ଭୋପାଳ ଭଳି ଦିଲ୍ଲୀରେ ମଧ୍ୟ ହନି ଟ୍ରାପ ଗ୍ୟାଙ୍ଗ ସକ୍ରିୟ: ବିଦେଶୀ ଝିଅଙ୍କ ମାଧ୍ୟମରେ ଫଶାଉଛନ୍ତି ପ୍ରଭାବଶାଳୀ ଲୋକଙ୍କୁ, ଜାଣନ୍ତୁ ଏହି ୫ଟି ଗ୍ୟାଙ୍ଗ ବିଷୟରେ

ନୂଆଦିଲ୍ଲୀ,୧୪।୧୦: ନିକଟରେ ମଧ୍ୟପ୍ରଦେଶରେ ହୋଇଥିବା ହନି ଟ୍ରାପ୍ ମାମଲାରରେ ରାଜନେତା, ବରିଷ୍ଠ ଅଧିକାରୀ ଏବଂ ଜଣାଶୁଣା ବିଜନେସମ୍ୟାନଙ୍କୁ ହନି ଟ୍ରାପ୍ କରି ବ୍ଲାକମେଲ କରିବା ମାମଲା ସାରା ଦେଶରେ ଚର୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିଲା। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଓ ଆଖପାଖର ଅଞ୍ଚଳରେ ବହୁ ଗ୍ୟାଙ୍ଗ ସକ୍ରିୟ ହୋଇଯାଇଛନ୍ତି। ଏହି ହନି ଟ୍ରାପ୍ ଗ୍ୟାଙ୍ଗ ଧନୀ ବ୍ୟବସାୟୀ, ବିଲ୍ଡର, ଡାକ୍ତର ଏବଂ ଓକିଲଙ୍କୁ ଟାର୍ଗେଟ କରି ତାଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରିଥାନ୍ତି। ଦିଲ୍ଲୀ-ଏନସିଆରରେ ଚାଲିଥିବା ଏଭଳି ୫ଟି ଗ୍ୟାଙ୍ଗର ଖୁଲାସା ହୋଇଛି।

ଏହି ରାକେଟ ସୁନ୍ଦର ବିଦେଶୀ ଝିଅଙ୍କୁ ଏଥିପାଇଁ ଆଣୁଥିଲା। ଏହି ମହିଊା ଭିନ୍ନ ଭିନ୍ନ ଭୂମିକାରେ ଆସି ଲୋକଙ୍କୁ ଠକୁଥିଲେ, ଯେପରିକି ହାଇ ଭ୍ୟାଲୁ ପ୍ରପଟି କିଣା, କେବେ ପେସେଣ୍ଟ ତ କେବେ  ମାଲି ମକଦ୍ଦମାରେ ଚିନ୍ତିତ ମହିଳା ହୋଇ ବହୁ ଧନୀ ଲୋକ ଏବଂ ପ୍ରତିଷ୍ଠିତ ଲୋକଙ୍କୁ ଫସାଉଥିଲେ। ଲୋକଙ୍କର ଆର୍ଥିକ ସ୍ଥିତି ସମ୍ପର୍କରେ ପତା ଲଗାଇବା ପରେ ଏହି ରାକେଟ ତାଙ୍କଠାରୁ ମୋଟା ଟଙ୍କା ଆଦାୟ କରୁଥିଲେ। ନିଜର ରୂପ ଜାଲରେ ମହିଳାମାନେ ଧନୀ ଲୋକଙ୍କଠାରୁ ଡେବିଟ୍ କାର୍ଡ ମାଗୁଥିାଲ। ଏଥିପାଇଁ ଏଭଳି ଏକ ସ୍ଥାନ ଧାର୍ଯ୍ୟ କରାଯାଇଥିଲା, ଯେଉଁଠାରେ ପୀଡିତ ପକ୍ଷ ନିଜର ଡେବିଟ୍ କାର୍ଡ ଛାଡି ଦେଉଥିଲେ। ଏହାପରେ ରାକେଟକୁ ଏହାର ପାସଓ୍ବାର୍ଡ କୁହାଯାଉଥିଲା। ଟଙ୍କା ବାହାର କରିବା ପରେ ପୀଡିତା ପକ୍ଷକୁ କାର୍ଡ ଫେରାଇ ଦିଆଯାଉଥିଲା।

ଜାହାଙ୍ଗୀର ଗ୍ୟାଙ୍ଗ: ଏହି ଗ୍ୟାଙ୍ଗ ଦିଲ୍ଲୀରେ ପ୍ରାୟ ୧୨ ଜଣ ଲୋକଙ୍କୁ ନିଜର ଶିକାର କରିସାରିଛି ଓ ୨ କୋଟି ଟଙ୍କା ଆଦାୟ କରିଛନ୍ତି। ପୋଲିସ କହିଛି ଯେ, ଏଥିରେ ଡାକ୍ତର, ହୋଟେଲ ମାଲିକ୍, ଆର୍କିଟେକ୍ଟ, ବେକରି ମାଲିକ, ଏସି ସୋ ରୁମ୍ ମାଲିକ, ୩ଟି ରିୟଲ ଇଷ୍ଟେଟ୍ ଡେଭଲପର୍ସ ଓ ଏକ ଟ୍ରାଭେଲ ଏଜେଣ୍ଟକୁ ନିଜର ଶିକାର କରିଛି। ଜାହାଙ୍ଗୀର ଗ୍ୟାଙ୍ଗ ପଶ୍ଚିମ ଏସିଆର ୨୫ ବର୍ଷର ଜଣେ ମହିଳାଙ୍କୁ ନିଜର କାମ କରିବାକୁ ପ୍ରସ୍ତୁତ କରିଥିଲା। ରୋଗୀ ହୋଇଜଣେ ଡାକ୍ତରଙ୍କୁ ହନିଟ୍ରାପରେ ଫଶାଇଥିଲେ। ଏହାପରେ ୨୦ ଲକ୍ଷ ମାଗିବା ପରେ ଡାକ୍ତର ଟଙ୍କା ଦେଇଥିଲେ। କିନ୍ତୁ ପରେ ଅଧିକ ମାଗିବାରୁ ସେ ପୋଲିସକୁ ଖବର ଦେଇଥିଲେ ଓ ଏହି ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଗ୍ୟାଙ୍ଗର ଅପରାଧୀ ଜାହାଙ୍ଗୀର ଓରଫ୍ ଶେଖୁ ଓ ଡାକ୍ତରକୁ ବ୍ଳାକମେଲ କରୁଥିବା ମହିଳା ଏବେ ବି ଫେରାର ଅଛନ୍ତି।

ମିଟ୍ଟୁ ଗ୍ୟାଙ୍ଗ: ହନି ଟ୍ରାପର ଏହି ଗ୍ୟାଙ୍ଗରେ ୭ ଜଣ ମହିଳାଙ୍କୁ ଦିଲ୍ଲୀ ପୋଲିସ ଅପ୍ରେଲରେ ଗିରଫ କରିଥିଲା। ଏହି ଗ୍ୟାଙ୍ଗ ଦକ୍ଷିଣ ଦିଲ୍ଲୀର ଏକ ଜୁଏଲରଙ୍କୁ ବ୍ଳାକମେଲ କରୁଥିଲେ ଓ ଏଥିରେ ୧୦ ଲକ୍ଷ ଟଙ୍କା ଅସୁଲ କରିସାରିଥିଲେ। ଏହି ଗ୍ୟାଙ୍ଗରୁ ପୋଲିସ ଓ କୋର୍ଟର ମାମଲା ସମାଧାନ କରିବା ପାଇଁ ଆଇନଗତ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଥିଲା। ଏହି ଗ୍ୟାଙ୍ଗ ଏକ୍ ଓ୍ବେବ ପୋର୍ଟାଲରୁ ଧନୀ ଲୋକଙ୍କ ଆର୍ଥିକ ଦିଆନିଆ ସୂଚନା ନେଉଥିଲା ଓ ତାଙ୍କୁ ନିଜର ଟାର୍ଗେଟ କରୁଥିଲା।

ପରମିନ୍ଦର ଗ୍ୟାଙ୍ଗ: ଏହି ଗ୍ୟାଙ୍ଗ ୨୦ରୁ ୩୦ ବର୍ଷର ମହିଳାଙ୍କୁ ଅଧିକ ଭର୍ତ୍ତି କରିଥାଏ। ଚଳିତ ବର୍ଷ ମାର୍ଚ୍ଚରେ ଏହି ଗ୍ୟାଙ୍ଗ ଦ୍ବାରା ପୀଡିତ ଲୋକମାନେ ଯେତେବେଳେ ଅଭିଯୋଗ କରିଥିଲେ। ସେତେବେଳେ ଯାଇ ଏହାର ପର୍ଦାଫାଶ ହୋଇଥିଲା।

ରୋହିତ ଗ୍ୟାଙ୍ଗ: ଏହି ଗ୍ୟାଙ୍ଗର ମୁଖ୍ୟ ରୋହିତ ଓ ତା’ର ସାଙ୍ଗମାନଙ୍କୁ ଗିରଫ କରାଯାଇଥିଲା। ଏହି ଗ୍ୟାଙ୍ଗ ଦିଲ୍ଲୀ-ଏନସିଆରରୁ ପ୍ରାୟ ୩୬ ଜଣ ଲୋକଙ୍କୁ ହନିଟ୍ରାପରେ ଫଶାଇ ୧.୫ କୋଟି ଟଙ୍କା ଆଦାୟ କରିଥିଲା।

ମୁକେଶ ଗ୍ୟାଙ୍ଗ: ଏହି ଗ୍ୟାଙ୍ଗ ରୋହିଣୀ ଓ ବାହାର ଦିଲ୍ଲୀର ଅନ୍ୟସ୍ଥାନରେ ସକ୍ରିୟ ରହିଥାନ୍ତି। ଗାଙ୍ଗରେ ମହିଳାଙ୍କ ସମେତ ୨୦ ଜଣ ଲୋକ ରହିଛନ୍ତି, ଯେଉଁ ଲୋକମାନେ ଫଶାଇବାର କାମ କରିଛନ୍ତି। ଏମାନେ ଲୋକଙ୍କୁ ହନିଟ୍ରାପରେ ଫଶାଇବା ପରେ ଦୁଷ୍କର୍ମ କରିବା କେସରେ ଫଶାଇବା ଧମକ ଦେଇ ଟଙ୍କା ଆଦାୟ କରୁଥିଲେ।

   ସମ୍ବନ୍ଧିତ ଖବର


୭୮ ବର୍ଷର ଏହି ଆଥଲେଟ୍ ଗୋଲ୍ଡ ମେଡାଲ୍ ଜିତିବା ପରେ ହେଲା ଏମିତି…

ଭାରତୀୟ ବୈଜ୍ଞାନିକ ପ୍ରସ୍ତୁତ କଲେ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଇଞ୍ଜେକସନ୍, ଜାଣନ୍ତୁ କ’ଣ ରହିଛି ଏହାର ସ୍ବତନ୍ତ୍ରତା

ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ସେପ୍ଟେମ୍ବରରେ ଜିଓର ବଢିଲେ ୬୯.୮ ଲକ୍ଷ ନୂଆ ଗ୍ରାହକ, ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ହରାଇଲେ ୪୯ଲକ୍ଷ ୟୁଜର୍ସ