ଆଜିର ରାଶିଫଳ (୧୪/୦୧, ଗୁରୁବାର)

ମେଷ: କର୍ମ ପ୍ରତି ଧ୍ୟାନ ଅଧିକ ରହିବ। କର୍ମରେ ଏକାଗ୍ରତା, ଆନ୍ତରିକତାଭାବ ପ୍ରକାଶ ପାଇବ ଓ କର୍ମ କରିବାର ନୂତନ କୌଶଳ ଆପଣାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ମନରେ ଉତ୍ସାହ, ଉଦ୍ଦୀପନାଭାବ ଜାଗ୍ରତ ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ପରିଶ୍ରମ ଜାରି ରଖିବେ। ମହିଳାମାନେ କର୍ମତତ୍ପର ହେବେ। ଶୁଭରଙ୍ଗ-ସିଲ୍ଭର, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ହନୁମାନ।
ବୃଷ: ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ପ୍ରମୋଶନ ଓ ପଦସ୍ଥ କର୍ମଚାରୀଙ୍କ କୃପାଲାଭ କରିବେ। ରାଜନୈତିକ ବ୍ୟକ୍ତି ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହାୟତା ଏବଂ ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଉଚ୍ଚ ଆଶା ରଖିବେ। ମହିଳାମାନେ ପରିବାରରେ ସମ୍ମାନ ପାଇବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-ମା’ କମଳା।
ମିଥୁନ: ଅଷ୍ଟମ ଚନ୍ଦ୍ର ହେତୁ ମାନସିକ ଅସ୍ଥିରତା, ଧନ କ୍ଷତି, ପରିବାରରେ ବିବାଦ ଓ ଶାରୀରିକ ପୀଡ଼ା ଭୋଗିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ। କର୍ମରେ ବାଧା ଓ କର୍ମ ପ୍ରତି ଅନାଗ୍ରହଭାବ ଜାଗ୍ରତ ହେବ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ପରିଶ୍ରମ ତୁଳନାରେ ଫଳ କମ୍ ରହିବ। ଯେଉଁମାନଙ୍କର ପୁନର୍ବସୁ ମିଥୁନ, ସେମାନେ ସତର୍କ ରହିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଅବହେଳା କରିବେ। ମହିଳାମାନେ ଶାରୀରିକ ପୀଡ଼ା ଭୋଗିବେ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ନାରାୟଣ।
କର୍କଟ: ସ୍ତ୍ରୀସୋ÷ଖ୍ୟ ଓ ସ୍ତ୍ରୀ ହେତୁକ ଧନଲାଭ ହୋଇପାରେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ଆଶାତୀତ ସଫଳତା ଓ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ। ଆର୍ଥିକ ଅବସ୍ଥାରେ ଉନ୍ନତି ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ। ପରିବାରରେ ସୁଖ, ଶାନ୍ତିର ପରିବେଶ ରହିବ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ଅସ୍ଥିରମନା ହେବେ। ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା-ଭଗବାନ ଶିବ।
ସିଂହ : ଘାତଚନ୍ଦ୍ର ହେତୁ ବାଦବିବାଦ, ଶତ୍ରୁ ଓ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବେ। ମନରେ ବିରକ୍ତିଭାବ ଓ କ୍ରୋଧ ପ୍ରକାଶ ପାଇବ। ପରିବାରରେ ବିବାଦ ଓ ଶତ୍ରୁ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ। କର୍ମରେ ବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ। ସାମାନ୍ୟ ଶାରୀରିକ ପୀଡ଼ା ଓ ଋଣ କରିବାକୁ ପଡ଼ିପାରେ। ଯେଉଁମାନଙ୍କର ପୂର୍ବା ଫାଲ୍ଗୁନି ସିଂହ, ସେମାନେ ସତର୍କ ରହିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମ ପ୍ରତି ବିମୁଖ ହେବେ। ମହିଳାମାନେ କଳହପ୍ରିୟା ହେବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୬, ଆରାଧନା-ପ୍ରଭୁ ଗଣେଶ।
କନ୍ୟା: ଯଶ, ସମ୍ମାନ ଓ ଜନସମ୍ପର୍କ ବୃଦ୍ଧି ପାଇବ। ମାନସିକ, ପାରିବାରିକ ଶାନ୍ତି ଓ ଦେହ, ମନ ସୁସ୍ଥ ରହିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ପ୍ରଶଂସନୀୟ ଅବଦାନ ରହିବ । ନୂତନ କଳା ଓ ସଂସ୍କୃତି ପ୍ରତି ରୁଚି ରଖିବେ। ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ପିତାମାତାଙ୍କ କୃପା ଲାଭ କରିବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଉନ୍ନତି କରିବେ। ମହିଳାମାନେ ସ୍ନେହୀ ହେବେ। ଶୁଭରଙ୍ଗ-ମେରୁନ୍, ଶୁଭସଂଖ୍ୟା-୪, ଆରାଧନା-ଛିନ୍ନମସ୍ତା ।
ତୁଳା : ଘାତବାର ଓ ଚତୁର୍ଥ ଚନ୍ଦ୍ର ହେତୁ ତୀବ୍ର ମାନସିକ ଅଶାନ୍ତି ଭୋଗ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତିର ସମ୍ଭାବନା ଅଧିକ। କର୍ମରେ ବାଧା ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେ ହେବ। ସ୍ୱଜନ, ପ୍ରିୟଜନଙ୍କ ସହ ବିବାଦ ଓ ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜି ଯାଇପାରେ। ଯାନବାହନରେ କ୍ଷତି, ପରିବାରରେ ବିବାଦ ଦେଖାଦେବ। ଯେଉଁମାନଙ୍କର ବିଶାଖା ତୁଳା, ସେମାନଙ୍କର ଅଧିକ କ୍ଷତି ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଆଳସ୍ୟତା କରିବେ। ମହିଳାମାନଙ୍କର ମିତ୍ରଙ୍କ ସହ ବିବାଦ ହେବ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା- ମା’ ଗାୟତ୍ରୀ।
ବିଛା : ନୂତନ କର୍ମାରମ୍ଭ କରିପାରନ୍ତି କିମ୍ବା ନୂତନ ନିଯୁକ୍ତି ମିଳିପାରେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳତା, ଦରମାରେ କିଛି ବୃଦ୍ଧି ଘଟିପାରେ। ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଓ କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଯତ୍ନ କରିବେ। ମହିଳାମାନେ ମିତବ୍ୟୟୀ ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା- ପ୍ରଭୁ ହନୁମାନ।
ଧନୁ: ମାନସିକ, ପାରିବାରିକ ଶାନ୍ତି ଓ ଦେହମନ ସୁସ୍ଥ ରହିବ। ମନରେ ଉତ୍ସାହ ଓ ଉଦ୍ଦୀପନାଭାବ ଜାଗ୍ରତ ହେବ ଏବଂ ବାଣିଜ୍ୟ, ବ୍ୟବସାୟରେ ଆୟ ଅଧିକ ହେବ। କର୍ମରେ ଆଶାଠାରୁ ଅଧିକ ସଫଳତା ମିଳିବ ଓ ସୁଖାଦ୍ୟ, ସୁଭୋଜନ ପ୍ରାପ୍ତି ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ସମ୍ମାନିତ ହେବେ। ମହିଳାମାନେ ପରିବାରର ସେବାରେ ବ୍ରତୀ ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ମା’ ତାରା।
ମକର: ମନ ପ୍ରଫୁଲ୍ଲ, ଶରୀର ସୁସ୍ଥ, ପରିବାରରେ ଶାନ୍ତି, ସ୍ୱଜନରେ ସୁସମ୍ପର୍କ ଓ ସୁଖାଦ୍ୟ, ସୁଭୋଜନ ପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ସଫଳତା, ପ୍ରଶଂସା ଓ ସମସ୍ତଙ୍କର ଶ୍ରଦ୍ଧାଲାଭ କରିବେ। ପୁରାତନ ବନ୍ଧୁ କିମ୍ବା ନୂତନ ବନ୍ଧୁଙ୍କ ସହାୟତା ଓ ତାଙ୍କ ସହ ସମ୍ପର୍କ ମଧୁର ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ଯଶସ୍ୱୀ ହେବେ। ମହିଳାମାନଙ୍କର ପରିବାର ସେବାରେ ମନ ବଳିବ। ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୬, ଆରାଧନା-ମା’ ବିମଳା।
କୁମ୍ଭ: ଦ୍ୱାଦଶ ଚନ୍ଦ୍ର ଓ ଘାତବାର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅଯଥା ଖର୍ଚ୍ଚାନ୍ତରେ ପଡ଼ିବେ ଓ ପରିବାରର ବ୍ୟୟଭାରରେ ଅତିଷ୍ଠ ହେବେ। କର୍ମରେ ଅଯଥା ବିଳମ୍ବ ଓ କର୍ମ ପ୍ରତି ଆଳସ୍ୟତାଭାବ ଜାଗ୍ରତ ହେବ। ଯେଉଁମାନଙ୍କର ପୂର୍ବଭାଦ୍ର କୁମ୍ଭ, ସେମାନଙ୍କର ଅଧିକ କ୍ଷତି ହେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ କର୍ମରେ ଆଳସ୍ୟତା କରିବେ। ମହିଳାମାନେ ଅପବ୍ୟୟ କରିବେ । ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା- ମା’ ଚଣ୍ଡୀ।
ମୀନ: ଏକାଦଶ ଚନ୍ଦ୍ର ହେତୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ। କର୍ମରେ ସଫଳତା ଓ ଦରମାରେ କିଛି ବୃଦ୍ଧି ଘଟିପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍ ସ୍ୱକର୍ମରେ ମନୋନିବେଶ କରିବେ। ମହିଳାମାନେ ଆୟର ପନ୍ଥା ନିରୂପଣ କରିବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା- ମା’ ଧୂମାବତୀ।