ଆଜିର ରାଶିଫଳ (୦୧/୧୨ ମଙ୍ଗଳବାର)

ମେଷ : ଆର୍ଥିକ କ୍ଷତି ଓ ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ। ମନ ଅସ୍ଥିର ରହିବ ଓ ଧନକ୍ଷତି ହେବ। ଆର୍ଥିକ କାରବାର କଲାବେଳେ ସତର୍କ ରହିବେ। କର୍ମସ୍ଥାନରେ ଅଶାନ୍ତି ଓ ବାଧାବିଘ୍ନ ଦେଖାଦେବ। କର୍ମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ଭାବ ପ୍ରକାଶ ପାଇବ। ତେଣୁ ସମସ୍ତ କର୍ମରେ ବିଫଳତାର ସାମ୍ନା କରିବେ। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ। ଯେଉଁମାନଙ୍କର କୃତ୍ତିକା ମେଷ, ସେମାନଙ୍କର ବିଶେଷ କ୍ଷତି ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ। ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ପ୍ରଭୁ କାର୍ତ୍ତିକେୟ।

ବୃଷ: ମାନସିକ, ପାରିବାରିକ ଶାନ୍ତି ଓ ପରିବାରରେ ହସଖୁସିର ପରିବେଶ ରହିବ। ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। କର୍ମରେ ସଫଳତା, ପ୍ରଶଂସା ଓ ସମ୍ମାନ ବୃଦ୍ଧି ପାଇବ। ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନ କରିବେ। ମହିଳାମାନେ ପରିବାରର ସ୍ନେହ ଶ୍ରଦ୍ଧା ପାଇବେ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା- ମା’ ଗାୟତ୍ରୀ।

ମିଥୁନ : ଅପବ୍ୟୟ, ଅପବାଦ ଓ ଅପଯଶରୁ ମୁକ୍ତି ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। ପରିବାରର ଖର୍ଚ୍ଚଭାର କମ୍‌ ରହିବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ । କର୍ମରେ ଆତ୍ମସନ୍ତୋଷ ଓ ଅଟକିଥିବା କାମ ସୁରୁଖୁରୁରେ ସମ୍ପାଦନ କରିବେ । ବ୍ୟବସାୟ କର୍ମରେ ଦୂରସ୍ଥାନକୁ ଯାତ୍ରା କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଦ୍ରବ୍ୟ କ୍ରୟ କରିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ ।

କର୍କଟ: ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। ବ୍ୟବସାୟରେ ଉନ୍ନତି କିମ୍ବା ନୂତନ ବ୍ୟବସାୟର ସୁଯୋଗ ପାଇବେ। କର୍ମରେ ସଫଳତା, ପ୍ରଶଂସା ଓ ଦରମାରେ କିଛି ବୃଦ୍ଧି ଘଟିପାରେ । ଚନ୍ଦ୍ର ଉଚ୍ଚରେ ଥିବା ହେତୁ ଆୟର ମାର୍ଗ ସବୁଆଡ଼ୁ ଖୋଲିଯିବ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବାର ସୁଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ । ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୯, ଆରାଧନା-ଭଗବାନ ଶିବ।

ସିଂହ : କର୍ମ ପ୍ରତି ଧ୍ୟାନ ଅଧିକ ରହିବ ଓ କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଭାବ ବୃଦ୍ଧି ପାଇବ। ତେଣୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ପରିବାରରେ ହସଖୁସିର ପରିବେଶ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପ୍ରତିଭାବାନ ହେବେ । ମହିଳାମାନଙ୍କର କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୬, ଆରାଧନା- ମା’ ମାତଙ୍ଗୀ ।

କନ୍ୟା: ଭାଗ୍ୟରେ, କର୍ମରେ, ଆର୍ଥିକ ଅବସ୍ଥାରେ ବିପର୍ଯ୍ୟୟ ଘଟିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ବିଫଳତା ଓ ସହକର୍ମୀଙ୍କଠାରୁ ଅପମାନ ପାଇବେ । ପଦସ୍ଥ କର୍ମଚାରୀ କ୍ରୋଧ କରିବେ ଓ ରାଜନୈତିକ, କ୍ଷମତାଶାଳୀ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ। ମନ ଚଳଚଞ୍ଚଳ ରହିବ ଓ ପରିବାରରେ ବିବାଦ ଦେଖାଦେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମ ପ୍ରତି ବିମୁଖ ହେବେ। ମହିଳାମାନେ ଅପମାନ, ଅପଯଶ ପାଇବେ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ।

ତୁଳା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମଧ୍ୟମ ଆୟ ହେବ। କର୍ମ ସ୍ଥାନରେ ବାଧାବିଘ୍ନ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ ମନ ଅସ୍ଥିର ରହିବ ଓ ବିରକ୍ତିଭାବ ପ୍ରକାଶ ପାଇବ। ଧନ କ୍ଷତି, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିପାରନ୍ତି। ଯେଉଁମାନଙ୍କର ଚିତ୍ରା ତୁଳା ସେମାନଙ୍କର ବିଶେଷ କ୍ଷତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବିପଦରେ ପଡ଼ିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା- ମା’ କମଳା ।

ବିଛା : ଘାତଚନ୍ଦ୍ର ହେତୁ ଆର୍ଥିକ କ୍ଷତି, ଶାରୀରିକ ପୀଡ଼ା ଓ ପରିବାରରେ ବିବାଦ ଦେଖା ଦେଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ। କର୍ମରେ ବିଫଳତା, ବାଧାବିଘ୍ନ ଓ ମହିଳା ସହକର୍ମୀଙ୍କ ସହ ବିବାଦ ହେବ। ଦାମ୍ପତ୍ୟ ଜୀବନରେ କଳହ ଓ ଆର୍ଥିକ ସ୍ଥିତି ବିଗିଡ଼ିଯିବ। ଯେଉଁମାନଙ୍କର ବିଶାଖା ବିଛା, ସେମାନଙ୍କର ବିଶେଷ କ୍ଷତି ଘଟିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା- ମା’ ବଗଳାମୁଖୀ ।

ଧନୁ: ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ଅଶାତୀତ ସଫଳତା ଓ ସମସ୍ତଙ୍କର ଶ୍ରଦ୍ଧାଭାଜନ ହେବେ । ଋଣମୁକ୍ତ ହେବାର ଚେଷ୍ଟା କରିବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ। ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଉପଯୋଗ କରିବେ। ମହିଳାମାନେ ପରିବାରର ମନ ଜିଣିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ଭଗବାନ ଶିବ ।

ମକର: ଘାତବାର ଓ ପଞ୍ଚମ ଚନ୍ଦ୍ର ହେତୁ ମାନ ସମ୍ମାନ ହାନି ଓ ପୁରାତନ ବନ୍ଧୁ କିମ୍ବା ସ୍ୱଜନଙ୍କ ସହ ମତାନ୍ତର ହୋଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ। ବାପା, ମା’ଙ୍କ ସହ ଅପ୍ରିୟତା କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। କର୍ମରେ ବିଫଳତା ଓ ମାନସମ୍ମାନ ହାନି ଘଟିବ ଏବଂ ସହକର୍ମୀଙ୍କଠାରୁ ଅପମାନ ପାଇବେ। ସନ୍ତାନମାନେ ଅବଜ୍ଞା କରିବେ ଓ ପରିବାରରେ ଅଶାନ୍ତି ଦେଖାଦେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। ବିଶେଷ କରି ପରିବହନ ବ୍ୟବସାୟ ଆପଣଙ୍କ ପାଇଁ ଆଜି ଶୁଭ ରହିବ। କର୍ମରେ ଆଶାତୀତ ସଫଳତା ଓ ସମ୍ମାନ ବୃଦ୍ଧି ଘଟିବ। ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ମଧୁର ହେବ। ନୂତନ ଯାନ, ଭୂମି କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ। ମହିଳାମାନେ ଅତିଥି ଚର୍ଚ୍ଚା କରିବେ। ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା- ମା’ କାଳୀ ।

ମୀନ: ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ପ୍ରଶଂସା ଓ କାର୍ଯ୍ୟ କରିବାର ଶୈଳୀରେ ଉନ୍ନତି ପରିଲକ୍ଷିତ ହେବ। ପରିବାରରେ ହସଖୁସିର ପରିବେଶ ରହିବ ଓ ଭାଇଭଉଣୀଙ୍କ ସହଯୋଗ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ। ମହିଳାମାନେ ଶାନ୍ତିପ୍ରିୟା ହେବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଭଗବାନ ଶିବ।