ଆଜିର ରାଶିଫଳ (୧୪/୧୧, ଗୁରୁବାର)

ମେଷ- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଅବହେଳା ରହିବ। ସାଂସାରିକ ଅର୍ଥାଭାବ ଦେଖାଦେବ। ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭଅଙ୍କ-୭, ଶୁଭ ରଙ୍ଗ-କଫି।

ବୃଷ- ଶ୍ରୀଚନ୍ଦ୍ରଙ୍କ ଗତିଶୀଳ ହେତୁ ଦିନଚର୍ଯ୍ୟା ଆଡ଼ମ୍ବରପୂର୍ଣ୍ଣ ରହିବ। ଉଭୟେ ପ୍ରେମ ଓ ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ। ପ୍ରଶାସନିକ ଦାୟିତ୍ୱବୋଧ ରହିବ। ବାଣିଜ୍ୟରେ ଶୁଭଫଳ ମିଳିବ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ମିଥୁନ- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ଦେଖାଦେବ। ଚାକିରିରେ ଚଳଚଞ୍ଚଳ ରହିବେ। ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ। ଶୁଭଅଙ୍କ-୪, ଶୁଭରଙ୍ଗ-ମେଟାଲିକ୍‌।

କର୍କଟ- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଉଚ୍ଚ ଆଶା ସଫଳ ହେବ। ସାଂସାରିକ ଉନ୍ନତି କରିବେ। ରାଜନୀତିରେ ମାନମର୍ଯ୍ୟାଦା ବୃଦ୍ଧି ହେବ। ବାଣିଜ୍ୟରେ ବେଶ୍‌ ଲାଭ ହେବ। ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍‌।

ସିଂହ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବ। ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌।

କନ୍ୟା- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଅସହଯୋଗ ମନେ ହେବ । ସାଂସାରିକ ପଡ଼ୋଶୀଙ୍କ ସହ ମନାନ୍ତର ରହିବ । ପରିବହନ ଓ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ତୁଳା- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ ଠକାମୀରେ ପଡ଼ିପାରନ୍ତି । ସାଂସାରିକ ଋଣ ପ୍ରଭାବିତ ହୋଇପାରନ୍ତି। ଚାକିରିରେ କାର୍ଯ୍ୟଭାର ରହିବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌।

ବିଛା- ସପ୍ତମରେ ଘାତଚନ୍ଦ୍ର କାରଣରୁ କୌଣସି ବଡ଼ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ। ସାଂସାରିକ ଉତ୍ତେଜନା ରହିବ। ଚାକିରିରେ କାର୍ଯ୍ୟବହୁଳ ରହିବ। ବାଣିଜ୍ୟରେ ଲାଭ ପାଇବେ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।

ଧନୁ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ପରିଶ୍ରମ ମୁତାବକ ଫଳ ପାଇବେ। ସାଂସାରିକ ଆର୍ଥିକ ସ୍ୱଚ୍ଛଳତା ରହିବ। ରାଜନୀତିରେ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭାନ୍ୱିତ ହେବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ।

ମକର- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ। ସାଂସାରିକ ସନ୍ତାନ ସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ବାଣିଜ୍ୟରେ ମନ୍ଥରତା ରହିବ। ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

କୁମ୍ଭ- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସହଯୋଗ ପାଇବେ। ସାଂସାରିକ ଅତିଥିଙ୍କ ଆଗମନ ହୋଇପାରେ। ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଲାଭ ପାଇବେ। ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ।

ମୀନ- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ। ସାଂସାରିକ ସୁଖୀ ରହିବେ। ପ୍ରଶାସନିକ ଉଚ୍ଚ ସମ୍ମାନ ପାଇବେ। ବାଣିଜ୍ୟରେ ଉତ୍ତମ ଆୟ ହେବ। ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା।