PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଜିର ରାଶିଫଳ (୧୨/୧୨, ଗୁରୁବାର)

ମେଷ- ଶୁକ୍ଳ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବିଭିନ୍ନ ମାର୍ଗରେ ଉପାର୍ଜନ କରିବେ। ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ। ରାଜନୀତିରେ ସକ୍ରୀୟ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭ ଜନକ ରହିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍‌।

ବୃଷ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ। ସାଂସାରିକ ସୁଖମୟ ରହିବ। ମହିଳାମାନେ ଯଶକୀର୍ତ୍ତି ପାଇବେ। ଚାକିରିରେ ସମ୍ମାନ ବୃଦ୍ଧି ହେବ। ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭଅଙ୍କ-୨, ଶୁଭରଙ୍ଗ-ଧଳା।

ମିଥୁନ- ଶୁକ୍ଳ ପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ବାରମ୍ବାର ଚେଷ୍ଟା ସତ୍ତେ୍ୱ କାର୍ଯ୍ୟ ବିଗିଡ଼ି ଯାଇପାରେ। ଚାକିରିରେ କାର୍ଯ୍ୟଭାର ରହିବ। ମହିଳାମାନେ ସମସ୍ୟାରେ ରହିବେ। ବାଣିଜ୍ୟରେ ମାନ୍ଦା ରହିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।

କର୍କଟ- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ଉଚ୍ଚ ଆଶା ସଫଳ ହେବ। ଉଭୟେ ପ୍ରେମ ଓ ସାଂରିକ ସୁଖମୟ ରହିବ। ଚାକିରିରେ ମାନ ମର୍ଯ୍ୟାଦା ରହିବ। ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌।

ସିଂହ- ଦଶମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ଉଭୟେ ପ୍ରେମ ଓ ସାଂସାରିକ ମଧୁର ସଂପର୍କ ରହିବ। ରାଜନୀତିରେ ଲୋକପ୍ରିୟତା ବୃଦ୍ଧି ପାଇବ। ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

କନ୍ୟା- ଶୁକ୍ଳ ପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯୋଜନା କରି ସଫଳ ହେବେ। ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ। ମହିଳାମାନେ ସଂସ୍କାର ପ୍ରିୟ ହେବେ। ପରିବହନ ଓ ବାଣିଜ୍ୟରେ ଲାଭ ଜନକ ରହିବ। ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲିଭର।

ତୁଳା- ଅଷ୍ଟମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମକ୍ଷେତ୍ରରେ ବାଧା ବିଘ୍ନ ରହିବ। ସାଂସାରିକ ଅସହଯୋଗ ରହିବ। ମହିଳାମାନେ ନିଜକୁ ଅସହାୟ ମନେ କରିବେ। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭଅଙ୍କ-୮, ଶୁଭ ରଙ୍ଗ-ନୀଳ।

ବିଛା- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ର ଉତ୍ସାହ ଜନକ ରହିବ। ସାଂସାରିକ ଧନ ସମ୍ମାନ ପାଇବେ। ଚାକିରିରେ ପ୍ରଶଂସିତ ହେବେ। ପରିବହନ ଓ ବାଣିଜ୍ୟରେ ସନ୍ତୋଷ ଜନକ ଫଳ ମିଳିବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍‌।

ଧନୁ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ସମ୍ପାଦନ କରିବେ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌।

ମକର- ଶୁକ୍ଳ ପକ୍ଷ ପଞ୍ଚମରେ ଚନ୍ଦ୍ର ଗତିଶୀଳ ହେତୁ ଶୃଙ୍ଖଳିତ ଧାରାରେ କର୍ମ କରି ସୁଫଳ ପାଇବେ। ସାଂସାରିକ ସୁଖୀ କରିବେ। ଚାକିରିରେ ସହଯୋଗ ମିଳିବ। ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ଓ ସଞ୍ଚୟ ହେବ। ଶୁଭଅଙ୍କ-୮, ଶୁଭ ରଙ୍ଗ-କଳା।

କୁମ୍ଭ- ଶୁକ୍ଳ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟ ବିଳମ୍ବ ସହ ସମସ୍ୟା ରହିବ। ସାଂସାରିକ କଳହ ଦେଖା ଦେବ। ଚାକିରିରେ ଅବହେଳା ରହିବ। ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ। ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲିଭର।

ମୀନ- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ତୁଲାଇ ଆଶ୍ୱସ୍ତି ରହିବେ। ସାଂସାରିକ ସୁଖୀ ରହିବେ। ଚାକିରିରେ ପଦୋନ୍ନତି ହୋଇପାରେ। ବାଣିଜ୍ୟରେ ଲାଭ ରହିବ। ଶୁଭଅଙ୍କ-୭, ଶୁଭ ରଙ୍ଗ-କଫି।