ଗୁଡି ଉଡାଇଲେ ଶାହ

ଅହମଦାବାଦ ୧୪/୧: ମକର ସଂକ୍ରାନ୍ତି ଅବସରରେ ଗୃହମନ୍ତ୍ରୀ ଅମିତ ଶାହ ଗୁଡି ଉଡାଇବାର ମଜା ଉଠାଇଛନ୍ତି । ସାମ୍ନାକୁ ଆସିଥିବା ଏକ ଭିଡିଓରେ ଦେଖାଯାଉଛି ଯେ ଅମିତ ଶାହ ଅହମଦାବାଦରେ ନିଜ ସହଯୋଗୀଙ୍କ ସହ ଗୁଡି ଉଡାଉଛନ୍ତି । ଶାହ ଏମିତି ଗୁଡିର ସୁତାକୁ ଭିଡୁଛନ୍ତି ଲାଗୁଛି ଯେମିତି ସେ କାହା ଗୁଡିକୁ କାଟିବାକୁ ଚେଷ୍ଟା କରୁଛନ୍ତି  । ସୂଚନାଯୋଗ୍ୟ ମକର ସଂକ୍ରାନ୍ତିକୁ ଗୁଜରାତରେ ଉତ୍ତରାୟଣ ରୂପେ ପାଳନ କରାଯାଏ । ପିଏମ୍ ମୋଦି ମଧ୍ୟ ଉତ୍ତରାୟଣ ଅବସରରେ ଗୁଡି ଉଡାଇବା ପାଇଁ ପ୍ରୋତ୍ସାହିତ କରନ୍ତି ।

ଏଥର ଗୁଜରାତରେ ପ୍ରସିଦ୍ଧ ଅନ୍ତର୍ଜାତୀୟ ଗୁଡି ଉଡା ମହୋତ୍ସବ ଧୁମଧାମରେ ପାଳନ କରାଯାଉଛି । ଏହି ମହୋତ୍ସବକୁ ପାଳନ କରିବା ପାଇଁ ସାଂସ୍କୃତିକ ମହତ୍ତ୍ୱ ବ୍ୟତୀତ ଅନ୍ୟ ଏକ ମୁଖ୍ୟ ଉଦ୍ଦେଶ୍ୟ ମଧ୍ୟ ରହିଛି । ଏହି ଅଭିଯାନ ମନୋରଞ୍ଜନ ସହିତ ରୋଜଗାରର ପନ୍ଥା ମଧ୍ୟ ଯୋଗାଇଦେବ । ସାରା ଦୁନିଆରେ ଫେମସ ଏହି ଗୁଡି ଉଡା ମହୋତ୍ସବ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ଯୋଗାଇ ଦେଉଛି ।

ଗୁଜରାତ ରାଜ୍ୟରେ ଏମିତି ଅନେକ ପରିବାର ଅଛନ୍ତି ଯେଉଁମାନେ ସମ୍ପୂର୍ଣ୍ଣ ଭାବେ ଗୁଡି ବ୍ୟବସାୟ ଉପରେ ଆଶ୍ରିତ । ୨୦୧୨ ରେ ହୋଇଥିବା ଏକ ସର୍ଭେ ଅନୁସାରେ ପତଙ୍ଗ ନିର୍ମାଣ ଉଦ୍ୟେଗ ୧୭୫ କୋଟିର ଥିଲା । ଏଥିରେ ଜଡିତ ୩୦ ହଜାର ଲୋକଙ୍କୁ ରୋଜଗାର ମିଳିଲା । ୨୦୧୭-୧୮ ମସିହାରେ ଏହା ୬୨୫ କୋଟିରେ ପହଞ୍ଚିଥିଲା । ଏକ ଆକଳନ ଅନୁସାରେ ପ୍ରାୟ ୧,୨୮,୦୦୦ ଲୋକ ଗୁଜରାତରେ ପତଙ୍ଗ ଉଦ୍ୟେଗ ସହ ଜଡିତ ।

   ସମ୍ବନ୍ଧିତ ଖବର


ଅନ୍‌ଲକ୍-୫ ଗାଇଡ୍‌ଲାଇନ୍‌ ଜାରି -୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିବ ସିନେମା ହଲ

ଟ୍ରେନିଂ ଦେବା ବାହାନାରେ ନାବାଳିକାଙ୍କୁ ନେଇ କରୁଥିଲେ ଏମିତି କାମ…ଧରାପଡ଼ିଲେ ଆଶାକର୍ମୀ

ନିଖୋଜ ମହିଳା ୨ ବର୍ଷ ପରେ ମିଳିଲେ – ସମୁଦ୍ରରେ ଭାସୁଥିଲେ, ମାଛ ଧରାଳି କଲେ ଉଦ୍ଧାର

ସୁଇସାଇଡ୍ ଜ୍ୟାକେଟ୍ ତିଆରି କରିବାର ଭିଡିଓ ଡାଉନଲୋଡ୍ କରି ଛାତ୍ର ଗିରଫ, ମିଳିଲା ୫ ବର୍ଷର ଜେଲଦଣ୍ଡ

ଅକ୍ଟୋବର ୪ରେ ହେବ ସିଭିଲ ସର୍ଭିସ ପ୍ରିଲିମନାରୀ ପରୀକ୍ଷା

ଆସନ୍ତା କାଲିଠାରୁ ଲାଗୁହେବ ଅନଲକ୍-୫, ଜାଣନ୍ତୁ କ’ଣ ରହିଛି ସ୍କୁଲ ଖୋଲିବା ନେଇ ନିୟମ