ଆଜିର ରାଶିଫଳ (୧୩/୦୮, ଗୁରୁବାର)

ମେଷ : କର୍ମସ୍ଥାନରେ ଅଶାନ୍ତି ଓ ବିବାଦ ଉପୁଜିବ । କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରିଯାଇପାରେ। ପରିବାରରେ ଅଶାନ୍ତି ଓ ମନରେ ଅସ୍ଥିରଭାବ ପ୍ରକାଶ ପାଇବ। ଧନକୁ ନେଇ ବିବାଦ କିମ୍ବା ମାଲିମକଦ୍ଦମା ହୋଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ଚଣ୍ଡୀ ପୁରାଣ ପାଠ।

ବୃଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । କର୍ମରେ ସଫଳ ଓ ପ୍ରଶଂସାର ପାତ୍ର ହେବେ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହ ପ୍ରକାଶ କରିବେ । ମହିଳାମାନେ ପରିବାରର ଆଦରଣୀୟା ହେବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ରାମତାରକ ମନ୍ତ୍ର ଜପ ।

ମିଥୁନ : କର୍ମରେ ସଫଳତା ଓ କର୍ମ ପ୍ରତି ଆଗ୍ରହ ଏବଂ ଆନ୍ତରିକତା ବୃଦ୍ଧି ପାଇବ । କର୍ମସ୍ଥାନରେ ସମସ୍ତଙ୍କର ମନ ଜିଣିବେ ଓ ଅଟକିଥିବା କାମ ଆଜି ସମ୍ପୂର୍ଣ୍ଣ କରିବାର ସୁଯୋଗ ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ପରିବାରରେ ବ୍ୟୟଭାର କମ୍‌ ରହିବ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା ଜାରି ରଖିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ କରିବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୮, ଆରାଧନା-ବିଷ୍ଣୁମନ୍ତ୍ର ଜପ।

କର୍କଟ: ଆକସ୍ମିକ ଧନଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳ ଓ ଉଚ୍ଚ ପ୍ରଶଂସିତ ହେବେ । ମୂଲ୍ୟବାନ ଧାତୁ ଓ ଭୂମି କ୍ରୟ କରିବାର ସୁଯୋଗ ପାଇବେ ଏବଂ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ଘାତବାର ହେତୁ ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ । ମହିଳାମାନେ ସଞ୍ଚୟ କରିବା ପାଇଁ ମନ ବଳାଇବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୫, ଆରାଧନା-ଶିବ।

ସିଂହ : ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ କର୍ମ ପ୍ରତି ଶ୍ରଦ୍ଧା ଓ ଆନ୍ତରିକତା ଭାବ ଜାଗ୍ରତ ହେବ । ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ଗଣେଶ ।

କନ୍ୟା: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ। କର୍ମସ୍ଥାନରେ ଅଶାନ୍ତି ଓ ପଦସ୍ଥ କର୍ମଚାରୀଙ୍କ କ୍ରୋଧର ଶିକାର ହେବେ କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି। ନିଜର ଅତିପ୍ରିୟ ଲୋକ ସହ ଝଗଡ଼ା ହୋଇପାରେ। ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ଓ ପରିବାରରେ ବିବାଦ ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ । ଶୁଭରଙ୍ଗ-ମେରୁନ, ଶୁଭସଂଖ୍ୟା-୮, ଆରାଧନା: ପୁରୁଷସୂକ୍ତ ପଠନ।

ତୁଳା : କର୍ମ ପ୍ରତି ଆଳସ୍ୟତା ଓ ଅନାଗ୍ରହ ଭାବ ପ୍ରକାଶ ପାଇବା ହେତୁ ସମସ୍ତ କର୍ମରେ ଅସଫଳ ହେବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ। ମନରେ ଅସ୍ଥିରତା ଭାବ ଓ ବିରକ୍ତିଭାବ ପ୍ରକାଶ ପାଇବ । ପରିବାରରେ ପରସ୍ପର ମଧ୍ୟରେ ବୁଝାମଣାର ଅଭାବ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ। ଘାତବାର ହେତୁ ସତର୍କତା ଅବଲମ୍ବନ କରିବେ । ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୧, ଆରାଧନା- ଲକ୍ଷ୍ମୀମନ୍ତ୍ର ଜପ।

ବିଛା : ଘାତଚନ୍ଦ୍ର ହେତୁ ବାଦବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କତା ଅବଲମ୍ବନା କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଏବଂ କର୍ମସ୍ଥାନରେ ଅଶାନ୍ତି ଦେଖାଦେବ। ସ୍ତ୍ରୀ ସହିତ ମନୋମାଳିନ୍ୟ କିମ୍ବା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅନାଗ୍ରହୀ ହେବେ । ମହିଳାମାନେ ଶାରୀରିକ ପୀଡ଼ା ପାଇବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ଚଣ୍ଡୀ ପୁରାଣ ପାଠ ।

ଧନୁ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କର ସହଯୋଗ ପାଇବେ । ପୁରାତନ ରୋଗରୁ କିଛି ମାତ୍ରାରେ ମୁକ୍ତ ହେବେ । ଶତ୍ରୁମାନେ ମିତ୍ରତା ଆଚରଣ କରିବେ ଓ ଋଣମୁକ୍ତ ହେବା ପାଇଁ ଚେଷ୍ଟା ଜାରି ରଖିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଧାର୍ମିକ କାର୍ଯ୍ୟରେ ରୁଚି ରଖିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ରୁଦ୍ରାଭିଷେକ।

ମକର : ମାନସମ୍ମାନ ହାନି ଓ ଇତର ଜନଠାରୁ ଅପମାନ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଏବଂ କର୍ମସ୍ଥାନରେ ଅପଯଶ ପାଇବେ । ସନ୍ତାନସନ୍ତତି ଅବଜ୍ଞା କରିବେ ଓ ତାଙ୍କ କର୍ମକୁ ନେଇ ଚିନ୍ତା ପ୍ରକଟ କରିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅସଫଳ ହେବେ । ମହିଳାମାନେ ଦୁଶ୍ଚିନ୍ତାଗ୍ରସ୍ତ ହେବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୩, ଆରାଧନା-କାଳୀ।

କୁମ୍ଭ : ନୂତନ ଯାନ କିମ୍ବା ଭୂମି କ୍ରୟ କରିବେ କିମ୍ବା ସେଥିପାଇଁ ଯୋଜନା କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଏବଂ କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ସହକର୍ମୀଙ୍କ ସହଯୋଗ ପାଇବେ। ବନ୍ଧୁବାନ୍ଧବଙ୍କ ସହ ସମ୍ପର୍କ ନିବିଡ଼ ହେବ ଓ ପରିବାରରେ ଶାନ୍ତି ବିରାଜମାନ କରିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ଓ ପ୍ରଶଂସିତ ହେବେ। ମହିଳାମାନେ ଅତିଥି ସେବାରେ ବ୍ୟସ୍ତ ରହିବେ। ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା-ଦୁର୍ଗା ସହସ୍ରନାମ ପାଠ ।

ମୀନ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ । ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଓ ସହଯୋଗ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଉଗ୍ରତାରା।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୩୦/୧୧, ସୋମବାର)

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଚଳିତ ସପ୍ତାହର ରାଶିଫଳ

ଆଜିର ରାଶିଫଳ (୨୯/୧୧,ରବିବାର)

ରବିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୮/୧୧ ଶନିବାର)