ଆଜିର ରାଶିଫଳ (୧୭/୦୮, ସୋମବାର)

ମେଷ : ଆଜି ପୂର୍ଣ୍ଣାତିଥି ତ୍ରୟୋଦଶୀ ଚନ୍ଦ୍ର ଭାଗ୍ୟସ୍ଥାନକୁ ଦେଖୁ ଥିବାରୁ କୋଣସି କାମ ଅପୂର୍ଣ୍ଣ ରହିବ ନାହିଁ । ଶୁଭ ରଙ୍ଗ ପିଚ୍। ଶୁଭ ଅଙ୍କ ୬।

ବୃଷ : ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖା ଦେଇପାରେ। କର୍ମ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ବୋଧ କରିପାରନ୍ତିା ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୯।

ମିଥୁନ : ଶନିଦୃଷ୍ଟି ରବି ଓ ବୁଧ ପ୍ରଭାବରେ ଅର୍ଥ ସାହାର୍ଯ୍ୟ ଦେବା ସକାଶେ ବନ୍ଧୁ ପ୍ରତିଶ୍ରୁତି ଦେଇ ଶେଷରେ ନାସ୍ତିସୂଚକ କଥା କରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୪।

କର୍କଟ : ରାହୁଯୁକ୍ତ ଶୁକ୍ର ପ୍ରଭାବରେ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି । ଶୁଭ ରଙ୍ଗ ଲାଲ୍। ଶୁଭ ଅଙ୍କ ୮।

ସିଂହ : ବ୍ୟୟଭାବସ୍ଥ ଧନାଧିପ ଯୋଗୁ ଅଭାବ ଅନଟନ ମଧ୍ୟରେ ନିଜକୁ ଅଣନିଃଶ୍ୱାସୀ ମନେ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯।

କନ୍ୟା : କର୍ମସ୍ଥ ପାପଗ୍ରହଜନିତ ସମସ୍ତ କାମ ବହୁତ ଝିନ୍ ଝଟ ମଧ୍ୟରେ ହିଁ ସମ୍ପନ୍ନ ହେବ। ଚିତ୍ରା ନକ୍ଷତ୍ରର ବାଦବିବାଦ କ୍ରମେ ଜଟିଳ ହେବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧।

ତୁଳା : କର୍ମାଧିପ ଅଷ୍ଟମଭାବସ୍ଥ ଯୋଗୁଁ ପରିସ୍ଥିତି ଜଟିଳ ହେଲେ ମଧ୍ୟ ଆପଣଙ୍କ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୪।

ବିଛା : ପ୍ରତ୍ୟେକ କ୍ଷେତ୍ରରେ ସବୁ ଆଡକୁ ନଜର ଦେଇ କାମ କରିବା ଭଲ ହେବ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡକୁ ଗତି କରିବାର ସୂଚନା ରହିଛି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯।

ଧନୁ : ବିପରୀତ ରାଜ ଯୋଗ ପ୍ରଭାବରୁ ମାନସିକ ସ୍ଥିତି ସୁଦୃଢ ରହିବ ଓ କାମ ହାସଲରେ କିଛି ଅସୁବିଧା ହେବ ନାହିଁ। ଶୁଭ ରଙ୍ଗ ନୀଳ। ଶୁଭ ଅଙ୍କ ୩।

ମକର : ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧିପାଇବା ଯୋଗୁ ମାନସିକ ଭାରସାମୟ ହରାଇବେ । ଶୁଭ ରଙ୍ଗ ଧଳା। ଶୁଭ ଅଙ୍କ ୭।

କୁମ୍ଭ : କର୍ମାଧିପ ଧନସ୍ଥ ହେତୁ ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାର୍ଯ୍ୟର ପ୍ରତିଶ୍ରୁତି ଦେବେ। ଚନ୍ଦ୍ରଙ୍କ ଶୁଭ ପ୍ରଭାବରେ ଦୃଢ ମନୋବଳ ଯୋଗୁ ବହୁ ବିପଦରୁ ରକ୍ଷା ପାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୭।

ମୀନ : ଶୁକ୍ର ପାପଗ୍ରହ ରାହୁ ଯୁକ୍ତ ହେତୁ ବନ୍ଧୁମାନଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ୟେଲୋ। ଶୁଭ ଅଙ୍କ ୩।