PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଜିର ରାଶିଫଳ (୦୬/୦୮, ଗୁରୁବାର)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି ଓ ଆଶାତୀତ ସଫଳତା ପାଇବେ। ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ। ଆକସ୍ମିକ ଧନଲାଭ ଓ ନୂତନ ଭୂମି, ମୂଲ୍ୟବାନ ଧାତୁ କ୍ରୟ କରିବାର ସୁଯୋଗ ପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଗ୍ରହୀ ହେବେ। ମହିଳାମାନେ ସଞ୍ଚୟ କରିବା ପାଇଁ ଇଚ୍ଛା ପ୍ରକାଶ କରିବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା: ହନୁମାନ ଚାଳିଶା ପାଠ ।


ବୃଷ : କର୍ମରେ ଉନ୍ନତି କରିବା ପାଇଁ ଚିନ୍ତା କରିବେ ଓ ସେଥି ନିମନ୍ତେ ନିଜକୁ ପ୍ରସ୍ତୁତ ରଖିବେ । ସହକର୍ମୀଙ୍କ ସହଯୋଗ ଓ କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ମିଳିପାରେ। ପରିବାରରେ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବେ। ମହିଳାମାନଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୪, ଆରାଧନା-ଲକ୍ଷ୍ମୀମନ୍ତ୍ର ଜପ।

ମିଥୁନ : ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ। କର୍ମସ୍ଥାନରେ ବାଧାବିଘ୍ନ ଓ ଅପମାନ ପାଇପାରନ୍ତି । ଅତିପ୍ରିୟ ବନ୍ଧୁଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି। ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ସ୍ନାୟୁବିକ ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ପୁରୁଷ ସୂକ୍ତ ପଠନ।


କର୍କଟ: ଅଷ୍ଟମ ଚନ୍ଦ୍ର ଓ ଘାତବାର ହେତୁ ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ। କର୍ମ ପ୍ରତି ଅନାଗ୍ରହ ଭାବ ଉଦ୍ରେକ ହେବ ଓ କର୍ମରେ ଅସଫଳ ହେବେ। ମନ ଅସ୍ଥିର ରହିବ ଓ ବିରକ୍ତିଭାବ ପ୍ରକାଶ ପାଇବ । ପରିବାରରେ ଅଶାନ୍ତି ଓ ବାଦବିବାଦ ଦେଖାଦେଇପାରେ । ଘାତବାର ହେତୁ ଯାନବାହନରେ ଗଲାବେଳେ ସତର୍କ ରହିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ଥଣ୍ଡାରୋଗରେ ପଡ଼ିପାରନ୍ତି । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଶିବ।

ସିଂହ : ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ପରିବାରରେ ଶାନ୍ତି ଓ ସହଧର୍ମିଣୀଙ୍କ ସହଯୋଗ ଏବଂ ସହାନୁଭୂତି ପାଇବେ । ସ୍ତ୍ରୀସୌଖ୍ୟ ଓ ସ୍ତ୍ରୀହେତୁକ ଧନଲାଭ ହୋଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସା ପାଇବେ । ମହିଳାମାନେ ସ୍ୱାମୀ ସେବାରେ ମନ ବଳାଇବେ। ଶୁଭରଙ୍ଗ-ଗୋଲାପୀ, ଶୁଭସଂଖ୍ୟା-୧୧, ଆରାଧନା-ଗଣେଶ।


କନ୍ୟା: ରୋଗ, ଋଣ, ଶତ୍ରୁ ଏ ତିନୋଟିରୁ କେତେକାଂଶରେ ମୁକ୍ତ ହେବେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହଯୋଗ ପାଇବେ । ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ ଓ ଶରୀର ସୁସ୍ଥ ରହିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପ୍ରଶଂସା ପାଇବେ । ମହିଳାମାନେ ଧାର୍ମିକ କାର୍ଯ୍ୟରେ ମନ ଦେବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା: ଷୋଡ଼ଶୀ।

ତୁଳା : ମାନସମ୍ମାନ ହାନି କିମ୍ବା ଇତର ଜନଠାରୁ ଅପମାନ ପାଇପାରନ୍ତି । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ହେବ । କର୍ମସ୍ଥାନରେ ଅପଯଶ ଓ ଅପମାନ ପାଇପାରନ୍ତି । ପୁତ୍ର, କନ୍ୟା ଅବମାନନା କରିବେ। ବାପାମା’ଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ। ମହିଳାମାନେ ଅବସାଦଗ୍ରସ୍ତ ହେବେ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୨, ଆରାଧନା- ଜଗନ୍ନାଥ।


ବିଛା : ବନ୍ଧୁବାନ୍ଧବ, ସ୍ୱଜନ ଓ ପ୍ରିୟଜନଙ୍କ ସହାୟତା, ସହଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ଓ କର୍ମ ପ୍ରତି ଶ୍ରଦ୍ଧା ଏବଂ ଆନ୍ତରିକତା ହେତୁ କର୍ମରେ ସଫଳତା ଓ ପ୍ରଶଂସା ପାଇବେ । ନୂତନ ଭୂମି, ଯାନବାହନ କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ । ମହିଳାମାନେ ଅତିଥି ସେବାରେ ସମୟ କାଟିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ହନୁମାନ ।


ଧନୁ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳତା ଓ ସମସ୍ତଙ୍କର ସହଯୋଗ ପାଇବେ । ପରିବାରର ସମସ୍ତ ସଦସ୍ୟ ଓ ଭ୍ରାତୃଭ୍ନଗ୍ନିଙ୍କର ସହଯୋଗ ପାଇବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ । ମହିଳାମାନେ ପରିବାରର ଆଦର ପାଇବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୫, ଆରାଧନା-ବ୍ରହ୍ମ ଉପାସନା ।


ମକର : ଧନକ୍ଷତି ଓ ଆର୍ଥିକ ଅବସ୍ଥା ବିଗିଡ଼ିଯିବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ଓ ବ୍ୟୟଭାର ଅଧିକ ହେବ । କର୍ମସ୍ଥାନରେ ବାଧାବିଘ୍ନ ଓ ବିବାଦ ସୃଷ୍ଟି ହୋଇପାରେ । ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମାରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ ବା େ•ରିଯାଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ଦୁର୍ଗାମନ୍ତ୍ର ଜପ ।


କୁମ୍ଭ : ସୁଖାଦ୍ୟ, ସୁବସନ ଓ ଲକ୍ଷ୍ମୀଙ୍କର କୃପା ରହିବ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ ଉନ୍ନତି ଓ ସଫଳତା ପାଇବେ । ଯଶ, ସମ୍ମାନ ଓ ସାମାଜିକ ଏବଂ ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ । ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୩, ଆରାଧନା- କାଳିକାପୁରାଣ ପାଠ ।


ମୀନ : ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଉଚ୍ଚସ୍ଥାନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ କର୍ମ ପ୍ରତି ଅନାଗ୍ରହ ଭାବ ଏବଂ ବିବାଦ ଉପୁଜିବ । ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡ଼ା ପାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ । ମହିଳାମାନେ ଉଦରଯନ୍ତ୍ରଣା ପାଇବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା ।