
ଶୀତ ଆସିବା କ୍ଷଣି ଚର୍ମରେ କିଛି ପରିବର୍ତ୍ତନ ପରିଲିକ୍ଷିତ ହୁଏ । ସର୍ଦ୍ଦିରେ ଶୁଷ୍କ ଚର୍ମରେ କୁଣ୍ଡାଇ ହେବା ସମସ୍ୟା ଆରମ୍ଭ ହୋଇଯାଏ । ଆଉ ଓଠ ଫାଟିବା ଓ ପାଦ ଗୋଇଠି ଫାଟିବା ସମସ୍ୟା ବଢ଼ିଯାଏ । ଏହି ସବୁ ସମସ୍ୟା ପାଇଁ ଡାକ୍ତରଙ୍କ ପାଖକୁ ଯିବା ବଦଳରେ ଯଦି ଆପଣ ଘରେ କିଛି ଘରୋଇ ଉପାୟ ଆପଣାନ୍ତି ତ ଆପଣ ଏହି ସମସ୍ୟାକୁ ଦୂର କରିପାରିବେ ଓ ତ୍ୱଚାକୁ କୋମଳ ରଖି ପାରିବେ ।

ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ
ନଡ଼ିଆ ତେଲ – ସର୍ଦ୍ଦିରେ ପ୍ରତିଦନ ନଡ଼ିଆ ତେଲ ମାଲିସ୍ କରନ୍ତୁ । ଯେଉଁ ଲୋକଙ୍କୁ କୁଣ୍ଡାଇ ହେବା ସମସ୍ୟା ପ୍ରତି ବର୍ଷ ହେଉଛି ସେ ପ୍ରତିଦିନ ଶରୀରରେ ନଡ଼ିଆ ତେଲ ମାଲିସ୍ କରନ୍ତୁ । ତ୍ୱଚା କୋମଳ ଓ ନରମ ହେବା ସହ କୁଣ୍ଡାଇ ହେବ ନାହିଁ ।
ହାଡ଼ ପାଇଁ ଘାତକ ଓଜନ କମାଇବାର ଏହି ଫର୍ମୂଲା – ଭବିଷ୍ୟତରେ ପରିଣାମ ଭୟଙ୍କର ହୋଇପାରେ
ହ୍ୱିଟ୍ ଗ୍ରାସ୍ର ରସ- ଥଣ୍ଡା ସମୟରେ ହ୍ୱିଟ୍ ଗ୍ରାସ୍ର ରସ ପିଇବା ଦ୍ୱାରା କୁଣ୍ଡାଇ ହେବା ଓ ଶୁଷ୍କ ତ୍ୱଚାର ସମସ୍ୟା ଦୂର ହୋଇଯାଏ । ଆପଣ ସକାଳୁ ସକାଳୁ କିଛି ଜଳଖିଆ କରିବା ପରେ ହ୍ୱିଟ୍ ଗ୍ରାସ୍ ଅର୍ଥାତ୍ ଜୱାରର ଦାନାକୁ ଜୁସ୍ କରି ପିଇଲେ ତ୍ୱଚା କୋମଳ ହେବ । ଆଉ ଶୁଖିଲା ଲାଗିବ ନାହିଁ ।

କର୍ପୂର ଓ ନଡ଼ିଆ – ନଡ଼ିଆ ତେଲରେ କର୍ପୂରକୁ ଗୁଣ୍ଡ କରି ମିଶାନ୍ତୁ ଏବଂ ଏହି ତେଲରେ ପ୍ରତିଦିନ ସ୍ନାନ ପରେ ଶରୀରରେ ଭଲ ଭାବେ ଲଗାନ୍ତୁ। କର୍ପୂର ଓ ନଡ଼ିଆ ତେଲ କୁଣ୍ଡାଇ ହେବା ଦୂର କରିବାରେ ଏକ ଭଲ ଜିନିଷ ।

ନିମ୍ୱ ପତ୍ର –ନିମ୍ୱ ପତ୍ର ମଧ୍ୟ କୁଣ୍ଡାଇ ହେବାକୁ ରୋକିବାରେ ସହାୟକ ହୋଇଥାଏ । ଏହା ଭିତରେ ଉପସ୍ଥିତ ଆଣ୍ଟି ଆକ୍ସିଡେଣ୍ଟ ତ୍ୱଚା ପାଇଁ ବହୁତ ଉପଯୋଗୀ । ନିମର ପତ୍ରକୁ ସିଝାଇ ଏହି ପାଣିରେ ଗାଧୋଇଲେ କୁଣ୍ଡାଇ ହେବାରୁ ମୁକ୍ତି ମିଳିଥାଏ ଏବଂ ଶରୀରରୁ ଜୀବାଣୁ ମଧ୍ୟ ନଷ୍ଟ ହୋଇଯାନ୍ତି ।

ରାଶି ତେଲ – ରାଶି ତେଲ ମଧ୍ୟ ସର୍ଦ୍ଦି ବା ଥଣ୍ଡାରେ କୁଣ୍ଡାଇ ହେବାରୁ ମୁକ୍ତି ଦେଇଥାଏ । ଏହି ତେଲକୁ ପ୍ରଥମେ କୌଣସି ଏକ ପାତ୍ରରେ ଭଲ ବାବେ ଗରମ କରି ନିଅନ୍ତୁ । ଏହାପରେ ଥଣ୍ଡା ହେବା ପରେ ପ୍ରତିଦିନ ଏହାର ମାଲିସ୍ କରିବା ଦ୍ୱାରା କୁଣ୍ଡାଇ ହେବା ଦୂର ହୋଇଥାଏ । ତ୍ୱଚାରେ କୋମଳ ଓ ଚମକତା ଆସିଥାଏ ।