PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଆଜିର ରାଶିଫଳ,(୦୩/ ୦୬ ଗୁରୁବାର)

ମେଷ: ଦିବା ୩ଟା ୫୧ ମିନିଟ୍‌ ପର୍ଯ୍ୟନ୍ତ ଚତୁର୍ଥ ଚନ୍ଦ୍ର ହେତୁ ବାଣିଜ୍ୟରେ କ୍ଷତି, ସ୍ୱଜନ ଓ ପରିବାରରେ ବିବାଦ ଓ ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବ । କର୍ମରେ ବିଫଳତା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ । ଏ ସମୟ ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ଓ ସମସ୍ତ କର୍ମରେ ଶୁଭଫଳ ମିଳିବ । ଯେଉଁମାନଙ୍କର କୃତ୍ତିକା ମେଷ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ ବୁଲାବୁଲିରେ ମନ ଦେବେ । ମହିଳାମାନେ ଅସ୍ଥିରମନା ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା- ୩, ଆରାଧନା-ପ୍ରଭୁ ହନୁମାନ ।

ବୃଷ: ଦିବା ୩ଟା ୫୧ ମିନିଟ୍‌ ପର୍ଯ୍ୟନ୍ତ ତୃତୀୟ ଚନ୍ଦ୍ର ହେତୁ ସେ ସମୟ ପର୍ଯ୍ୟନ୍ତ ବାଣିଜ୍ୟରେ ମଧ୍ୟମ ଆୟ, କର୍ମରେ ସଫଳତା ମିଳିବ । ଏହା ପରେ ଗଡ଼ବଡ଼ ଆସିବ । ମନ ଅସ୍ଥିର ରହିବ । ସ୍ୱଜନରେ ବିବାଦ ଓ କର୍ମସ୍ଥାନରେ ଅପ୍ରିତିକର ପରିସ୍ଥିତି ଦେଖାଦେବ । ଯାନବାହନରେ ଯାନ୍ତ୍ରିକ ତୃଟି ଓ ଦୁର୍ଘଟଣା ଘଟିପାରେ । ଯେଉଁମାନଙ୍କର କୃତ୍ତିକା ବୃଷ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ମୂଲ୍ୟବାନ ପଦାର୍ଥ ହରାଇବେ । ଶୁଭରଙ୍ଗ-ସିଲ୍‌ଭର, ଶୁଭସଂଖ୍ୟା-୪, ଆରାଧନା- ମା’ ଗାୟତ୍ରୀ ।

ମିଥୁନ: ଦ୍ୱିତୀୟ ଓ ତୃତୀୟ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା, ସୁନାମ ଅର୍ଜନ କରିବେ । ନୂତନ କାର୍ଯ୍ୟାରମ୍ଭ କରିବେ କିମ୍ବା ସେଥିପାଇଁ ଯୋଜନା ପ୍ରସ୍ତୁତ କରିବେ । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ସଂଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୬, ଆରାଧନା-ମା’ ତ୍ରିପୁର ସୁନ୍ଦରୀ ।

କର୍କଟ: ଘାତବାର ଓ ଦିବା ୩ଟା ୩୧ ମିନିଟ୍‌ ପରେ ଘାତଚନ୍ଦ୍ର ହେତୁ ଧନ କ୍ଷତି, ମାନସିକ ଅସ୍ଥିରତା, ପଡ଼ିଶାରେ ମନୋମାଳିନ୍ୟ ଓ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଦିବସର ପ୍ରଥମ ଭାଗରେ ଆୟ ମଧ୍ୟମ ହେବ ଓ ଶେଷ ଭାଗରେ ମାନ୍ଦାବସ୍ଥା ଆସିଯିବ । ଧନକୁ ନେଇ ବିବାଦ ଓ ବିପଦ ଆସିପାରେ । କର୍ମରେ ବିଫଳତା ଓ ବାଧାବିଘ୍ନ ଦେଖାଦେବ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନେ ଧନ କ୍ଷତି କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ମା’ ଭୁବନେଶ୍ୱରୀ ।

ସିଂହ : ଦିବା ୩ଟା ୫୧ ମିନିଟ୍‌ ପର୍ଯ୍ୟନ୍ତ ଦ୍ୱାଦଶ ଚନ୍ଦ୍ର ହେତୁ ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ ଓ ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ ଏବଂ କର୍ମରେ ଅନାଗ୍ରହ ଭାବ ଜାଗ୍ରତ ହେବ । ଏ ସମୟ ପରେ ସ୍ଥିତିରେ ପରିବର୍ତ୍ତନ ଓ ସମସ୍ତ କର୍ମରେ ଶୁଭଫଳ ମିଳିବ । ଯେଉଁମାନଙ୍କର ମଘା ସିଂହ ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଆଳସ୍ୟତା ଭାବ ଜାଗ୍ରତ ହେବ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ଗଜାନନ ।

କନ୍ୟା: ଦିବା ୩ଟା ୫୧ ମିନିଟ୍‌ ପର୍ଯ୍ୟନ୍ତ ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ଦିବସର ପ୍ରଥମ ଭାଗରେ କର୍ମରେ ସଫଳତା ମିଳିବ କିନ୍ତୁ ଶେଷ ଭାଗରେ କର୍ମରେ ଆଳସ୍ୟତା ଭାବ ଜାଗ୍ରତ ହେବ । ଯେଉଁମାନଙ୍କର ହସ୍ତା କନ୍ୟା ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଧ୍ୟାନ ଦେବେ । ମହିଳାମାନେ ସଂଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଷୋଡ଼ଶୀ ।

ତୁଳା : ଦଶମ ଓ ଏକାଦଶ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ । ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ ଓ କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ସ୍ୱାତୀ ତୁଳା ସେମାନେ ଅଧିକ ଉପକୃତ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ମନୋନିବେଶ କରିବେ । ମହିଳାମାନେ କର୍ମନିପୁଣା ହେବେ । ଶୁଭରଙ୍ଗ- ନୀଳ, ଶୁଭସଂଖ୍ୟା-୧୨, ଆରାଧନା-ମା’ ସମଲେଶ୍ୱରୀ ।

ବିଛା : ନବମ ଓ ଦଶମ ଚନ୍ଦ୍ର ଉଭୟ ଭୋଗ ହେଉଥିôବା ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ସଫଳତା ଓ ପଦସ୍ଥ କର୍ମ•ରୀଙ୍କ କୃପା ଲାଭ କରିବେ । ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଓ ତାଙ୍କର ନିକଟତର ହେବେ । ଯେଉଁମାନଙ୍କର ଜ୍ୟେଷ୍ଠା ବିଛା ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଉଚ୍ଚ ମନା ହେବେ । ମହିଳାମାନେ ପରିବାରର ସ୍ନେହ, ଶ୍ରଦ୍ଧା ଲାଭ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩ ଆରାଧନା-ମା’ ବଗଳାମୁଖୀ ।

ଧନୁ: ଦିବା ୩ଟା ୫୧ ମିନିଟ୍‌ ପର୍ଯ୍ୟନ୍ତ ଅଷ୍ଟମ ଚନ୍ଦ୍ର ହେତୁ ଆର୍ଥିକ କାରବାର ଓ ଯାନବାହନରେ ଗଲାବେଳେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ମାନ୍ଦାବସ୍ଥା ଓ କର୍ମରେ ବାଧାବିଘ୍ନ ଦେଖାଦେବ । ଏ ସମୟ ପରେ ସ୍ଥିତିରେ ଉନ୍ନତି ଦେଖାଦେବ ଏବଂ ସମସ୍ତ କର୍ମରେ ଶୁଭଫଳ ପ୍ରାପ୍ତି ହେବ । ଯେଉଁମାନଙ୍କର ମୂଳା ଧନୁ ସେମାନେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଆଳସ୍ୟତା ପ୍ରଦର୍ଶନ କରିବେ । ମହିଳାମାନେ ଉଦର ଯନ୍ତ୍ରଣା ଭୋଗିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ମା’ ତାରା ।

ମକର: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ସମ୍ମାନ ଓ ମହିଳା ସହକର୍ମୀଙ୍କ ସହାୟତା ଲାଭ କରିବେ । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଆୟୋଜନ କରିବେ କିମ୍ବା କୌଣସି ମାଙ୍ଗଳିକ କର୍ମରେ ଯୋଗଦାନ କରିବେ । ଦିବା ୩ଟା ୫୧ ମିନିଟ୍‌ ପରେ ଘାତଚନ୍ଦ୍ର ହେତୁ ସ୍ୱାସ୍ଥ୍ୟ, ବିବାଦ ଓ ଦୁର୍ଘଟଣା ପ୍ରତି ସତର୍କ ହେବେ । ଯେଉଁମାନଙ୍କର ଶ୍ରବଣା ମକର ସେମାନେ ସତର୍କ ହେବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ବୁଲାବୁଲିରେ ମନ ଦେବେ । ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦୁର୍ଗା ।

କୁମ୍ଭ: ଷଷ୍ଠ ଚନ୍ଦ୍ର ଓ ସପ୍ତମ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଦିନଟି ସୁଖ, ସୌଭାଗ୍ୟ ଓ ପରିସ୍ଥିତିରେ ସୁଧାର ଆଣିଦେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା ଏବଂ କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ ଓ ରୋଗ, ଋଣରୁ ମୁକ୍ତି ପାଇବେ । ଯେଉଁମାନଙ୍କର ଧନିଷ୍ଠା କୁମ୍ଭ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ ଯଶସ୍ୱୀ ହେବେ । ମହିଳାମାନେ ସୁଖୀ ହେବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୧୧, ଆରାଧନା-ମା’ ଦକ୍ଷିଣକାଳୀ ।

ମୀନ:ପଞ୍ଚମ ଚନ୍ଦ୍ର ଓ ଷଷ୍ଠ ଚନ୍ଦ୍ର ଉଭୟ ଭୋଗ ହେଉଥିବା ହେତୁ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା, ପ୍ରଶଂସା ଲାଭ କରିବେ ଓ ମାନସିକ, ପାରିବାରିକ ଶାନ୍ତି ଏବଂ ଦେହ ମନ ସୁସ୍ଥ ରହିବ । ଯେଉଁମାନଙ୍କର ପୁର୍ବଭାଦ୍ର ମୀନ ସେମାନେ ଅଧିକ ସୁଫଳ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଉଦ୍‌ଯୋଗ କରିବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ମା’ ତାରା ।