PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ଆଜିର ରାଶିଫଳ (୧୮/୦୮ ମଙ୍ଗଳବାର)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ ଭୂମି, ଯାନ କିମ୍ବା ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି। କର୍ମରେ ସଫଳ ଓ ସହକର୍ମୀଙ୍କ ସହଯୋଗ ପାଇବେ। ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବ ସହଯୋଗର ହାତ ବଢ଼ାଇବେ। କୌଣସି ଅତିଥିଙ୍କ ଆଗମନ ହୋଇପାରେ କିମ୍ବା ବନ୍ଧୁଙ୍କ ଘରକୁ ଆପଣ ଯାଇପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ପ୍ରଶଂସିତ ହେବେ। ମହିଳାମାନେ ଅତିଥି ସତ୍କାର କରିବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା: ଚଣ୍ଡୀ ପୁରାଣ ପାଠ।

ବୃଷ : କର୍ମରେ ଉନ୍ନତି କରିବା ପାଇଁ ଚିନ୍ତା କରିବେ ଓ ସେଥିରେ ସଫଳ ହେବା ନିମନ୍ତେ ଚେଷ୍ଟା ଜାରି ରଖିବେ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ଭ୍ରାତୃ, ଭଗ୍ନିଙ୍କ ସହ ସମ୍ପର୍କ ନିବିଡ଼ ହେବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ। ମହିଳାମାନେ ଆତ୍ମସନ୍ତୋଷ ଲାଭ କରିବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୪, ଆରାଧନା-କମଳା ।

ମିଥୁନ : ଆର୍ଥିକ ଅବସ୍ଥାରେ କ୍ଷତି, ବାଣିଜ୍ୟ, ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି। ଆର୍ଥିକ କାରବାର କଲାବେଳେ ସତର୍କ ରହିବେ। କର୍ମରେ ଅସଫଳ ଓ କର୍ମସ୍ଥାନରେ ବାଧାବିଘ୍ନ ଉପୁଜିବ। ଧନକୁୁ ନେଇ ବିବାଦ କିମ୍ବା ମାଲି ମକଦ୍ଦମାରେ ପଡ଼ିପାରନ୍ତି। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରି ଯାଇପାରେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମର ଅବହେଳା କରିବେ। ମହିଳାମାନେ ଅସ୍ଥିରମନା ହେବେ। ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୧୨, ଆରାଧନା-ବିଷ୍ଣୁମନ୍ତ୍ର ଜପ।

କର୍କଟ: ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଅନୁଭବ କରିବେ। ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ନିଜର ଲୋକଙ୍କ ସହ ସମ୍ପର୍କ ନିବିଡ଼ ହେବ। ବାଣିଜ୍ୟରେ ଆୟ ଉତ୍ତମ ହେବ ଓ କର୍ମରେ ସଫଳତା ଏବଂ ସମସ୍ତଙ୍କର ପ୍ରଶଂସାର ପାତ୍ର ହେବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ରୁଦ୍ରାଭିଷେକ।

ସିଂହ : କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ଅଟକିଥିବା କାମ ସମ୍ପୂର୍ଣ୍ଣ କରିବେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ। ଆୟ ଅପେକ୍ଷା ବ୍ୟୟ ବହୁତ କମ୍‌ ରହିବ। ଦେଇଥିବା ଧନ ଫେରି ପାଇବେ ଓ ଋଣମୁକ୍ତ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନେ ବସନଭୂଷଣ କ୍ରୟ କରିବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୩, ଆରାଧନା-ଜଗନ୍ନାଥ।

କନ୍ୟା: ଆକସ୍ମିକ ଧନଲାଭ ଓ ବାଣିଜ୍ୟ ବ୍ୟବସାୟରେ ଆୟ ଉତ୍ତମ ହେବ। କର୍ମସ୍ଥାନରେ ଦରମାରେ କିଛି ବୃଦ୍ଧି କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତିର ସମ୍ଭାବନା ରହିଛି । ନୂତନ ଭୂମି, ମୂଲ୍ୟବାନ ଧାତୁ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଯତ୍ନବାନ ହେବେ। ମହିଳାମାନେ ସଞ୍ଚୟ କରିବାରେ ରୁଚି ରଖିବେ । ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୧୨, ଆରାଧନା: ବିଷ୍ଣୁ ସହସ୍ରନାମ ପାଠ।

ତୁଳା : କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ ଓ ସେଥିରେ ସଫଳ ହେବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ରହିବ । ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ କରିବେ। ମହିଳାମାନେ କାର୍ଯ୍ୟବ୍ୟସ୍ତତା ଭିତରେ ଦିନଟି କାଟିବେ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୨, ଆରାଧନା- କମଳା।

ବିଛା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ। କର୍ମସ୍ଥାନରେ ଅପମାନ ଓ ଅପଯଶ ପାଇବେ। ପଦସ୍ଥ କର୍ମଚାରୀ ରୋଷ କରିବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ। ଇତର ଜନଠାରୁ ଅପମାନ ପାଇପାରନ୍ତି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା ପ୍ରକାଶ କରିବେ। ମହିଳାମାନେ ବିଷାଦଗ୍ରସ୍ତ ହେବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ହନୁମାନ।

ଧନୁ : ମାନସିକ ଅସ୍ଥିରତା ମନରେ ବିରକ୍ତିଭାବ ଓ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ସମସ୍ତ କର୍ମରେ ଅଯଥା ବିଳମ୍ବ ଓ କର୍ମ ପ୍ରତି ଅନାଗ୍ରହ ଭାବ ଜାଗ୍ରତ ହେବ। ପରିବାରରେ ଅଶାନ୍ତି ଓ ଶାରୀରିକ ପୀଡ଼ା ଲାଭ କରିପାରନ୍ତି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମ ପ୍ରତି ଅନାଗ୍ରହୀ ହେବେ। ମହିଳାମାନେ ଶାରୀରିକ ପୀଡ଼ା ପାଇବେ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୭, ଆରାଧନା-ଗାୟତ୍ରୀ ମନ୍ତ୍ର ଜପ।

ମକର : ଘାତବାର ହେତୁ ବାଦବିବାଦ ପ୍ରତି ସତର୍କ ରହିବେ ଓ କୌଣସି ଶୁଭକର୍ମ କରନ୍ତୁ ନାହିଁ । ବାଣିଜ୍ୟରେ ଆୟ ମଧ୍ୟମ ରହିବ ଓ କର୍ମସ୍ଥାନରେ ସମସ୍ତଙ୍କର ଶ୍ରଦ୍ଧା ଓ ପ୍ରଶଂସା ପାଇବେ। ପରିବାରରେ ଉତ୍ତମ ବୁଝାମଣା ରହିବ ଓ ସ୍ତ୍ରୀସୌଖ୍ୟ ଏବଂ ସ୍ତ୍ରୀ ହେତୁକ ଧନଲାଭର ଯୋଗ ରହିଛି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅନ୍ୟମନସ୍କ ରହିବେ । ମହିଳାମାନେ ପରିବାରର ସେବା ଜାରି ରଖିବେ। ଶୁଭରଙ୍ଗ-ଧୂସର, ଶୁଭସଂଖ୍ୟା-୩, ଆରାଧନା-ରୁଦ୍ରାଭିଷେକ।

କୁମ୍ଭ : ବାଣିଜ୍ୟ, ବ୍ୟବସାୟ ଓ ସମସ୍ତ କର୍ମରେ ସଫଳତା ଆପଣଙ୍କର ପଶ୍ଚାତଧାବନ କରିବ। ମାନସିକ, ପାରିବାରିକ ଶାନ୍ତି ଓ ଶାରୀରିକ ସୁସ୍ଥତା ଲାଭ କରିବେ। ପୁରାତନ ରୋଗରୁ ମୁକ୍ତ ହେବେ। ଋଣମୁକ୍ତ ହେବା ପାଇଁ ଚେଷ୍ଟା ଜାରି ରଖିବେ ଓ ଶତ୍ରୁମାନେ ମିତ୍ରରେ ପରିଣତ ହେବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସା ପାଇବେ। ମହିଳାମାନେ ଗୁରୁଜନଙ୍କ ସେବା କରିବେ। ଶୁଭରଙ୍ଗ-ଫିକା ନୀଳ, ଶୁଭସଂଖ୍ୟା-୬, ଆରାଧନା-ଦୁର୍ଗା ସହସ୍ରନାମ ପାଠ।

ମୀନ: କର୍ମସ୍ଥାନରେ ଅପମାନ ଓ ଅପଯଶ ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ହେବ। ପରିବାରରେ ଅଶାନ୍ତି ଓ ସନ୍ତାନମାନେ ଅବଜ୍ଞା କରିବେ। ମାନସମ୍ମାନ ହାନି ଓ କୌଣସି ଇତର ଜନଠାରୁ ଅପମାନ ପାଇପାରନ୍ତି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ। ମହିଳାମାନେ ଅପଯଶ ପାଇପାରନ୍ତି। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା-ଉଗ୍ରତାରା।