ଅନରକିଲିଂ ମାମଲାରେ ବେଲ୍‌ ନୁହେଁ, ଜେଲ୍‌

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର କହିଛନ୍ତି ଯେ ଅନରକିଲିଂ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପ୍ରତି ଅଦାଲତ କୌଣସି ପ୍ରକାରେ ନରମ ଆଭିମୁଖ୍ୟ ପ୍ରଦର୍ଶନ କରିବେ ନାହିଁ । ବିଚାରଧୀନ ମାମଲାଗୁଡିକରେ ‘ବେଲ ନଟ ଜେଲ’ ନୀତିକୁ ଲାଗୁ କରାଯିବା ଉପରେ ଯଦିଓ ଗୁରୁତ୍ୱ ଦିଆଯାଏ, ହେଲେ ଏଭଳି ଜଘନ୍ୟ କାଣ୍ଡ ସମ୍ପର୍କିତ ମାମଲାରେ ଏହି ନୀତି ଲାଗୁ କରାଯିବ ନାହିଁ । ଏଭଳି ମାମଲାରେ କେବଳ ‘ଜେଲ ଏଣ୍ଡ ଜେଲ’ ନୀତି ଲାଗୁ କରାଯିବ । ଅର୍ଥାତ୍‌ ଭାରତରେ ଅନେକ ମାମଲାର ବିଚାର ବହୁ ବର୍ଷ ଧରି ଚାଲୁଥିବାରୁ ସେଭଳି କିଛି ମାମଲାରେ ଅଭିଯୁକ୍ତମାନଙ୍କୁ ଜାମିନ ଦିଆଯିବା ଦରକାର ବୋଲି ଅଦାଲତ ପୂର୍ବରୁ କହିସାରିଛନ୍ତି । କାରଣ ବହୁ ବର୍ଷ ଧରି ଚାଲିଥିବା ମାମଲାରେ ଯଦି ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ ହୁଏ, ତାହାହେଲେ ସେତେବେଳକୁ ତା’ ଜୀବନର ବହୁ ବର୍ଷ ଜେଲ ଭିତରେ ବିତିସାରିଥିବ । ସେହିପରି ଯଦି ସେ ଦୋଷୀ ସାବ୍ୟସ୍ତ ହୁଏ, ତାହାହେଲେ ତା’କୁ ମିଳିବାକୁ ଥିବା ଦଣ୍ଡ ଠାରୁ ଅଧିକ ବର୍ଷ ସେ ଜେଲ ଭିତରେ ବିତାଇସାରିଥାଏ । ତେଣୁ ଏଭଳି କିଛି ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦେବା ଉପରେ ବିଚାର କରାଯିବା ଯଥାର୍ଥ । ତେବେ ଅନରକିଲିଂ ମାମଲାରେ ଅଦାଲତ ଏଭଳି ଆଭିମୁଖ୍ୟ ପ୍ରଦର୍ଶନ କରିବେ ନାହିଁ ।

ତାମିଲନାଡୁରେ ୨୦୦୫ ମସିହାରେ ଘଟିଥିବା ଏକ ଅନର କିଲିଂ ମାମଲା ଉପରେ ବିଚାର କରି ସୁପ୍ରିମକୋର୍ଟ ଏହି ମତ ଦେଇଛନ୍ତି । ଏହି ମାମଲାରେ ଅଭଯୁକ୍ତ ଥିବା ଏସ ଯୁବରାଜ ଜଣେ ଦଳିତ ଯୁବକଙ୍କୁ ହତ୍ୟା କରିଥିଲେ । ଜଣେ ଉଚ୍ଚ ଜାତିର ଯୁବତୀଙ୍କ ସହିତ କଥା ହେବାରୁ ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଯୁବରାଜ ୨୦୦୫ ମସିହାରେ ଜେଲରେ ବନ୍ଦ ଥିଲେ ମଧ୍ୟ ଏହି ମାମଲାର ଶୁଣାଣି ଏଯାଏଁ ନିମ୍ନ ଅଦାଲତରେ ଶେଷ ହୋଇନାହିଁ । ଏତେ ବର୍ଷ ଧରି ଶୁଣାଣି ଚାଲୁଥିବାରୁ ସେ ଏହି ଆଧାରରେ ତାଙ୍କୁ ଜାମିନ ଦିଆଯିବା ଉଚିତ୍‌ ବୋଲି ଦାବି କରିଥିଲେ । ମାଡ୍ରାସ ହାଇକୋର୍ଟ ମଧ୍ୟ ତାଙ୍କୁ ଜାମିନ ଦେଇଥିଲେ । କିନ୍ତୁ ୨୦୧୭ ମସିହାରେ  ସୁପ୍ରିମକୋର୍ଟ ତା’କୁ ରଦ୍ଦ କରିଦେଇଥିଲେ । ଏବେ ପୁଣି ଥରେ ସୁପ୍ରିମକୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଅଦାଲତ ମଧ୍ୟ ଏହି ମାମଲାର ଶୁଣାଣି ଶେଷ କରିବା ପାଇଁ ନିମ୍ନ ଅଦାଲତକୁ ଆଉ ୬ ମାସ ସମୟ ଦେଇଛନ୍ତି ।

ପ୍ରଧାନ ବିଚାରପତି ଏସ ଏ ବୋବଡେ, ବିଚାରପତି ଏ ଏସ ବୋପନ୍ନା ଏବଂ ବିଚାରପତି ଭି ରାମସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ । ଶୁଣାଣି ବେଳେ ଅଦାଲତ ପ୍ରଶ୍ନ କରିଥିଲେ ଯେ ଜଣେ ଯୁବକ ଏବଂ ଯୁବତୀ ପରସ୍ପର ସହ କଥା ହେବା କ’ଣ ଏତେ ବଡ଼ ଅପରାଧ ଥିଲା ଯେ ସେଥିପାଇଁ ତୁମେ ଜଣକୁ ହତ୍ୟା କରିଥିଲ? ଏଭଳି ମାମଲାରେ ଅଭିଯୁକ୍ତ ପ୍ରତି ଆଦୌ ସହାନୁଭୂତି ପ୍ରକାଶ କରାଯିବ ନାହିଁ ।

   ସମ୍ବନ୍ଧିତ ଖବର


ପୁଣି ଖାକିରେ କଳଙ୍କ: ଥାନା ଅଧିକାରୀ ଓ ମହିଳା କର୍ମଚାରୀଙ୍କ ଭିଡିଓ ଭାଇରାଲ୍‌, ସ୍ୱାମୀ, ଦୁଇ କର୍ମଚାରୀଙ୍କ ନାଁରେ ଏତଲା ଦେଲେ ମହିଳା

ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଚନ୍ଦ୍ରରେ 4G ନେଟଓ୍ୱର୍କ ସ୍ଥାପନ କରିବ ନୋକିଆ- ନାସାଠାରୁ ପାଇଁ ୧୪.୧ ମିଲିୟନ ୟୁଏସ୍‌ ଡଲାର ଅର୍ଡର ପାଇଲା

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି

ଘର ରଙ୍ଗ କରୁଥିବା ବେଳେ କରେଣ୍ଟ ଲାଗି ଶ୍ରମିକ ମୃତ

ବର୍ଷେ ହେବ ଝିଅ ନିଖୋଜ, ସନ୍ଧାନ ପାଉନି ପୋଲିସ, ମୃତ କୁ ଜୀବିତ ସେ ନେଇ ଚିନ୍ତାରେ ପରିବାର