ହଂକଂ ପାଲଟିଲା ଋଣକ୍ଷେତ୍ର: ପୋଲିସ ଉପରକୁ ପଥର ଓ ପେଟ୍ରାଲ ବୋମା ମାଡ କଲେ ପ୍ରଦର୍ଶକାରୀ, ଜବାବରେ ଲୁହବୁହା ଗ୍ୟାସ ମାଡ କଲା ପୋଲିସ

ହଂକଂ,୧୫।୯: ଚୀନର ହଂକଂରେ ପାଲଟିଛି ଋଣକ୍ଷେତ୍ର। ଲୋକତନ୍ତ୍ର ପ୍ରଦାନ କରିବାର ଦାବି କରି ହଂକଂରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକ ରବିବାର ସୁରକ୍ଷାକର୍ମୀଙ୍କ ଉପରକୁ ପେଟ୍ରୋଲ ବମ୍ ମାଡ କରିଥିଳେ। ଏହାର ଜବାବରେ ସୁରକ୍ଷାକର୍ମୀମାନେ ତାଙ୍କ ଉପରକୁ  ଲୁହ ବୁହା ଗ୍ୟାସ ମାଡ କରିଥିଲେ। ଯାହାଫଳରେ ଏବେ ହଂକଂରେ ଜାରି ରହିଛି ପ୍ରବଳ ଉତ୍ତେଜନା। ଗତ ୯୯ ଦିନ ଧରି ଲୋକତନ୍ତ୍ର ସମର୍ଥନରେ ଲକ୍ଷାଧିକ ଲୋକ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।

ଆଜି ଏକ ରାଲି ସମୟରେ ପ୍ରଦର୍ଶନକାରୀମାନେ ରାସ୍ତା ଉପରେ ଶୋଭାଯାତ୍ରା କରିବା ସହ ଅଧିକାରୀଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ। ରାଲି ସମୟରେ ହିଂସାକାଣ୍ଡ ଆରମ୍ଭ ହୋଇଯାଇଥିଲା। ଉତ୍ୟକ୍ତ  ଲୋକମାନେ ସୁରକ୍ଷାକର୍ମୀଙ୍କ ଉପରକୁ ପଥର ଓ ପେଟ୍ରୋଲ ବୋମା ମାଡ କରିଥିଲେ। ଯାହାଫଳରେ ପୋଲିସ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ୍ ଓ ପାଣି ମାଡ କରିଥିଲା।

ଏହା ପୂର୍ବରୁ ଶତାଧିକ ପ୍ରଦର୍ଶନକାରୀ ଲୋକତାନ୍ତ୍ରିକ ସୁଧାର ଅଭିଯାନ ପାଇଁ ଅନ୍ତର୍ଜାତୀୟ ସମର୍ଥନ ଜୁଟାଇବା ପାଇଁ ରବିବାର ବ୍ରିଟେନର ବାଣିଜ୍ୟ ଦୂତାବାସ ବାହାରେ ରାଲି କରିଥିଲେ। ହଂକଂ ହେଉଛି ଚୀନର ଅର୍ଦ୍ଧ ସ୍ବାୟତ୍ତ ଅଞ୍ଚଳ। ଏହି ସମୟରେ ଏକତ୍ରିତ ହୋଇଥିବା ଲୋକେ ବ୍ରିଟେର ପତାକା ହାତରେ ଧରି ହଲାଇବା ସହ ‘ହଂକଂ ବଞ୍ଚାଅ ବ୍ରିଟେନ’ ସ୍ଲୋଗାନ ଦେଇଥିଲେ। ଏହା ସହିତ ହାତରେ ଧରିଥିବା ପ୍ଲାକାର୍ଡରେ ‘ଏକ ଦେଶ, ଦୁଇଟି ଅର୍ଥବ୍ୟବସ୍ଥାର ସମୟ ଶେଷ ହୋଇ ସାରିଛି’ ବୋଲି ଉଲ୍ଲେଖ କରିଥିଲେ। ଉଲ୍ଲେଖନୀୟ ଯେ, ହଂକଂ ପୂର୍ବରୁ ବ୍ରିଟେନର ନିୟନ୍ତ୍ରଣରେ ଥିଲା, କିନ୍ତୁ ୧୯୯୭ରେ ବ୍ରିଟେନ ଓ ଚୀନ ଭିତରେ ଚୁକ୍ତି ପରେ ଏହା ଚୀନକୁ ଦିଆଯାଇଥିଲା।

   ସମ୍ବନ୍ଧିତ ଖବର


ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର

ମୁଣ୍ଡରେ ଓଢଣୀ ଦେଇ ଓ ହାତ ଯୋଡି ନିର୍ବାଚନ ପ୍ରଚାରରେ ଲାଲୁଙ୍କ ବୋହୂ, ବାପା ଚନ୍ଦ୍ରିକା ରାୟଙ୍କ ପାଇଁ ମାଗୁଛନ୍ତି ଭୋଟ୍

କୋକେଇରେ ବସି ନିର୍ବାଚନ ପ୍ରଚାର, ଏପର୍ଯ୍ୟନ୍ତ ୧୧ ଥର ହାରି ସାରିଲେଣି