ଆଜିର ରାଶିଫଳ (୨୨/୦୮ ଶନିବାର)

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ ଓ ସହକର୍ମୀଙ୍କ ସହଯୋଗ ପାଇବେ। ପୁରାତନ ରୋଗରୁ କିଛି ମାତ୍ରାରେ ମୁକ୍ତ ହୋଇପାରନ୍ତି । ୠଣମୁକ୍ତ ହେବା ପାଇଁ ଚେଷ୍ଟା ଜାରି ରଖିବେ। ଶତ୍ରୁମାନେ ମିତ୍ର ପରି ଆଚରଣ କରିବେ। ମନରେ ଉତ୍ସାହ ଓ ଉଦ୍ଦୀପନା ଭାବ ଜାଗ୍ରତ ହେବ ଏବଂ ଧନଲାଭ ହେବାର ସମ୍ଭାବନା ରହିଛି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ସଫଳ ଓ ପ୍ରଶଂସା ପାଇବେ। ମହିଳାମାନେ ପରିବାର ସଦସ୍ୟଙ୍କ ସହ ମିଳିମିଶି ଚଳିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା: ଚଣ୍ଡୀ ପୁରାଣ ପାଠ।

ବୃଷ : ଘାତବାର ଓ ଘାତଚନ୍ଦ୍ର ହେତୁ ବାଦବିବାଦ ଏବଂ ଉଚ୍ଚସ୍ଥାନ ଆରୋହଣ କାଳରେ ସତର୍କ ରହିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ । କର୍ମସ୍ଥାନରେ ଅପମାନ ଓ ଅପଯଶ ପାଇପାରନ୍ତି। ମାନ ସମ୍ମାନ ହାନି, ପିତାମାତାଙ୍କ ସ୍ୱାସ୍ଥ୍ୟହେତୁକ ଦୁୁଶ୍ଚିନ୍ତା ଓ ଇତର ଜନଠାରୁ ଅପମାନ ପାଇପାରନ୍ତି। ସନ୍ତାନମାନେ ଅବଜ୍ଞା କରିବେ ଓ ମନରେ ଅସ୍ଥିରତା ପ୍ରକାଶ ପାଇବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ସନ୍ତାନ ଚିନ୍ତାରେ ବ୍ୟସ୍ତ ହେବେ। ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୮, ଆରାଧନା-ରାମତାରକ ମନ୍ତ୍ର ଜପ।

ମିଥୁନ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମସ୍ଥାନରେ ବାଧାବିଘ୍ନ ଓ ସହକର୍ମୀଙ୍କ ବିରୋଧର ଶିକାର ହେବେ। ସ୍ୱଜନ, ପ୍ରିୟଜନଙ୍କ ସହ ମତାନ୍ତର ଓ ଯାନବାହନରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଚୋରି ଯାଇପାରେ। ପରିବାରରେ ଅଶାନ୍ତି ଓ ଚକ୍ଷୁ ପୀଡ଼ା ପାଇପାରନ୍ତି। ମନରେ ଅସ୍ଥିରଭାବ ପ୍ରକାଶ ପାଇବ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା ପ୍ରକାଶ କରିବେ । ମହିଳାମାନେ ମାନସିକ ବିଷାଦଗ୍ରସ୍ତ ହେବେ। ଶୁଭରଙ୍ଗ-ମେରୁନ୍‌, ଶୁଭସଂଖ୍ୟା-୮, ଆରାଧନା-ପୁରୁଷସୂକ୍ତ ପଠନ।

କର୍କଟ: ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। କର୍ମରେ ଉନ୍ନତି ଓ କର୍ମ ପ୍ରତି ଶ୍ରଦ୍ଧା ଏବଂ ଆନ୍ତରିକତା ଭାବ ଜାଗ୍ରତ ହେବ। ପରିବାରରେ ଶାନ୍ତି, ଭ୍ରାତୃଭଗ୍ନିଙ୍କ ସାହାଯ୍ୟ ଓ ସହଯୋଗ ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳ ହେବେ। ମହିଳାମାନଙ୍କର ପରିବାର ସଦସ୍ୟଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଜାତ ହେବ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ରୁଦ୍ରାଭିଷେକ ।

ସିଂହ : ଘାତବାର ହେତୁ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବେ । କର୍ମରେ ଉନ୍ନତି କରିବେ ଓ କର୍ମସ୍ଥାନରେ ସମସ୍ତ ସୁବିଧା ସୁଯୋଗ ହାସଲ କରିବେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ। ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ ଓ ଆକସ୍ମିକ ଧନଲାଭର ସମ୍ଭାବନା ରହିଛି। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମଠାରୁ ଦୂରେଇଯିବେ। ମହିଳାମାନେ ବସନଭୂଷଣ କ୍ରୟ କରିବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ଗାୟତ୍ରୀ ମନ୍ତ୍ର ଜପ।

କନ୍ୟା: ଘାତବାର ହେତୁ ବାଦବିବାଦ ଓ ଗ୍ୟାସ୍‌ ହିଟର ବ୍ୟବହାର କାଳରେ ସାବଧାନତା ଅବଲମ୍ବନ କରିବେ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ ଓ କର୍ମସ୍ଥାନରେ ପ୍ରଶଂସିତ ହେବେ। ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ ଯଶ ସମ୍ମାନରେ ବୃଦ୍ଧି ଘଟିବ। ମାନସିକ, ପାରିବାରିକ ଶାନ୍ତି ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ। ମହିଳାମାନେ ପ୍ରଶଂସିତ ହେବେ। ଶୁଭରଙ୍ଗ-ସବୁଜ, ଶୁଭସଂଖ୍ୟା-୧୨, ଆରାଧନା: ବିଷ୍ଣୁମନ୍ତ୍ର ଜପ।

ତୁଳା : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ। କର୍ମ ପ୍ରତି ଅନାଗ୍ରହ ଭାବ ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ପରିବାରର ବ୍ୟୟଭାରରେ ଅତିଷ୍ଠ ହୋଇ ଋଣ କରିପାରନ୍ତି । ପରିବାରରେ ପରସ୍ପର ମଧ୍ୟରେ ବୁଝାମଣାର ଅଭାବ ରହିବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଳସ୍ୟତା କରିବେ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ। ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ଶ୍ରୀସୂକ୍ତ ପଠନ।

ବିଛା : ଏକାଦଶ ଚନ୍ଦ୍ର ହେତୁ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ସଫଳ ଓ କର୍ମ ପ୍ରତି ଶ୍ରଦ୍ଧା ଏବଂ ଆନ୍ତରିକତା ଭାବ ଜାଗ୍ରତ ହେବ। ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହେବ ଓ ଆକସ୍ମିକ ଧନଲାଭର ସମ୍ଭାବନା ରହିଛି । ମନରେ ଉତ୍ସାହ, ଉଦ୍ଦୀପନା ଜାଗ୍ରତ ହେବ ଓ ପରିବାରରେ ଶାନ୍ତି ବିରାଜମାନ କରିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ପରିଶ୍ରମ ଜାରି ରଖିବେ। ମହିଳାମାନେ ମୂଲ୍ୟବାନ ଧାତୁ କ୍ରୟ କରିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୩, ଆରାଧନା- ବଗଳାମୁଖୀ।

ଧନୁ : ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। କର୍ମରେ ସଫଳତା ପାଇବେ ଓ ସହକର୍ମୀଙ୍କ ସହଯୋଗ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ। ମନ ପ୍ରଫୁଲ୍ଲ ରହିବ ଓ ପରିବାରର ସମସ୍ତ ସଦସ୍ୟଙ୍କ ସହିତ ସଦ୍‌ଭାବ ଓ ବୁଝାମଣା ଠିକ୍‌ ରହିବ । ବିଦ୍ୟାର୍ଥୀ ସ୍ୱକର୍ମ ପ୍ରତି ଆଗ୍ରହୀ ହେବେ। ମହିଳାମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ। ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୧୧, ଆରାଧନା-ଜଗନ୍ନାଥ।

ମକର : କର୍ମରେ, ଭାଗ୍ୟରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ରହିବ। କର୍ମସ୍ଥାନରେ ପଦସ୍ଥ କର୍ମଚାରୀଙ୍କ ଶ୍ରଦ୍ଧାଭାଜନ ହେବେ। ବାପାମା’ଙ୍କ କୃପାଲାଭ କରିବେ ଓ ସମାଜରେ ଆତ୍ମସମ୍ମାନ ବୃଦ୍ଧି ପାଇବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଆଳସ୍ୟତା କରିବେ। ମହିଳାମାନେ ଗୁରୁଜନଙ୍କ ସେବା କରିବେ। ଶୁଭରଙ୍ଗ-ମାଟିଆ, ଶୁଭସଂଖ୍ୟା-୧୧, ଆରାଧନା-ରୁଦ୍ରାଭିଷେକ।

କୁମ୍ଭ : ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ଧନକ୍ଷତିର ସମ୍ଭାବନା ରହିଛି । ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ। କର୍ମରେ ଅନାଗ୍ରହ ଓ କର୍ମରେ ଅସଫଳ ରହିବେ। ପରିବାରରେ ଅଶାନ୍ତି ଓ ମନରେ ବିରକ୍ତିଭାବ ଏବଂ ଚିଡ଼ିଚିଡ଼ାପଣ ପ୍ରକାଶ ପାଇବ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇବେ। ଶୁଭରଙ୍ଗ-ଫିକାନୀଳ, ଶୁଭସଂଖ୍ୟା-୬, ଆରାଧନା-ଦୁର୍ଗା ସପ୍ତଶତୀ ପାଠ।

ମୀନ: ସୁଖ, ସୌଭାଗ୍ୟ ଓ ଧନଲାଭର ଯୋଗ ରହିଛି। ବାଣିଜ୍ୟ, ବ୍ୟବସାୟରେ ଆୟ ଉତ୍ତମ ରହିବ। କର୍ମସ୍ଥାନରେ ମହିଳା ସହକର୍ମୀଙ୍କ ସହଯୋଗ ପାଇବେ। ପରିବାରର ସହଯୋଗ ଓ ସହଧର୍ମିଣୀଙ୍କ ସାହାଯ୍ୟ ଏବଂ ସହାନୁଭୂତି ପାଇବେ। ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ। ମହିଳାମାନେ ବସନଭୂଷଣ କ୍ରୟ କରିବେ। ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୭, ଆରାଧନା-ଉଗ୍ରତାରା।

   ସମ୍ବନ୍ଧିତ ଖବର


ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ

ଆଜିର ରାଶିଫଳ (୨୩/ ୧୧, ସୋମବାର)

ଏହି ସପ୍ତାହର ରାଶିଫଳ-କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ