PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସଙ୍ଗରୋଧରେ ଅଛନ୍ତି କି ? ଏମିତି ନିଅନ୍ତୁ ସ୍ୱାସ୍ଥ୍ୟର ଯତ୍ନ, କଡ଼ାକଡ଼ି ପାଳନ କରନ୍ତୁ ଏହି ସବୁ ନିୟମ…

କୋଭିଡ୍‌ ସଂକ୍ରମିତ ହୋଇ ସଂଗରୋଧରେ ଥିବା ବ୍ୟକ୍ତିମାନେ କ’ଣ କରିବା ଦରକାର । କିଭଳି ସବୁ ନିୟମ ମାନିବେ । କେମିତି ସ୍ୱାସ୍ଥ୍ୟର ଯତ୍ନ ନେବେ । ସେମାନଙ୍କ ଯତ୍ନ ନେଉଥିବା ସହାୟକମାନେ କ’ଣ ନିୟମ ମାନିବା ଆବଶ୍ୟକ । ସେ ସବୁ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ୟୁନିସେଫ୍‌ର ମିଳିତ ସହାୟତାରେ ଏସବୁ ନିୟମ ପାଳନ କରିବାକୁ କୁହାଯାଇଛି ।

  • ସଂକ୍ରମିତ ବ୍ୟକ୍ତି ମୁକ୍ତ ବାୟୁ ଚଳାଚଳ କରୁଥିବା ଅଲଗା କୋଠରି ଏବଂ ପାଇଖାନା ବ୍ୟବହାର କରିବେ ।
  • ପରିବାରର ଜଣେ ସୁସ୍ଥ ବ୍ୟକ୍ତି ତଥା ସହାୟକ ରୋଗୀଙ୍କ ଦାୟିତ୍ୱ ନେବେ ।
  • ରୋଗୀ ଏବଂ ସହାୟକ ତିନିପ୍ରସ୍ତ ବିଶିଷ୍ଟ ମାସ୍କ ବା ସର୍ଜିକାଲ୍‌ ମାସ୍କ ସର୍ବଦା ପିନ୍ଧିବେ । ପରସ୍ପରଠାରୁ ଦୁଇ ମିଟର ଦୂରତା ରଖିବେ ।
  • ରୋଗୀଙ୍କ ଖାଇବା, ପିଇବା ଏବଂ ଅନ୍ୟାନ୍ୟ ଆବଶ୍ୟକ ଜିନିଷ ତାଙ୍କ କୋଠରିରେ ଦିଆଯିବ ।
  • ରୋଗୀ ବ୍ୟବହାର ବାସନକୁସନ, ଲୁଗାପଟା, ବିଛଣାପତ୍ର, ମୋବାଇଲ୍‌, ଲାପଟପ୍‌, ପେନ୍‌, ପାନିଆ ଆଦି ଅନ୍ୟମାନେ ବ୍ୟବହାର କରିବେ ନାହିଁ ।
  • ଏଗୁଡ଼ିକ ଭଲ ଭାବେ ସାବୁନରେ ଧୋଇବା ଦରକାର । ଏହି କାର୍ଯ୍ୟ କରୁଥିବା ସମୟରେ ମାସ୍କ ଓ ଗ୍ଲୋବସ୍‌ ପିନ୍ଧିବା ଜରୁରି ।
  • ମାସ୍କ, ଟିସୁ ପେପର୍‌, ନାକପୋଛା କନା ଆଦି ଅଧା ଘଣ୍ଟା ପର୍ଯ୍ୟନ୍ତ ୧ ପ୍ରତିଶତ ବ୍ଲିଚିଂ ଦ୍ରବଣରେ ବୁଡ଼ାଇ ନଷ୍ଟ କରିଦେବେ ।
  • ରୋଗୀ ପେଟ ତଥା କଡ଼ ମାଡ଼ି ଅଦଳବଦଳ କରି ଶୋଇଲେ ଶ୍ୱାସକ୍ରିୟା ସହଜ ହେବ ।
  • ଠିକ୍‌ ସମୟରେ ଔଷଧ ଖାଇବା, ନିଜ ଶରୀର ତାପମାତ୍ରା, ବ୍ଲଡ୍‌ ପ୍ରେସର, ଅକ୍ସିଜେନ୍‌ ସାଚୁରେସନ ଆଦି ଦେଖି ରେକର୍ଡ କରିବେ ।
  • ଅତିକମ୍‌ରେ ୭ ଦିନ ପୃଥକବାସରେ ରହିବାକୁ ପଡ଼ିବ ।

ରୋଗୀଙ୍କ ପାଇଁ ବିପଦ ସଙ୍କେତ

  • ଯଦି ଜ୍ୱର ୧୦୦ ଡିଗ୍ରୀ ଫାରେନ୍‌ହିଟ୍‌ରୁ ଅଧିକ ରହେ ଓ ୩ଦିନ ପର୍ଯ୍ୟନ୍ତ ନଛାଡ଼େ
  • ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା
  • ପ୍ରତି ମିନିଟ୍‌ରେ ଶ୍ୱାସକ୍ରିୟାର ହାର ଲଗାତର ୨୪ରୁ ଅଧିକ ରହିବା
  • ଅକ୍ସିଜେନ୍‌ ସାଚୁରେସନ୍‌ ୯୩ ପ୍ରତିଶତ ତଳେ ରହିବା
  • ମାନସିକ ସକ୍ରିୟତା କମିଯିବା
  • ଦେହ ଘୋଳାବିନ୍ଧା ହେବା
  • ଯଦି ଏଭଳି ଲକ୍ଷଣ ଦେଖାଯାଏ ତୁରନ୍ତ ଅଧିକ ସହାୟତା ପାଇଁ ୧୦୪ କିମ୍ବା ୧୯୨୯ (ଭୁବନେଶ୍ୱରବାସୀଙ୍କ ପାଇଁ) ନମ୍ବରକୁ ଫୋନ୍‌ କରନ୍ତୁ ।

ସହାୟକଙ୍କ ପାଇଁ ନିୟମ

  • କୋଭିଡ୍‌ ରୋଗୀର ଯତ୍ନ ନେଉଥିବା ସହାୟକ ନିଜେ ଗୃହ ସଂଗରୋଧରେ ରହିବେ
  • ମାସ୍କ ଓ ଗ୍ଲୋବସ୍‌ ପିନ୍ଧିବେ
  • ଭଲ ଭାବେ ସାବୁନରେ ବାରମ୍ବାର ହାତ ଧୋଇବେ
  • ନିଜର କୌଣସି କୋଭିଡ୍‌ ଲକ୍ଷଣ ହେଉଛି କି ନାହିଁ ନଜର ରଖିବେ ଓ ଲକ୍ଷଣ ଆସିଲେ କୋଭିଡ୍‌ ପରୀକ୍ଷା କରାଇବେ
  • ରୋଗୀକୁ ସାହସ ଓ ଉତ୍ସାହ ଦେବେ