ରାଜଧାନୀରେ ଗୁଣ୍ଡାରାଜ: ଭୁଜାଲି ଧରି ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ କଲେ ଆକ୍ରମଣ, ଦୁର୍ବୁତ୍ତଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ବର, ୧୮/ ୧୦: ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଛି ଅପରାଧ। ରବିବାର ସନ୍ଧ୍ୟାରେ ଜାଗମରା ନୂଆ ଏୟାର ପୋର୍ଟ ରୋଡ଼ରେ ତିନିଜଣ ଯୁବକ ମିଶି ଜଣେ ଯୁବକଙ୍କୁ ଭୁଜାଲିରେ ଆକ୍ରମଣ କରିଛନ୍ତି। ରବିବାର ସନ୍ଧ୍ୟା ସାଢ଼େ ସାତଟା ବେଳେ ନୂଆ ଏୟାର ପୋର୍ଟରୋଡ଼ରେ ଥିବା ସପିଙ୍ଗମଲ ସାମ୍ନାରେ ଏହି ଘଟଣା ଘଟିଛି । ଆହତ ଯୁବକଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକଙ୍କୁ ପିଠି ଏବଂ ଡାହାଣ ହାତକୁ ହାଣି ଦେଇଛନ୍ତି ଦୁର୍ବୃତ୍ତମାନେ। ଆକ୍ରମଣ କରୁଥିବା ସମୟରେ ସ୍ଥାନୀୟ ଲୋକ ତିନି ଯୁବକଙ୍କୁ କାବୁ କରି ନେଇ ପିସିଆରକୁ କଲ କରିଥିଲେ।

ପୁଲିସ୍ ଆସିବା ପୂର୍ବରୁ ଭୁଜାଲିକୁ ପାଖ ସନ୍ତସନ୍ତିଆ ସ୍ଥାନକୁ ଫିଙ୍ଗି ଦେଇଛନ୍ତି ତିନି ଆକ୍ରମଣକାରୀ। ଘଟଣାସ୍ଥଳରେ ଖଣ୍ଡଗିରି ପୁଲିସ୍ ପହଞ୍ଚି ତିନି ଯୁବକଙ୍କୁ ଥାନାରେ ଅଟକ ରଖିବା ସହ ଗୋଟିଏ ବାଇକ ଓ ସ୍କୁଟି ଜବତ କରିଛି । ଆକ୍ରମଣ କଣ ପାଇଁ କରିଛନ୍ତି ତାର କାରଣ ଜଣାପଡିନାହିଁ। ନୂଆ ଏୟାର ପୋର୍ଟରୋଡ଼ରେ ଥିବା ଫାଷ୍ଟଫୁଡ଼ ଜୋନରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା।

   ସମ୍ବନ୍ଧିତ ଖବର


ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’

ପୁଲିସ୍ ମାଡ଼ରେ ବାପା-ପୁଅଙ୍କ ମୃତ୍ୟୁ ହୋଇଥିଲା, ୬ଘଣ୍ଟା ଧରି ପିଟିଥିଲେ–ସିବିଆଇ ଚାର୍ଜସିଟିରେ ଆଶ୍ଚର୍ଯ୍ୟକର ତଥ୍ୟ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

ରାଜ୍ୟରେ ୧୩ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୭୨ କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୨୪୭ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୩ ହଜାର ଟପିଲା