ଆଜିର ରାଶିଫଳ (୧୭/୪, ବୁଧବାର)

ମେଷ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଦୃଢ଼ମନା ରହିବେ । ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍‌ ।
ବୃଷ- ଶୁକ୍ଳପକ୍ଷ ପଞ୍ଚମରେ ଘାତଚନ୍ଦ୍ର କାରଣରୁ କର୍ମ କ୍ଷେତ୍ରରେ ଉତ୍ତେଜନା ରହିବ । ସାଂସାରିକ ସନ୍ତାନସନ୍ତତିମାନେ ଅବାଧ୍ୟ ହୋଇପାରନ୍ତି । ମହିଳାମାନେ ହତୋତ୍ସାହ ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରତିକୂଳତା ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ବିଳମ୍ବ ଓ ଖର୍ଚ୍ଚାନ୍ତ ହେବ । ସାଂସାରିକ ସମସ୍ୟା ରହିବ । ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ । ପରିବହନ ଓ ବାଣିଜ୍ୟରେ ସମସ୍ୟା ରହିବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।
କର୍କଟ- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କାର୍ଯ୍ୟ ଦକ୍ଷତା ଦ୍ୱାରା ସଫଳ ହେବେ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ଚାକିରିରେ ସମ୍ମାନ ବଢ଼ିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।
ସିଂହ-ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କ୍ଷେତ୍ରରେ ଆଗେଇବେ । ସାଂସାରିକ ସୁଖୀ ରହିବେ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପରିହବନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।
କନ୍ୟା- ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ସାଂସାରିକ ସହଯୋଗ ପାଇବେ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥା ଭାଜନ ହେବେ । ପରିବହନ ଓ ବାଣିଜ୍ୟରେ ଶୁଭଫଳ ପାଇବେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।
ତୁଳା- ଶୁକ୍ଳପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ବ୍ୟୟ ବୃଦ୍ଧି ଦେଖାଦେବ । ସାଂସାରିକ ସମସ୍ୟା ରହିବ । ମହିଳାମାନେ ଅପଯଶ ପାଇବେ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ଆକାଶୀ ।
ବିଛା- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ସାଂସାରିକ ସୁଖଶାନ୍ତି ଅକ୍ଷୁର୍ଣ୍ଣ ରହିବ । ରାଜନୀତିରେ ପ୍ରସିଦ୍ଧି ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ଧନୁ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବ । ସାଂସାରିକ ଉନ୍ନତି କରିବେ । ମହିଳାମାନେ ଆଦରଣୀୟା ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଉତ୍ତମ ଫଳ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।
ମକର- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ ଶୃଙ୍ଖଳିତ ଧାରାରେ କର୍ମ କରି ସଫଳ ହେବେ । ସାଂସାରିକ ଧର୍ମ କର୍ମରେ ମନ ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।
କୁମ୍ଭ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅଶାନ୍ତି ରହିବ । ସାଂସାରିକ ଅର୍ଥାଭାବ ଦେଖାଦେବ । ମହିଳାମାନେ ଅପଯଶ ପାଇବେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।
ମୀନ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ । ସାଂସାରିକ ସମସ୍ୟାରୁ ମୁକ୍ତି ପାଇବେ । ଚାକିରିରେ ନିଷ୍ଠାପର ରହିବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

   ସମ୍ବନ୍ଧିତ ଖବର


ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)