ଆଜିର ରାଶିଫଳ (୧୫/୯, ରବିବାର)

ମେଷ- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ପରିଶ୍ରମ କରି ସଫଳ ହେବେ । ସାଂସାରିକ ବୁଝାମଣା ଠିକ୍‌ଠାକ୍‌ ରହିବ। ମହିଳାମାନେ ଭ୍ରମଣ ପ୍ରିୟ ହେବେ। ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଆୟ ହେବ। ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।

ବୃଷ- ଏକାଦଶରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ସ୍ୱପ୍ନ ସାକାର ହେବ। ସାଂସାରିକ ଉନ୍ନତି କରିବେ। ପ୍ରଶାସନିକ ଓ ରାଜନୀତିରେ ମାନ ମର୍ଯ୍ୟାଦା ପ୍ରାପ୍ତି ହେବ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ପାଇବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା।

ମିଥୁନ- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ସିଦ୍ଧି ସହ ମାନ ସମ୍ମାନ ପାଇବେ। ଉଭୟେ ପ୍ରେମ ଓ ସାଂସାରିକ ମଧୁର ସମ୍ପର୍କ ରହିବ। ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌।

କର୍କଟ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅବହେଳା ରହିବ। ସାଂସାରିକ ଧର୍ମ କର୍ମରେ ବ୍ୟୟ କରି ଅଭାବରେ ପଡ଼ିବେ। ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ। ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା।

ସିଂହ-ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବିଭିନ୍ନ ବାଟରେ କ୍ଷତିଗ୍ରସ୍ତ ହେବେ। ସାଂସାରିକ କଳହ ଦେଖାଦେବ। ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିବ। ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ। ଶୁଭଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌।

କନ୍ୟା- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ର ଉତ୍ସାହଜନକ ରହିବ। ସାଂସାରିକ ସୁଖ ସମ୍ମାନ ପାଇବେ। ମହିଳାମାନେ ଆଦର ସମ୍ମାନ ପାଇବେ। ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର।

ତୁଳା- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଅଟକି ରହିଥିବା କାର୍ଯ୍ୟ ସମାପନ ହେବ। ସାଂସାରିକ ସୁଖୀ ରହିବେ। ମହିଳାମାନେ ରକ୍ଷଣଶୀଳ ହେବେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ପାଇବେ। ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ।

ବିଛା-କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ଯୋଜନା କରି ଅସଫଳ ହେବେ। ସାଂସାରିକ ହତୋତ୍ସାହ ରହିବେ। ମହିଳାମାନେ ଆଳସ୍ୟ ରହିବେ। ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ। ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି।

ଧନୁ- କୃଷ୍ଣପକ୍ଷ ଚତୁର୍ଥରେ ଘାତ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅସ୍ଥିରତା କାରଣରୁ କାର୍ଯ୍ୟ ତ୍ରୁଟି କରିପାରନ୍ତି। ସାଂସାରିକ ଦ୍ରବ୍ୟାଦି ହାନି ହୋଇପାରେ। ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

ମକର- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ସାଂସାରିକ ଭ୍ରାତୃଭଗ୍ନୀଙ୍କର ସହଯୋଗ ମିଳିବ । ମହିଳାମାନେ ସମ୍ମାନ ପାଇବେ । ବାଣିଜ୍ୟରେ ଉଚ୍ଚଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

କୁମ୍ଭ- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଆର୍ଥିକ କାରଣରୁ କାର୍ଯ୍ୟ ସ୍ଥଗିତ ହୋଇପାରେ । ଚାକିରିରେ ଅବହେଳା ରହିବ । ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।

ମୀନ- ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ସୁଖଦପୂର୍ଣ୍ଣ ରହିବ । ସାଂସାରିକ ଚଳଚଞ୍ଚଳ ରହିବେ । ମହିଳାମାନେ ଯଶକୀର୍ତ୍ତି ପାଇବେ । ଚାକିରିରେ ପଦୋନ୍ନତି ହେବ । ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୩୦/୧୦ ଶୁକ୍ରବାର)

ଶୁକ୍ରବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୯/୧୦, ଗୁରୁବାର)

ଗୁରୁବାର ରାଶିଫଳ

କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ବୁଧବାର ରାଶିଫଳ, ଜାଣନ୍ତୁ କେମିିତି କଟିବ ଆପଣଙ୍କ ଦିନ