ୟୁପିରେ ଅନର୍ କିଲିଂ: ଝିଅ ନିଜ ପୁଅ ବନ୍ଧୁ ସହିତ କଥାବାର୍ତ୍ତା ବନ୍ଦ ନକରିବାରୁ ଗୁଳି ମାରିଲା ବାପା

ଗାଜିପୁର ୧୪/୧: ଗାଜିପୁର ଜିଲ୍ଲାର ରେବତୀପୁର ଥାନା ଅଞ୍ଚଳରେ ମୋବାଇଲ ଫୋନରେ ନିଜ ବନ୍ଧୁ ସହିତ କଥାବାର୍ତ୍ତା ବନ୍ଦ ନକରିବାରୁ ପିତା ନିଜ ଝିଅକୁ ଗୁଳି କରି ହତ୍ୟା କରିବା ମାମଲା ସାମ୍ନାକୁ ଆସିଛି । ହତ୍ୟା ପରେ ଘରଲୋକ ମିଶି ମୃତଦେହକୁ ଗଙ୍ଗା କୂଳରେ ରାମପୁର ଗାଁ ନିକଟରେ ଫୋପାଡି ଦେଇଥିଲେ ।

ଜଙ୍ଗିପୁର ପୋଲିସ ମାମଲାର ଖୁଲାସା କରି ଶନିବାର ରାତିରେ ମା, ଦାଦା-ଖୁଡୀ ଓ ଜେଜେ ବାପାକୁ ଗିରଫ କରିଛି  । ଫୌଜରେ ଥିବା ବାପା ଏବେ ଫେରାର ଅଛି । ହତ୍ୟାରେ ବ୍ୟବହୃତ ଲାଇସେନ୍ସ ଥିବା ବନ୍ଧୁକ ଓ ଗୋଟିଏ ଖୋକା ଜବତ କରିଛି ପୋଲିସ । ୫ ଜାନୁୟାରୀ ଅପରାହ୍ନ ୩ଟା ସମୟରେ ରେବତୀପୁର ଥାନା କ୍ଷେତ୍ରରେ ଗଙ୍ଗା ଜିବା ରାସ୍ତାରେ ରାମପୁର ଗାଁ ନିକଟ ଏକ ନଦୀ କୂଳରେ ଏକ ବସ୍ତା ଦେଖିଥିଲେ ସ୍ଥାନୀୟ ଲୋକେ । ସେଥିରୁ ରକ୍ତ ବାହାରୁ ଥିଲା ।

ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ବସ୍ତାରୁ ଯୁବତୀଙ୍କ ମୃତଦେହ ଏକ ପ୍ଲାଷ୍ଟିକରେ ପଶିଥିଲା । ଯୁବତୀଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଏଥିରୁ ସ୍ପଷ୍ଟ ହେଉଥିଲା ଯେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ମୃତଦେହ ଜବତ କରି ତଦନ୍ତରେ ଲାଗି ପଡିଥିଲା ।

ତୃତୀୟ ଦିନ ଯୁବତୀଙ୍କ ପରିଚୟ ମିଳିଥିଲା । ଜଙ୍ଗିପୁର ଥାନା ଅଞ୍ଚଳର କଦିୟାପୁର ନିବାସୀ ବିନୟ ଓରଫ ବୋଧା ଯାଦବଙ୍କ ଝିଅ ପ୍ରିୟା ଯାଦବ ବୋଲି ଜଣା ପଡିଥିଲା । ଏହା ପରେ ସବୁ କିଛି ସାମ୍ନାକୁ ଆସିଥିଲା ।

ପ୍ରିୟା ନିଜ କଲେଜର ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । ପରିବାର ଲୋକ ଏହା ବିରୁଦ୍ଧରେ ଥିଲେ । ପ୍ରଥମେ ପରିବାର ଲୋକେ ତାଙ୍କୁ ବହୁତ ବୁଝାଇଲେ କିନ୍ତୁ ସେ ନମାନିବାରୁ ତାଙ୍କୁ ହତ୍ୟା କରିବା ପାଇଁ ନିଷ୍ପତ୍ତି ନେଲେ ନୃଶଂସ ବାପା । ହତ୍ୟା କରିବା ପରେ ମୃତଦେହକୁ ସଫାରୀ ଗାଡିରେ ଗଙ୍ଗା କୂଳକୁ ନେଇ ପ୍ଲାଷ୍ଟିକ ଓ ଏକ ବସ୍ତାରେ ଭର୍ତ୍ତି କରି ଫୋପାଡିଦେଲେ ।

   ସମ୍ବନ୍ଧିତ ଖବର


ଦେଶ ବିରୋଧି ବିବାଦୀୟ ବୟାନ ମାମଲା: ଜେଏନୟୁ ଛାତ୍ର ଶରଜିଲ ବିହାରରୁ ଗିରଫ

ଏକ୍ସଟ୍ରା-ମେରିଟାଲ ଆଫେୟାର୍ସ ପାଇଁ ଏହି ଆପ୍ ରେ ବଢ଼ିଛି ରେଜିଷ୍ଟ୍ରେସନ୍, ସବୁଠୁ ଆଗରେ ଥିଲା ଭୁବନେଶ୍ବର

୭.୭ ତୀବ୍ରତାର ଭୂମିକମ୍ପରେ ଥରିଲା କ୍ୟୁବା: ସୁନାମୀ ପାଇଁ ଆଲର୍ଟ ଜାରି

ନର୍ସ ନିହାରିକା ହତ୍ୟାକାଣ୍ଡ ମାମଲା: ୧୩୦ ପୃଷ୍ଠା ସମ୍ବଳିତ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ