ଆଜିର ରାଶିଫଳ (୧୮/୨, ମଙ୍ଗଳବାର)

ମେଷ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କିଛିଟା ସମସ୍ୟା ଭିତରେ ଆଗେଇ ଚାଲିବେ। ସାଂସାରିକ ଧର୍ମ କର୍ମରେ ବ୍ୟୟ କରିବେ। ମହିଳାମାନେ ପରିଶ୍ରମୀ ହେବେ। ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭଅଙ୍କ-୭, ଶୁଭ ରଙ୍ଗ-କଫି।

ବୃଷ-ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ। ସାଂସାରିକ ଚିନ୍ତା ରହିବ। ମହିଳାମାନେ ହତୋତ୍ସାହ ରହିବେ। ଚାକିରିରେ ସମସ୍ୟା ରହିବ। ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ। ଶୁଭଅଙ୍କ-୮, ଶୁଭ ରଙ୍ଗ-କଳା।

ମିଥୁନ- ସପ୍ତମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ପ୍ରାୟତଃ ସବୁ କାର୍ଯ୍ୟରେ ସଫଳ ହେବେ। ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ। ମହିଳାମାନେ ପ୍ରସନ୍ନ ରହିବେ। ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌।

କର୍କଟ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପରିଶ୍ରମର ଫଳ ପାଇବେ। ସାଂସାରିକ ସହଯୋଗ ମିଳିବ। ରାଜନୀତିରେ ସକ୍ରିୟ ରହିବେ। ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ। ଶୁଭଅଙ୍କ-୯, ଶୁଭରଙ୍ଗ-ଲାଲ୍‌।

ସିଂହ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଚେଷ୍ଟା କରି ଅସଫଳ ହେବେ। ସାଂସାରିକ ଭୁଲ୍‌ ବୁଝାମଣା ରହିବ। ରାଜନୀତିରେ ବିରୋଧୀ ବୃଦ୍ଧି ପାଇବେ। ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌।

କନ୍ୟା- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ ଉପାୟରେ ଅର୍ଥାଗାମର ସୂଚନା ରହୁଛି। ସାଂସାରିକ ସୁଖୀ ରହିବେ। ମହିଳାମାନେ ପରିଶ୍ରମୀ ହେବେ। ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ। ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌।

ତୁଳା-ତୃତୀୟରେ ଘାତଚନ୍ଦ୍ର କାରଣରୁ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ନେଇ ବ୍ୟସ୍ତରେ ରହିବେ। ସାଂସାରିକ ଅସ୍ଥିରମନା ରହିବେ। ମହିଳାମାନେ ଚଳଚଞ୍ଚଳ ରହିବେ। ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା।

ବିଛା- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ । ଚାକିରିରେ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।

ଧନୁ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଦିନଚର୍ଯ୍ୟା ସୁଖଦପୂର୍ଣ୍ଣ ରହିବ। ସାଂସାରିକ ଅତିଥିଙ୍କ ଆଗମନ ହୋଇପାରେ। ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର।

ମକର- କୃଷ୍ଣପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ପ୍ରତି କାର୍ଯ୍ୟରେ ବହୁ ପରିଶ୍ରମ କରିବେ। ସାଂସାରିକ ଚଳଚଞ୍ଚଳ ରହିବେ। ମହିଳାମାନେ ସୁଖୀ ରହିବେ। ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଲାଭ ମିଳିବ। ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର।

କୁମ୍ଭ-ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ସମାଜରେ ପ୍ରତିଷ୍ଠିତ ହେବେ। ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ। ଚାକିରିରେ ପଦୋନ୍ନତି ହୋଇପାରେ। କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାଜନକ ଫଳ ମିଳିବ । ଶୁଭଅଙ୍କ-୮, ଶୁଭ ରଙ୍ଗ-ବାଇଗଣି।

ମୀନ-ଦଶମରେ ଚନ୍ଦ୍ରଙ୍କ ପାରଗମନ ହେତୁ କର୍ମ କ୍ଷେତ୍ରରେ ପରିସର ବୃଦ୍ଧି ପାଇବ। ସାଂସାରିକ ଉନ୍ନତି କରିବେ। ମହିଳାମାନେ ଆତ୍ମନିର୍ଭରଶୀଳ ହେବେ। ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌।