% ମତଦାନ ହୋଇଛି। ଏଥିରେ ଗୁଜରାଟ ଓ କେରଳର ସମସ୍ତ ଆସନ ସାମିଲ ରହିଛି।  ପଶ୍ଚିମବଙ୍ଗରେ ହିଂସାକାଣ୍ଡ ପରେ ମଧ୍ୟ ସବୁଠାରୁ ଅଧିକ ୭୯% ମତଦାନ ହୋଇଛି, ତେବେ  ଜମ୍ମୁ- କଶ୍ମୀରରେ ସବୁଠାରୁ କମ୍ ୧୩% ଭୋଟିଂ ହୋଇଛି। ପଶ୍ଚିମବଙ୍ଗ ପରେ ଆସାମରେରେ ଦ୍ବିତୀୟ ସର୍ବାଧିକ ମତଦାନ ହୋଇଛି।

ସନ୍ଧ୍ୟା ୫ଟା ସୁଦ୍ଧା ହୋଇଥିବା ମତଦାନରେ ସବୁଠାରୁ ଅଧିକ ଭୋଟିଂ ପଶ୍ଚିମବଙ୍ଗରେ ୭୯% ହୋଇଥିବା ବେଳେ ଆସାମରେ ୭୪ ପ୍ରତିଶତ ବିହାରରେ ୫୫ ପ୍ରତିଶତ, ଗୋଆରେ ୭୧%, ଗୁଜରାଟରେ ୫୯%, କଶ୍ମୀରରେ ୧୩%, କର୍ଣ୍ଣାଟକରେ ୬୧%, କେରଳରେ ୬୮%, ମହାରାଷ୍ଟ୍ରରେ ୫୫%, ଓଡିଶାରେ ୫୮%, ତ୍ରିପୁରାରେ ୭୧%, ଉତ୍ତରପ୍ରଦେଶରେ ୫୬%, ଛତିଶଗଡରେ ୬୪%, ଦାଦରା ନଗର ହାଭେଲି ୭୧%. ଡାମନ ଦ୍ବୀପରେ ୬୫% ମତଦାନ ହୋଇଥିଲା।

ଏହି ପର୍ଯ୍ୟାୟରେ ଗୁଜରାଟର ସମସ୍ତ ୩୬ ଓ କେରଳର ସମସ୍ତ ୨୦ଟି ଆସନ ସହିତ ଆସାମର ୪ଟି, ବିହାରର ୫ଟି, ଛତିଶଗଡର ୭ଟି, କର୍ଣ୍ଣାଟକରେ ୧୪-୧୪, ଓଡିଶାରେ ୬, ଉତ୍ତରପ୍ରଦେଶର ୧୦ଟି, ପଶ୍ଚିମବଙ୍ଗର ୫ଟି, ଗୋଆରେ ଦୁଇଟି ଓ ଦାଦର ନଗର ହଭେଲି, ଡାମନ ଦ୍ବୀପ ଏବଂ ତ୍ରିପୁରାରେ ଗୋଟିଏ ଲେଖାଏଁ ଆସନ ରହିଛି। ତୃତୀୟ ପର୍ଯ୍ୟାୟରେ ପ୍ରାୟ ୧୮.୫୬ କୋଟି ଭୋଟରଙ୍କ ପାଇଁ ନିର୍ବାଚନ କମିଶନ୍ ୨.୧୦ ଲକ୍ଷ ପୋଲିଂ ବୁଥ ତିଆରି କରିବା ସହ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରିଛନ୍ତି। ଏହି ପର୍ଯ୍ୟାୟରେ ବିଜେପି ଅଧ୍ୟକ୍ଷ, ଅମିତ ଶାହା, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ବହୁ କେନ୍ଦ୍ରମନ୍ତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି