PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ହନି ସିଂଙ୍କ ପତ୍ନୀଙ୍କ ଅଭିଯୋଗ: କହିଲେ- ରୁମ୍‌ରେ କପଡା ବଦଳାଇବା ବେଳେ ଶଶୁର ଭିତରକୁ ଆସି ମଦ ନିଶାରେ…

https://navbharattimes.indiatimes.com

ସିଙ୍ଗର ଓ ରାପର ୟୋ ୟୋ ହନି ସିଂଙ୍କ ବିଷୟରେ ପତ୍ନୀ ଶାଳିନୀ ତଲଓ୍ବାର ପ୍ରତିଦିନ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ଖୁଲାସା ଜାରି ରଖିଛନ୍ତି। ଶାଳିନୀ ଏବେ ନିଜ ଶଶୁରଙ୍କୁ ନେଇ ଏଭଳି କଥା କହିଛନ୍ତି, ଯାହା ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ପତି ହନି ସିଂ ଓରଫ୍ ହିରଦେଶ ସିଂଙ୍କ ଉପରେ ଘରୋଇ ହିଂସା, ମାନସିକ ହିଂସା ଓ ଯୌନ ନିର୍ଯ୍ୟାତନା ଭଳି ମାମଲା ରୁଜୁ କରିଥିଲେ ଶାଳିନୀ। ଏବେ ସେ ନିଜ ଶଶୁର ସର୍ଦ୍ଦାର ସବରଜିତ୍ ସିଂଙ୍କୁ ନେଇ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ଶାଳିନୀ କହିଛନ୍ତି, ଦିନେ ସେ ନିଜ ରୁମରେ କପଡା ବଦଳାଇବା ବେଳେ ତାଙ୍କ ଶଶୁରମଦ ନିଶାରେ ଭିତରକୁ ଚାଲିଆସିଥିଲେ। ବାପା ସମାନ ଶଶୁର ସମ୍ପର୍କରେ ଦାଗ ଲଗାଇ ନିଜ ବୋହୂର ବ୍ରେଷ୍ଟରେ ହାତ ମାରିବାକୁ ମଧ୍ୟ ପଛାଇ ନଥିଲେ।

ଶାଳିନୀ ୩ ଅଗଷ୍ଟରେ ଦିଲ୍ଲୀର ତିସ ହଜାରୀ କୋର୍ଟରେ ସ୍ବାମୀ, ଶଶୁର ଘର ଲୋକଙ୍କ ବିରୋଧରେ ପିଟିଶନ୍ ଦାଖଲ କରିଛନ୍ତି। ସେ ପ୍ରୋଟେକ୍ସନ୍ ଏଗନେଷ୍ଟ ଡୋମେଷ୍ଟିକ୍ ଭାଓଲେନ୍ସ ଆକ୍ଟ ଅନୁସାରେ, ଦାଖଲ ନିଜର ଆବେଦନରେ କହିଛନ୍ତି, ସ୍ବାମୀ ହିରଦେଶ ସିଂ ତାଙ୍କ ସହିତ ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ପଶୁ ଭଳି ବ୍ୟବହାର କରିଛନ୍ତି। ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟେ୍ରଟ୍ ତାନିୟା ସିଂ ଏହି ମାମଲାରେ ସିଙ୍ଗର ହନି ସିଂଙ୍କୁ ନୋଟିସ୍ ଜାରି କରି ୨୮ ଅଗଷ୍ଟ ପର୍ଯ୍ୟନ୍ତ ଜବାବ୍ ମାଗିଛନ୍ତି। ଏହା ସହିତ ନିର୍ଦେଶ ଦେଇଛନ୍ତି ଯେ, ନୋଏଡାରେ କୌଣସି ଜଏଣ୍ଟ ପ୍ରପର୍ଟି କିଣା-ବିକା କିମ୍ବା ଶାଳିନୀଙ୍କ କୌଣସି ଗହଣା ବିକ୍ରି କରିପାରିବେନି।

ସମ୍ବନ୍ଧିତ ଖବର