ନୀଳଗିରି: ମହୁମାଛି ଓ ମହୁବାକ୍ସ ବଣ୍ଟନ

ନୀଳଗିରି ୧୪/୮: ନୀଳଗିରି ବ୍ଲକ ଅଧିନ ବଣସୀମା ଅଞ୍ଚଳ ଛତ୍ରପୁର ଠାରେ ଖଦି ଓ ଗ୍ରାମୀଣ ଉଦ୍ୟଗ ତରଫରୁ ହିତାଧିକାରୀଙ୍କୁ ମହୁମାଛି ଓ ମହୁ ବାକ୍ସ ବଣ୍ଟନ କରାଯାଇଛି। ଯେଉଁଥିରେ ବାକ୍ସ ପିଛା ପାଞ୍ଚ କେଜି ରୁ ୭ କେଜି  ମହୁ ସଂଗ୍ରହ ହୋଇପାରିବ । ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦେଶକ ସମୀର ମହାନ୍ତିଙ୍କ ସହ ବିଭାଗୀୟ ଅଧିକାରୀ ଅନୁପ ଭୂୟାଁ , ବିଚିତ୍ରା ନନ୍ଦ ପଣ୍ଡା , ପ୍ରଶାନ୍ତ ସାହୁଙ୍କ ସହ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଢଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚନ୍ଦ୍ରବିନ୍ଦୁ ଦାସ ଏହି ମହୁବାକ୍ସ ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ କୁମାର ବେହେରା, ଚନ୍ଦ୍ରଶେଖର ନନ୍ଦ ,କରୁଣାକର ପଣ୍ଡା ,ଗଙ୍ଗାଧର ମିଶ୍ର,ଉପେନ୍ଦ୍ର ଦାସ ,ମାନସ ମିଶ୍ର, କମଳା ମହାକୁଡ଼, ଟୁକୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଖଦି ଓ ଗ୍ରାମୀଣ ଉଦ୍ୟଗର ଏହି କାର୍ଯ୍ୟକ୍ରମକୁ ବିଧାୟକ ଶ୍ରୀଯୁକ୍ତ ସୁକାନ୍ତ କୁମାର  ନାୟକ ପ୍ରସଂଶା କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ବିଭାଗ ଦ୍ଵାରା କରାଯାଉଥିବା ଏହି ଉଦ୍ୟମ ଦ୍ଵାରା ଗରିବ ବେରୋଜଗାରୀ ଲୋକଙ୍କୁ ରୋଜଗାରର ଏକ ମାଧ୍ୟମ ହେବ ବୋଲି ମତ ଦେଇଛନ୍ତି । ଆଗାମୀ ଦିନରେ ଖଦି ଓ ଗ୍ରାମୀଣ ଉଦ୍ୟଗ ଏବଂ ମତ୍ସ୍ୟ ଓ ଗୋପାଳନ ବିଭାଗ ତରଫରୁ ବ୍ୟାପକ ରୋଜଗାର ଘରେ ଘରେ ପହଞ୍ଚିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଢଙ୍ଗୀ ମତ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

ଗ୍ରାମବାସୀ ଏବଂ ଡକାୟତଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ: ୪ ଆହତ, ଜଣେ ଡକାୟତକୁ ଅଟକ କଲା ପୋଲିସ

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍